ଅଚ୍ୟୁତ ସାମନ୍ତଙ୍କୁ ୫୭ତମ ସମ୍ମାନସୂଚକ ଡକ୍ଟୋରେଟ୍‍

ଭୁବନେଶ୍ୱର,(ପ୍ରବାହ ନ୍ୟୁଜ୍‌) : ରାଜସ୍ଥାନ ଜୟପୁରର ମହିଳା ବିଶ୍ୱବିଦ୍ୟାଳୟ ପକ୍ଷରୁ ଶିକ୍ଷାବିତ୍‍ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟୋରେଟ୍‍ ଡିଗ୍ରୀ (ଡକ୍ଟୋରେଟ୍‍ ଅଫ୍‍ ସାଇନ୍‍ସ) ପ୍ରଦାନ କରାଯାଇଛି। ବିଶ୍ୱବିଦ୍ୟାଳୟର ୧୪ତମ ସମାବର୍ତ୍ତନ ଉତ୍ସବ ଅବସରରେ ବୁଧବାର ମୁଖ୍ୟଅତିଥି କିରଣ ବେଦୀଙ୍କ ଉପସ୍ଥିତିରେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନସୂଚକ ଡକ୍ଟୋରେଟ୍‍ ପ୍ରଦାନ କରାଯାଇଛି । ଶ୍ରୀ ସାମନ୍ତ ଆଭାସୀରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ତାଙ୍କ ପ୍ରତିନିଧି ମହିଳା ବିଶ୍ୱବିଦ୍ୟାଳୟରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଏହା ହେଉଛି ଶ୍ରୀ ସାମନ୍ତଙ୍କ ୫୭ତମ ସମ୍ମାନସୂଚକ ଡକ୍ଟୋରେଟ୍‍। ଶିକ୍ଷା, ସମାଜସେବା ସହ ମହିଳା ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ଜୟପୁରର ମହିଳା ବିଶ୍ୱବିଦ୍ୟାଳୟ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛି। କୌଣସି ମହିଳା ବିଶ୍ୱବିଦ୍ୟାଳୟରୁ ପ୍ରଥମ ଥର ଲାଗି ଶ୍ରୀ ସାମନ୍ତ ଏହି ସମ୍ମାନସୂଚକ ଡକ୍ଟୋରେଟ ହାସଲ କରିଛନ୍ତି। ଏହି ସମ୍ମାନରେ ଖୁସି ବ୍ୟକ୍ତ କରିବା ସହ ଶ୍ରୀ ସାମନ୍ତ ଜୟପୁରର ମହିଳା ବିଶ୍ୱବିଦ୍ୟାଳୟକୁ ଧନ୍ୟବାଦ ଜଣାଛନ୍ତି। ଏହି ସମ୍ମାନକୁ ଶ୍ରୀ ସାମନ୍ତ ନିଜ ମାଆ ନୀଳିମାରାଣୀ ତଥା କିଟ୍‍ ଓ କିସ୍‍ର ଶିକ୍ଷୟିତ୍ରୀ, ଅଧ୍ୟାପିକା ଏବଂ ମହିଳା ପ୍ରଶାସନିକ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।

Leave a Reply

Your email address will not be published. Required fields are marked *