ଯୁଦ୍ଧ ନାୟକଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଓ ଶିକ୍ଷାରେ ଉତ୍କର୍ଷ ପିଲାମାନଙ୍କୁ ପୁରସ୍କୃତ କରି ଟିପିସିଓଡିଏଲ୍ ପକ୍ଷରୁ ୭୭ତମ ସ୍ୱାଧୀନତା ଦିବସ ପାଳିତ

ଭୁୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ୭୭ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଏକ ସ୍ମାରକୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯାହା ଏକତାର ଭାବ, ସାହସ ଓ ଶିକ୍ଷା ସଫଳତାକୁ ପ୍ରତିଫଳିତ କରିଥିଲା ।


ଟିପିସିଓଡିଏଲ୍‌ର କର୍ପୋରେଟ୍ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମ ପ୍ରଗତି ଓ ଆତ୍ମନିର୍ଭରଶୀଳତା ଆଡ଼କୁ ରାଷ୍ଟ୍ରର ଯାତ୍ରାକୁ ପାଳନ କରିଥିଲା । ଏହି କାର୍ଯ୍ୟକ୍ରମରେ ଆମ ଦେଶର ସାର୍ବଭୌମତ୍ୱର ସୁରକ୍ଷା ଲାଗି ନିଃସ୍ୱାର୍ଥପର ଭାବେ କାର୍ଯ୍ୟ କରୁଥିବା ଯୁଦ୍ଧ ନାୟକମାନଙ୍କୁ ସହୃଦୟତାର ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା ।

ଆମ ସ୍ୱାଧୀନତାକୁ ସୁରକ୍ଷିତ ରଖିବାରେ ଅତୁଳନୀୟ ସାହସ ଓ ସମର୍ପଣ ପ୍ରଦର୍ଶନ କରିଥିବା ସାହସ ବ୍ୟକ୍ତିମାନଙ୍କୁ ଏହି ଅବସରରେ ଟିପିସିଓଡିଏଲ୍ ସମ୍ମାନିତ କରିଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ତିନି ଯୁଦ୍ଧ ନାୟକ ୱିଙ୍ଗ କମାଣ୍ଡର ଜିବିପି ଚୌଧୁରୀ, ଲେଫଟନାଂଟ୍ କର୍ଣ୍ଣେଲ୍ ବି ବି ଶତପଥୀ ଏବଂ ମେଜର ଜେନେରୋଲ୍ ଭବାନୀ ଏସ୍ ଦାସ ଉପସ୍ଥିତ ରହି ସେମାନଙ୍କ ଅଭିଜ୍ଞତା ବାଂଟିଥିଲେ । ୧୯୬୮, ୧୯୭୦ ଓ ୧୯୭୧ ଯୁଦ୍ଧ ସମୟରେ ସେମାନଙ୍କ ସାହସିକ ସେବା ଓ ବଳିଦାନ ବିଷୟରେ ଜଣାପଡ଼ିଥିଲା ।


ଏହି ଅବସରରେ ଟିପିସିଓଡିଏଲ୍ ପକ୍ଷରୁ ଦଶମ, ଦ୍ୱାଦଶ ଓ ସ୍ନାତକ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ୧୦୬ ଜଣ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ବୃତି ପ୍ରଦାନ କରାଯାଇଥିଲା । ଏହି ଅଭିଯାନ ଜରିଆରେ ଯୁବବର୍ଗଙ୍କ ମଧ୍ୟରେ ଉତ୍କର୍ଷ ଓ ନବସୃଜନର ଏକ ସଂସ୍କୃତି ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖାଯାଇଛି ଯାହା ଟିପିସିଓଡିଏଲ୍‌ର ଭବିଷ୍ୟତ ନେତତୃକୁ ସମୃଦ୍ଧ କରିବା ଓ ଓଡ଼ିଶାର ପ୍ରଗତି ପ୍ରତି ଅବଦାନ କରିବା ଲାଗି ରହିଥିବା ଲକ୍ଷ୍ୟ ସହ ଖାପଖାଉଛି ।


ଆମ ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ଏହି ସାହସୀ ବ୍ୟକ୍ତିଙ୍କ ପ୍ରତି ନିଜ କୃତଜ୍ଞତା ଜଣାଇ ଟିପିସିଓଡିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅରବିନ୍ଦ ସିଂହ କହିଛନ୍ତି ଯେ, “ଭାରତର ସ୍ୱାଧୀନତା ପାଇଁ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆମେ ଏହି ୭୭ତମ ସ୍ୱାଧୀନତା ଦିବସରେ ମନେ ପକାଉଛୁ । ଆମ ମହାନ ଦେଶର ମୁଳଦୁଆ ପକାଇଥିବା ଏହି ଯୁଦ୍ଧ ନାୟକମାନଙ୍କୁ ଆଜିର ଐତିହାସିକ ଦିନରେ ଆମେ ସଲାମ କରୁଛୁ । ଦଶମ, ଦ୍ୱାଦଶ ଓ ସ୍ନାତକ ପରୀକ୍ଷାରେ ଉତ୍କର୍ଷ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଆମେ ଶିକ୍ଷାରେ ଉତ୍କର୍ଷ ପାଇଁ ସଲାମ କରୁଛୁ । ଏହି ମହାନ ଅବସରେ ସେ ଯୁଦ୍ଧ ନାୟକ, ଅଭିଭାବକ ଓ ପିଲାମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।


ଏହି କାର୍ଯ୍ୟକ୍ରମରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଦେଶାତ୍ମବୋଧକ ବନ୍ଦନା ଓ ପ୍ରେରଣାଦାୟୀ ବକ୍ତୃତା ଆଦି ଆୟୋଜନ କରାଯାଇଥିଲା ଯାହା ଉପସ୍ଥିତ ଲୋକମାନଙ୍କ ମଧ୍ୟରେ ଦେଶପ୍ରେମ ଓ ଏକତାର ଭାବ ଜାଗ୍ରତ କରିଥିଲା । ସମାଜର ଉନ୍ନତି, ପ୍ରତିଭାବାନଙ୍କୁ ସମୃଦ୍ଧ କରିବା ଏବଂ ଅଂଚଳର ପ୍ରଗତି ପ୍ରତି ଯୋଗଦାନ ପ୍ରଦାନ କରିବା ପ୍ରତି ଟିପିସିଓଡିଏଲ୍‌ର ସମର୍ପଣ ଭାବ ସ୍ୱାଧୀନତା ଦିବସ ପାଳନରେ ପ୍ରତିଫଳିତ ହୋଇଥିଲା । ଓଡ଼ିଶାର ଲୋକମାନଙ୍କ ସହିତ କଂପାନିର ଦୃଢ଼ ସମ୍ପର୍କ ଓ ରାଜ୍ୟର ଶକ୍ତି ଚାହିଦା ପୂରଣ କରିବା ଲାଗି ଏହାର ଅତୁଟ ପ୍ରତିବଦ୍ଧତା ଏଥିରେ ସ୍ପଷ୍ଟ ପ୍ରତିଫଳିତ ହୋଇଥିଲା ଯାହା ହେଉଛି ପ୍ରଗତି, ଏକତା ଓ ଉତ୍କର୍ଷ ଭାବର ପରିଚାୟକ ।

Leave a Reply

Your email address will not be published. Required fields are marked *