ଇମ୍ଫା ରେ ୪ଥ ଜାତୀୟ ବୈଦ୍ୟୁତିକ ସୁରକ୍ଷା ସପ୍ତାହ ପାଳିତ

ରାୟଗଡ଼ା: (ନି.ପ୍ର): ରାୟଗଡ଼ା ଜିଲ୍ଲା ଥେରୁବାଲି ଇମ୍ଫା କାରଖାନା ପରିସରରେ ଜୁନ ୨୬ ତାରିଖ ଠାରୁ ଜୁଲାଇ ୨ ତାରିଖ ଯାଏ  ଏକ ସପ୍ତାହବ୍ୟାପୀ ୪ର୍ଥ ଜାତୀୟ ବୈଦ୍ୟୁତିକ ସୁରକ୍ଷା ସପ୍ତାହ ମହା ସମାରୋହରେ ପାଳିତ ହୋଇଯାଇଛି । ଏହାର ଉଦଘାଟନ ଉତ୍ସବରେ ଇମ୍ଫା ର , ଉପସଭାପତି –ତଥା-ଭରପ୍ରାପ୍ତ ନିର୍ବାହୀ ଅଧିକାରୀ  ଶ୍ରୀମାନ ଆଶିଷ କୁମାର ରାୟ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସମବେତ ଶ୍ରମିକ ଓ ଅଧିକାରୀ ମାନଙ୍କୁ ସୁରକ୍ଷା ଶପଥ ପାଠ କରାଇବା ସହ ଚଳିତ ବର୍ଷର ବିଷୟବସ୍ତୁ “ ସାଲିସ କର ନି ,  ବୁଦ୍ଧିମାନ ହୁଅ “ ଉପରେ ଆଲୋକପାତ କରି “ ବିଦ୍ୟୁତ ଆପଣଙ୍କୁ  ବନ୍ଦ କରିପାରେ “ ତେଣୁ ସତର୍କତାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।

ଏହି ଅବସରରେ କାରଖାନା ପରିସର ଭିତରେ ଓ ବାହାରେ ବିଦ୍ୟୁତ ସତର୍କତା ସମ୍ବନ୍ଧୀୟ ବିଭିର୍ଣ୍ଣ ପ୍ରକାର ପ୍ରାଚୀର ପତ୍ର ପ୍ରଦର୍ଶିତ ହୋଇଥିଲା । ଇମ୍ଫା ବିଦ୍ୟୁତ ବିଭଗର ଭରପ୍ରାପ୍ତ ମୁଖ୍ୟ ଅଧିକାରୀ ଶ୍ରୀ କିଶୋର ଚନ୍ଦ୍ର ଦାସ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେବା ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ସପ୍ତାହ ବ୍ୟାପି ପାଳନ ଅବସରରେ ଶ୍ରମିକ ଓ କର୍ମଚାରୀ ମାନଙ୍କ ମଧ୍ୟରେ ବିଭିର୍ଣ୍ଣ ପ୍ରତିଯୋଗୀତା ତଥା ପ୍ରଶିକ୍ଷଣ ମାନ ଆୟୋଜନ କରାଯାଇ ଥିଲା ଏବଂ  କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରଯାଇଥିଲା । ଉକ୍ତ ସପ୍ତାହ ବ୍ୟାପି କାର୍ଯ୍ୟ କ୍ରମ କୁ ଇମ୍ଫା ର ବିଦ୍ୟୁତ୍ ବିଭାଗର ଅଧିକାୀମାନେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *