ଡିଫେନ୍ସ କଲୋନୀରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ

ବ୍ରହ୍ମପୁର, ପ୍ରବାହ ନ୍ୟୁଜ୍‌ : ଉତ୍କଳ ନଗର ଡିଫେନ୍ସ କଲୋନୀରେ କଲୋନିବସୀଙ୍କ ଦ୍ଵାରା ୭୬ତମ ସାଧାରଣତନ୍ତ୍ର ଦିବସ ମହାଆଡମ୍ବର ସହ ପାଳିତ ହୋଇଯାଇଚି । କଲୋନୀ ସଭାପତି ଶ୍ରୀ ଶରତ ଚନ୍ଦ୍ର ରଥ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ଏବଂ ଦେଶର ଏକତା ଓ ଅଖଣ୍ଡତା ବଜାଇ ରଖିବାରେ କଲୋନିବାସୀଙ୍କ ଭୂମିକା ଉପରେ ଗୁରୁତ୍ୱାରୋପଣ କରିଥିଲେ। ଅନ୍ୟାନ୍ୟ ବ୍ୟକ୍ତାଙ୍କ ଉଦବୋଧନ ମଧ୍ୟରେ ଶ୍ରୀ ଜଗବନ୍ଧୁ ବେହେରା (ଅବସରପ୍ରାପ୍ତ ଶିକ୍ଷକ) କଲୋନିବାସିଙ୍କ ମଧ୍ୟରେ ଶାନ୍ତି ଓ ଶୌମିତ୍ରୀର ଭାବନା, ସ୍ଵାଧୀନତା ସଂଗ୍ରାମୀଙ୍କ ବଳିଦାନ ଉପରେ ଉପସ୍ତାପାନ କରିଥିଲେ ଏବଂ ଶ୍ରୀ ଶିବ ପ୍ରସାଦ ଦାସ (ଅବସରପ୍ରାପ୍ତ ପୋଲିସ ଅଧିକାରୀ) ତାଙ୍କ କବିତା ମାଧ୍ୟମରେ ସମସ୍ତଙ୍କୁ ଶୋଷିତ ଓ କଳୁଷମୁକ୍ତ ଭାରତ ପାଇଁ ପ୍ରେରଣା ଦେଇଥିଲେ। କଲୋନିବାସୀ ଶ୍ରୀମତୀ ମମତା ପାଢ଼ୀ, କୁମାରୀ ସୋନାଲି ସାହୁ ଓ ଶ୍ରୀମତୀ ଚିନ୍ମୟୀ ପାତ୍ରଙ୍କ ଦେଶାତ୍ମବୋଧ ଗୀତ ଓ ସଙ୍ଗୀତର ମୂର୍ଛନାରେ କଲୋନୀରେ ପରିବେଶ ମୁଖରିତ ହୋଇଥିଲା। କଲୋନୀରେ ଉପସଭାପତି ଶ୍ରୀ ତ୍ରିନାଥ ସାହୁ, ସମ୍ପାଦକ ଶ୍ରୀ ତ୍ରିନାଥ ପାଢ଼ୀ, କୋଷାଧ୍ୟକ୍ଷ ଶ୍ରୀ କୃଷ୍ଣଚନ୍ଦ୍ର ବେହେରା, ଶ୍ରୀ ପ୍ରଦୀପ କୁମାର ପଟ୍ଟନାୟକ, ଶ୍ରୀ ଦେବେନ୍ଦ୍ର ସାହୁ ଓ ଅନ୍ୟ ସହକର୍ମୀ ମାନେ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *