ଗୀତଗୋବିନ୍ଦ ସଦନଠାରେ ଷଷ୍ଠତମ ବାର୍ଷିକ ରାଜ୍ୟସ୍ତରୀୟ ସମ୍ମିଳନୀ

ଭୁବନେଶ୍ୱର : ଆଜି ମହିଳା ରୋଷେୟା ସେବାୟତ ମହାସଂଘ ପକ୍ଷରୁ ଷଷ୍ଠତମ ବାର୍ଷିକ ରାଜ୍ୟସ୍ତରୀୟ ସମ୍ମିଳନୀ ସ୍ଥାନୀୟ ଗୀତଗୋବିନ୍ଦ ସଦନ, ଭୁବନେଶ୍ୱରଠାରେ ମହାସମାରୋହରେ ପାଳନ କରାଯାଇଛି । ଉକ୍ତ ସମ୍ମିଳନୀକୁ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆବାହକ ଶ୍ରୀଯୁକ୍ତ ଦିଗମ୍ବର ଜେନା ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ରାଜ୍ୟ ସାଧାରଣ ସମ୍ପାଦିକା ରୀନା ମୁର୍ମୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଶ୍ରୀ ଜେନା ତାଙ୍କ ବକ୍ତବ୍ୟରେ କହିଥିଲେ ରୋଷେୟାମାନେ ହଷ୍ଟେଲ୍ ଗୁଡ଼ିକରେ ପିଲାମାନଙ୍କର ସୁଷମ ରନ୍ଧା ଖାଦ୍ୟ ପରିବେଷଣ କରି ପିଲମାନଙ୍କୁ ସମ୍ପୂର୍ଣ୍ଣ ୨୪ ଘଣ୍ଟା ଦାୟିତ୍ୱର ସହ ନିରବଚ୍ଛିନ୍ନ ଭାବରେ ସେବା କରୁଥିଲେ । ବଡ଼ ଦୁଃଖର ବିଷୟ ତାଙ୍କ ପାରିଶ୍ରମିକ ବାବଦରେ ସରକାର ସର୍ବନିମ୍ନ ମଜୁରୀ ପ୍ରଦାନ ନ କରି ମାତ୍ର ମାସକୁ ୧୨ ହଜାର ଟଙ୍କା ଦେଉଛନ୍ତି, ତାହା ସମୁଦ୍ରକୁ ଶଙ୍ଖେ । ଗତ ୨୦୨୪ ସାଧାରଣ ନିର୍ବାଚନରେ ସରକାର କାର୍ଯ୍ୟରତ ସମସ୍ତ କର୍ମଚାରୀମାନଙ୍କର ଦାବି ଗୁଡ଼ିକୁ ବିଚାରକୁ ନେଇଥିବା ବେଳେ ସେଥିରୁ ୨୪ ଘଣ୍ଟା କାର୍ଯ୍ୟ କରୁଥିବା ରୋଷେୟାମାନଙ୍କୁ ବାଦ୍ ଦିଆଯିବା ଏବଂ ଗୋଟିଏ ହେଲେ ଦାବି ପୂରଣ ନ କରିବା ବଡ଼ ଦୁଃଖ ଓ ପରିତାପର ବିଷୟ । ଆଜି ରାଜ୍ୟର ମନ୍ତ୍ରୀମଣ୍ଡଳ ଗଠନ ହେବାକୁ ଯାଉଛି । ନିଶ୍ଚିତ ଭାବରେ ବିଭାଗୀ ମନ୍ତ୍ରୀ ଦାୟିତ୍ୱ ନେଲାପରେ ତାଙ୍କୁ ମହାସଂଘ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବା ସହିତ ଦାବିଗୁଡ଼ିକ ଆଲୋଚନା କରାଯିବ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କମିଟି ସଦସ୍ୟା ନିର୍ମଳା ଲାକ୍ରା, ସବିତା ମାଝି, ଆନନ୍ଦିନୀ ଏକ୍କା, ଜସ୍ମିନ୍ ଏକ୍କା, ରୋଜିତା ଟୋପୋ, ରଞ୍ଜିତା ନାୟକ, ଲିଲି ମିଞ୍ଚ୍, ଦୁତାମି ଟୋପ୍ନୋ, କିଶୋର ଲାକ୍ରା, ରଜନୀ ଏକ୍କା, ବାସନ୍ତୀ ଏକ୍କା, ଆଶ୍ରିତା ଓରାମ୍, ଲାଲିତା ବୁଡୁ, ସୁଚିତ୍ରା ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ ।