ଲୋହିଆ ଏକାଡେମୀରେ ଜନନାୟକ ନବକୃଷ୍ଣ ଚୌଧୁରୀଙ୍କ ୪୦ତମ ଶ୍ରାଦ୍ଧବାର୍ଷିକୀ

ଭୁବନେଶ୍ୱର (୨୪/୬) : ଓଡ଼ିଶାର ରାଜନୀତି ଯେତେ ପୁରୁଖା ହେଉଛି, ପ୍ରଥମ ନିର୍ବାଚିତ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓଡ଼ିଶାର ରାଜନୀତିକୁ ସେତିକି ଅଧିକ ଭାବରେ ଆନ୍ଦୋଳିତ କରିବାରେ ଲାଗିଛନ୍ତି। ମାତ୍ର ଛଅ ବର୍ଷର ମୁଖ୍ୟମନ୍ତ୍ରୀତ୍ୱ କାଳରେ ରାଜନୀତି ମାଧ୍ୟମରେ ବ୍ୟବସ୍ଥା ପରିବର୍ତ୍ତନର ସ୍ୱପ୍ନ ଦେଖାଇଥିବା ନବକୃଷ୍ଣ କଳାଟଙ୍କା ତଥା ଜଳ, ଜଙ୍ଗଲ, ଜମି, ପ୍ରାକୃତିକ ସମ୍ପଦକୁ ବିକ୍ରୟ ମାଧ୍ୟମରେ ପ୍ରତିଟି ରାଜନୈତିକ ଦଳ ଏବଂ ପ୍ରତ୍ୟେକ ମୁଖ୍ୟମନ୍ତ୍ରୀମାନଙ୍କୁ ଆହ୍ୱାନ ଭାବରେ ଛିଡା ହୋଇଛନ୍ତି। ଭୁବନେଶ୍ୱରସ୍ଥ ଲୋହିଆ ଏକାଡେମୀ ପରିସରରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ବିପ୍ଲବୀ ନବକୃଷ୍ଣ ଚୌଧୁରୀଙ୍କ ୪୦ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଗାନ୍ଧୀବାଦୀ ଗଣ ସଙ୍ଗଠନ ସମୁହଙ୍କ ପକ୍ଷରୁ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାଧାରଣ ସଭାରେ ଅତିଥିମାନେ ମତ ଦେଇଥିଲେ। ଏହି ସଭାରେ କୃଷକ ନେତା ଲିଙ୍ଗରାଜ, ଶିକ୍ଷାବିତ ପ୍ରଫେସର ବୀରେନ୍ଦ୍ର ନାୟକ, ଦିଲ୍ଲୀ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ମନୋରଞ୍ଜନ ମହାନ୍ତି, ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ଉତ୍କଳ ସର୍ବୋଦୟ ମଣ୍ଡଳର ସଭାପତି ମିହିର ପ୍ରତାପ ଦାସ ପ୍ରମୁଖ ଚର୍ଚ୍ଚାରେ ଅଂଶଗ୍ରହଣ କରିଥିଲେ। ସଭାରେ ପଦ୍ମଚରଣ ନାୟକ, ପ୍ରଫେସର ସ୍ୱାଧୀନ ପଟ୍ଟନାୟକ, ପ୍ରହଲ୍ଲାଦ ସିଂହ, ସୁଧୀର ପଟ୍ଟନାୟକ, ସୁମିତ୍ରା ପଟେଲ, ପ୍ରଫେସର ଧନେଶ୍ୱର ସାହୁ, ଜୟନ୍ତ କୁମାର ଦାସ, ବିଜୟ କୁମାର ତ୍ରିପାଠୀ, ସନ୍ତୋଷ ଦାସ, ନରେନ୍ଦ୍ର ମହାନ୍ତି, କଲ୍ୟାଣ ଆନନ୍ଦ, ଅକ୍ଷୟ କୁମାର ଭଦ୍ର, ନିରଞ୍ଜନ ମହାନ୍ତି, ମୀର ଅହମ୍ମଦ ଅଲ୍ଲୀ, ଦିଲ୍ଲୀପ ବେହେରା ପ୍ରମୁଖ ଶ୍ରଦ୍ଧାଞ୍ଜଳି କରିଥିଲେ। ସଭା ପ୍ରାରମ୍ଭରେ ଡଃ ବିଶ୍ଵଜିତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଲୋହିଆ ଏକାଡେମୀର ସମ୍ପାଦକ ଦେବପ୍ରସାଦ ରାୟ ଧନ୍ୟବାଦ ଅର୍ପଣ କରିଥିଲେ।