ଭୁବନେଶ୍ବରରେ ଅରୁନ୍ଧତୀ ଜୁଏଲର୍ସର ସପ୍ତମ ବାର୍ଷିକ ମହୋତ୍ସବ

ଭୁବନେଶ୍ବର, ପ୍ରବାହ ନ୍ୟୁଜ୍‌ : ଓଡିଶାର ସର୍ବବୃହତ୍ତ ଓ ସର୍ବଶ୍ରେଷ୍ଠ ଜୁଏଲରୀ ବ୍ରାଣ୍ଡ, ଅରୁନ୍ଧତୀ ଜୁଏଲର୍ସ ତରଫରୁ ଭୁବନେଶ୍ବର,ଜନପଥ ଶାଖା ରେ ଗତ ସେପ୍ଟେମ୍ବର ୨୨ ତାରିଖରେ ସପ୍ତମ ବାର୍ଷିକ ଉତ୍ସବ ସଫଳତାର ସହିତ ପାଳିତ ହୋଇଯାଇଛି। ଏହି ବାର୍ଷିକ ଉତ୍ସବ ଅବସରେ, ଦୀର୍ଘ ୭ ବର୍ଷ ଧରି ଯୋଡି ହୋଇଥିବା ବହୁସଂଖ୍ୟକ ଗ୍ରାହକବନ୍ଧୁ,ଶୁଭେଛୁବୃନ୍ଦ ଓ ଅରୁନ୍ଧତୀ ପରିବାରର ବରିଷ୍ଠ ସଦସ୍ୟଙ୍କ ଉପସ୍ଥିତିରେ ଅତି ଆଡମ୍ବରରେ ସୋରୁମର ବାର୍ଷିକ ଉତ୍ସବ ଅନୁଷ୍ଠିତ କରାଯାଇଥିଲା | ଏହି ଅବସରରେ, ଅରୁନ୍ଧତୀ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ମେହେର ପ୍ରକାଶ କରିଛନ୍ତି ଯେ, ଅରୁନ୍ଧତୀର ଏହି ସଫଳ ଯାତ୍ରାରେ ସମସ୍ତ ଗ୍ରାହକବନ୍ଧୁ ଓ ଶୁଭେଛୁ ମାନଙ୍କର ଅତୁଟ ସ୍ନେହ, ଶ୍ରଦ୍ଧା, ଭଲପାଇବା ଓ ଅରୁନ୍ଧତୀ ଉପରେ ଥିବା ପ୍ରଗାଢ ବିଶ୍ବାସ ହିଁ ଅରୁନ୍ଧତୀ ର ଏହି ୨୫ ବର୍ଷ ଜୟଯାତ୍ରା ର ସମ୍ବଳ। ସେଥିପାଇଁ, ସମସ୍ତ ଗ୍ରାହକବନ୍ଧୁଙ୍କୁ ଅରୁନ୍ଧତୀ ପରିବାର ତରଫରୁ ହୃଦୟର ଗଭୀରତାରୁ କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରାଯାଇଛି। ଏହି ଅବସରରେ ଅରୁନ୍ଧତୀ ଜୁଏଲର୍ସ ତରଫରୁ ଅର୍କଷଣୀୟ ଅଫର ପ୍ରଦାନ କରାଯାଉଛି । ଏହି ଅଫର ମାଧ୍ୟମରେ HUID ଶୁଦ୍ଧତାଯୁକ୍ତ ସୁନାଗହଣାର ଗଢା଼ମଜୁରୀ ଉପରେ ଫ୍ଲାଟ ୨୫ ପ୍ରତିଶତ, ରୁପାଗହଣାର ଗଢା଼ମଜୁରୀ ଉପରେ ଫ୍ଲାଟ ୨୫ ପ୍ରତିଶତ ଓ ହୀରାଗହଣାର ହୀରାମୂଲ୍ୟ ଉପରେ ଫ୍ଲାଟ ୨୫ପ୍ରତିଶତ ରିହାତି ଗୋଟିଏ ସପ୍ତାହ ପାଇଁ ପାଇପାରିବେ । ଓଡ଼ିଶାର ସର୍ବ ବୃହତ ଜୁଏଲାରୀ ବ୍ରାଣ୍ଡ ଅରୁନ୍ଧତୀ ଜୁଏଲର୍ସ ତରଫରୁ ଏହି ବିଶେଷ ମୁହୂର୍ତ କୁ ଅବିସ୍ମରଣୀୟ କରିବା ପାଇଁ ସମସ୍ତଙ୍କୁ ସାଦର ନିମନ୍ତ୍ରଣ କରାଯାଇଅଛି।

Leave a Reply

Your email address will not be published. Required fields are marked *