ଖୋର୍ଦ୍ଧା ପୋଲିସ ପକ୍ଷରୁ ମହିନ୍ଦ୍ରା ବୋଲର ସହିତ ୪୦ ଲକ୍ଷର ଟଙ୍କା ର ବ୍ରାଉନସୁଗାର ଜବତ ଓ ଦୁଇ ଗିରଫ
ଖୋର୍ଦ୍ଧା(ନିପ୍ର)ଆଜି ଖୋର୍ଦ୍ଧା ପୋଲିସ କୁ ଏକ ବଡ଼ ଧରଣର ସଫଳତା ମିଳିଛି । ବାହାରୁ ବ୍ରାଉନସୁଗାର ଆସୁଥିବାର ଏକ ସୂଚନା ଅନୁସାରେ ଖବର ପାଇ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ଙ୍କ ନିର୍ଦ୍ଦେଶ ରେ ସ୍ଥାନୀୟ ଏସ୍ଡିପିଓ ଦିଲ୍ଲୀପ କୁମାର ଦାସ ଓ ଆଦର୍ଶ ଥାନା ଅଧିକାରୀ ତାରିକ ଅହମ୍ମଦ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା । ଏହି ଟିମ ର ମୁଖ୍ୟ ଏସଆଇ ସମୀର ଦଳାଇ,ଏଏସଆଇ ଏସ କେ ସାହୁ ,ହାବିଲଦାର ବିକ୍ରମ ପ୍ରତାପ ସିଂ ଓ ଅନ୍ୟ କର୍ମଚାରୀ ପ୍ରଦୀପ ହରିଚନ୍ଦନ,ଏସ ପାଟଶାଣୀ, ଓ ଅନ୍ୟ କର୍ମଚାରୀ ଖୋର୍ଦ୍ଧା ଆଦର୍ଶ ଥାନା ଅଧିନ ଗଡ଼ହଳଦିଆ ପେଟ୍ରୋଲ ପମ୍ପ ନିକଟରେ ଏକ ମହିନ୍ଦ୍ରା ବୋଲର କୁ ଅଟକ ରଖିଥିଲେ ।ପରେ ଉକ୍ତ ଗାଡି କୁ ଯାଞ୍ଚ ସହିତ ସେଥିରେ ଥିବା ଦୁଇଜଣ ଙ୍କୁ ପଚାରିବା ପରେ ସେମାନଙ୍କ ଠାରୁ ୪୦୦ ଗ୍ରାମ ର ବ୍ରାଉନସୁଗାର ପାଇଥିଲେ ।ସେହିପରି ନଗଦ ୨୬୨୦୦ ଟଙ୍କା ଜବତ କରିବା ସହିତ ମହିନ୍ଦ୍ରା ବୋଲର ନମ୍ବର ଓଡ଼ି ୩୩ ଏକ୍ସ ୮୮୩୬ ,କୁ ଜବତ କରିଥିଲେ ।
ସେପଟେ ଜବତ ବ୍ରାଉନସୁଗାର ର ଆନୁ ମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଉପ ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ରନାଥ ମୁର୍ମୁ ପ୍ରକାଶ କରିଛନ୍ତି ।ଖୋର୍ଦ୍ଧା ଆଦର୍ଶ ଥାନା କେଶ ନମ୍ବର ୪୬ ଏନଡ଼ିପିଏସ ଆକ୍ଟ ୟୁ ଏସ ୨୧(ଗ)/୨୯ ଅନୁଯାଇ ଖୋର୍ଦ୍ଧା ଆଦର୍ଶ ଥାନା ଅଧିନ ରାଧା ବଲ୍ଲଭ ସାହି ର ସନ୍ଦୀପ ମହାନ୍ତି(୫୨) ପିତା-ବିଜୟ,,ଓ ଢେଙ୍କାନାଳ ଜିଲ୍ଲା ସଦର ଥାନା କାମଧେନୁ କୋଟ ର ଗଣେଶ୍ୱର ବେହେରା(୨୫)ପିତା-ସୁବଳ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ଘଟଣାରେ ଆଉ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ଇ ଏହି ବ୍ରାଉନସୁଗାର କେଉଁଠୁ ଆସୁଛି ତାର ତଦନ୍ତ ଚାଲିଥିବା ଖୋର୍ଦ୍ଧା ପୋଲିସି ସୂଚନା ଦେଇଛି ।ଏହି ବ୍ରାଉନସୁଗାର ଜବତ କେଶ ରେ ଅଭିଯୁକ୍ତ ଙ୍କୁ ଧରିବା ପଛରେ ଅନ୍ୟ ମାନଙ୍କ ମଧ୍ୟରେ ଇନ୍ସପେକ୍ଟର କେ ସି ସ୍ୱାଇଁ ଓ ସବଇନ୍ସପେକ୍ଟର ସୁକାନ୍ତ କୁମାର ଦଳାଇ ପ୍ରମୁଖ ସହଯୋଗ କରିଥିଲେ ।