୫୧% କର୍ମଚାରୀଙ୍କ ପସନ୍ଦ ହାଇବ୍ରିଡ୍ କାର୍ଯ୍ୟ: ଗୋଦରେଜ୍ ଇଂଟେରିଓ ସର୍ଭେ

ଭୁବନେଶ୍ୱର: ଗୋଦରେଜ୍ ଗ୍ରୁପ୍ର ପ୍ରମୁଖ ସଂସ୍ଥା ଗୋଦରେଜ୍ ଆଣ୍ଡ୍ ବଏସ୍ର ଅଂଶ ଗୋଦରେଜ୍ ଇଂଟେରିଓ ହେଉଛି ଭାରତର ଅଗ୍ରଣି ଆସବାବ ସମାଧାନ ପ୍ରଦାନକାରୀ ସଂସ୍ଥା ଯାହା କରିଥିବା “ହୋମ୍, ଅଫିସ ଆଣ୍ଡ୍ ବେୟଣ୍ଡ୍’ ସର୍ଭେରୁ ଜଣାପଡ଼ିଛି ଯେ ଘରେ ରହି କାମ କରୁଥିବା କିଛି କର୍ମଚାରୀ ଅଫିସ ଫେରିବାକୁ ଚାହୁଥିବା ବେଳେ ଅନ୍ୟମାନେ ଉଭୟ ଘର ଓ ଅଫିସର ମିଶ୍ରଣ ଯାହାକୁ ହାଇବ୍ରିଡ୍ କାର୍ଯ୍ୟ ବୋଲି କୁହାଯାଉଛି ସେଥିରେ କାମ କରିବାକୁ ଚାହୁଛନ୍ତି । ବୟସ, କାର୍ଯ୍ୟ ଅଭିଜ୍ଞତା, ଲିଙ୍ଗ ଆଦି ଦୃଷ୍ଟିରୁ କର୍ମଚାରୀମାନଙ୍କ କାର୍ଯ୍ୟ କରିବାର ପସନ୍ଦ ଭିନ୍ନ ଭିନ୍ନ ରହିଛି । ବିଭିନ୍ନ ଲିଙ୍ଗର କର୍ମଚାରୀମାନେ କ଼ର୍ମ କ୍ଷେତ୍ରପାଇଁ ଭିନ୍ନ ଭିନ୍ନ ସହାୟତା ଲୋଡ଼ିଛନ୍ତି ଓ ନିଯୁକ୍ତିଦାତାଙ୍କ ଠାରୁ ସେମାନଙ୍କ ଭିନ୍ନ ଆଶା ରହିଛି । ଏହି ସର୍ଭେରେ ଅଫିସ ଯାଉଥିବା ୩୫୦ କର୍ମଚାରୀ ଅଂଶଗ୍ରହଣ କରିଥିଲେ । ସେମାନେ ଭାରତୀୟ କର୍ପୋରେଟ୍ ସଂସ୍ଥା ଓ ବହୁଦେଶୀୟ କଂପାନିଗୁଡ଼ିକରେ କାର୍ଯ୍ୟ କରୁଛନ୍ତି ।
ଏହି ସର୍ଭେ ଅନୁଯାୟୀ, ହାଇବ୍ରିଡ୍ କାମ ପାଇଁ ନିଯୁକ୍ତିଦାତାଙ୍କ ସହ କଥାବାର୍ତା ହେବା ଲାଗି ୩୯ ପ୍ରତିଶତ କର୍ମଚାରୀ ପ୍ରସ୍ତୁତ ଥିବା କହିଥିବା ବେଳେ ୨୪ ପ୍ରତିଶତ ଚାକିରି ବଦଳାଇବାକୁ ଚାହୁଛନ୍ତି ଓ ୧୪ ପ୍ରତିଶତ ସ୍ଥାନ ବଦଳାଇବା ସପକ୍ଷରେ ରହିଛନ୍ତି । ୧୩ ପ୍ରତିଶତ କର୍ମଚାରୀ ବେତନରେ ୧୦ ପ୍ରତିଶତ କାଟ ପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି ।
ଗୋଦରେଜ୍ ଇଂଟେରିଓର ଉପସଭାପତି (ମାର୍କେଟିଂ-ବି୨ବି) ସମୀର ଯୋଶୀ କହିଛନ୍ତି ଯେ, “ଗତ ଦୁଇ ବର୍ଷ ଆମକୁ ଶିଖାଇଛି ଭବିଷ୍ୟକୁ ଆଶା ଓ ନୂତନ ଲକ୍ଷ୍ୟ ଓ ଅର୍ଥ ଅନୁସାରେ ଦେଖିବା । ଭବିଷ୍ୟତରେ କାମରେ ନିଯୁକ୍ତିଦାତା, କର୍ମଚାରୀ ଓ ସଂସ୍ଥାଗୁଡ଼ିକୁ ସେମାନଙ୍କ କାର୍ଯ୍ୟ ସ୍ଥଳ ଭିନ୍ନ ଉଦ୍ୟମ ଜାରି ରଖିବାକୁ ହେବ । ଗୋଦରେଜ୍ ଇଂଟେରିଓର ଏର୍ଗୋନୋମିକ୍ ଆଣ୍ଡ୍ ୱାର୍କପ୍ଲେସ୍ ରିସର୍ଚ ସେଲ୍ ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାପଡ଼ିଛି ଯେ ସଂସ୍ଥାଗୁଡ଼ିକ ନିଜର ସଂସ୍କୃତି ଓ ବ୍ରାଣ୍ଡ୍କୁ ପୁନଃ ଉପସ୍ଥାପିତ କରିବା ଲାଗି କର୍ମ କ୍ଷେତ୍ରକୁ ବ୍ୟବହାର କରୁଛନ୍ତି । ଉନ୍ନତ ଭିତର ପାଶ୍ୱର୍, ଷ୍ଟାଣ୍ଡିଂ ଡେସ୍କ ଆଦି ଜରିଆରେ କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ ପ୍ରତି ଗୁରୁତ୍ୱ ଦେଉଛନ୍ତି । ଚଳମାନ ଆସବାବପତ୍ରକୁ ବ୍ୟବହାର କରି ମଡ୍ୟୁଲାର କର୍ମ କ୍ଷେତ୍ର ପ୍ରସ୍ତୁତ କରାଯାଉଛି ଯାହା ନବସୃଜନ ଓ ପରିକଳ୍ପନାକୁ ସହାୟତା ପ୍ରଦାନ କରୁଛି । ଏହି ସର୍ଭେର ଲକ୍ଷ୍ୟ ହେଉଛି ଚାପ କମ କରିବା ଏବଂ କର୍ମଚାରୀଙ୍କ ସଂପୃକ୍ତି ବଢ଼ାଇ ଟିମ୍ ସହଯୋଗିତାରେ ଉନ୍ନତି ଆଣିବା ସହ ଛାଡ଼ି ପଳାଉଥିବା କର୍ମଚାରୀ ସଂଖ୍ୟା କମ୍ କରିବା ଲାଗି ଅଫିସକୁ ଫେରିବା ନୀତି ପ୍ରସ୍ତୁତ କରିବାରେ କଂପାନିଗୁଡ଼ିକୁ ସହାୟତା ପ୍ରଦାନ କରିବା । ଅଫିସରରେ ଅଧିକ ସହଯୋଗିତା ସୃଷ୍ଟିକାରୀ ଆସବାବପତ୍ରର ଚାହିଦା ଥିବା ଆମେ ଦେଖିପାରୁଛୁ ଏବଂ ଚଳିତ ଆର୍ଥିକ ବର୍ଷରେ ଏହି କ୍ଷେତ୍ରରେ ୨୫% ଅଭିବୃଦ୍ଧି ହାସଲ କରିବାକୁ ଲକ୍ଷ୍ୟ ରଖିଛୁ ।”
ଭବିଷ୍ୟତର କର୍ମ କ୍ଷେତ୍ରକୁ ପ୍ରସ୍ତୁୂତ କରିବା ଲାଗି ସମସ୍ତଙ୍କ ବ୍ୟକ୍ତିଗତ ଆବଶ୍ୟକତାକୁ କେନ୍ଦ୍ର ସ୍ଥଳରେ ରଖିବା ସପକ୍ଷରେ ସର୍ଭେରେ ଯୁକ୍ତି ଉପସ୍ଥାପନ କରାଯାଇଛି । ସବୁ ପ୍ରକାର ଶିଳ୍ପରେ ପ୍ରତିଭାବାନ କର୍ମଚାରୀଙ୍କୁ ଧରି ରଖିବା ଓ ଆକୃଷ୍ଟ କରିବା ଲାଗି ନମନୀୟ କର୍ମ ମଡେଲ୍ ଗୁରୁତ୍ୱପୂର୍ଣ୍ଣ । ତେଣୁ କର୍ମଚାରୀ ଯେଉଁଠାରେ ରହୁଥାନ୍ତୁ ନା କାହିଁକି କର୍ମଚାରୀଙ୍କ ଉପସ୍ଥିତି ଲାଗି ମିଶ୍ରିତ ନୀତି ରଖିବା ହେଉଛି ଆଗାମୀ କାଲିର ଭବିଷ୍ୟତ ବୋଲି ସେ କହିଛନ୍ତି ।