ଭୁବନେଶ୍ୱରରୁ ଆକାଶ ବାଇଜୁସ୍ର ୪ ଛାତ୍ର ଛାତ୍ରୀଙ୍କର ଜେଇଇ ଆଡ୍ଭାନ୍ସଡ୍ ୨୦୨୩ରେ ଉଲ୍ଲେଖନୀୟ ସଫଳତା ହାସଲ
ଭୁବନେଶ୍ୱର, ୧୮ ଜୁନ ୨୦୨୩ : ଟେଷ୍ଟ ପ୍ରସ୍ତୁତି କ୍ଷେତ୍ରରେ ଜାତୀୟ ସ୍ତରରେ ଅଗ୍ରଣୀ ରହିଥିବା ଆକାଶ ବାଇଜୁସ୍ର ଭୁବନେଶ୍ୱରରୁ ୪ ଛାତ୍ର ଛାତ୍ରୀ ସମ୍ମାନଜନକ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡ୍ଭାନ୍ସଡ୍ ୨୦୨୩ରେ ବେଶ୍ ପ୍ରଭାବୀ ଫଳାଫଳ ହାସଲ କରି ଏହି ପ୍ରତିଷ୍ଠାନକୁ ଗର୍ବିତ କରିବା ସହିତ ସେମାନଙ୍କର ପିତା ମାତା ଏବଂ ପ୍ରତିଷ୍ଠାନର ସମସ୍ତ କର୍ମଚାରୀଙ୍କୁ ଗର୍ବିତ କରିଛନ୍ତି ।
ଶ୍ରେଷ୍ଠ ସ୍କୋର୍ଧାରୀ ମଧ୍ୟରେ ଅଲିଭ ସାହୁ, ଯିଏ ଏଆଇଆର୍ ୩୨୬ ହାସଲ କରିଛନ୍ତି, ପ୍ରତ୍ୟୁଷ ସ୍ୱାଇଁ ଏଆଇଆର୍ ୪୩୯, ପ୍ରିୟଙ୍କା ସର ଏଆଇଆର୍ ୬୨୧ ଏବଂ ବରୁଣ ମିଶ୍ର ଏଆଇଆର୍ ୯୮୧ ର୍ୟାଙ୍କ ହାସଲ କରିଛନ୍ତି । ଆଇଆଇଟି ଗୌହାଟି ପକ୍ଷରୁ ଆଜି ଏହି ଫଳାଫଳ ଘୋଷଣା କରାଯାଇଛି ।
ଏହି ଛାତ୍ର ଛାତ୍ରୀ ଜେଇଇରେ ସଫଳତା ହାସଲ କରିବାକୁ ଆକାଶର କ୍ଲାସ୍ରୁମ ପାଠ୍ୟକ୍ରମରେ ଯୋଗ ଦେଇଥିଲେ । ସେମାନେ ଜେଇଇରେ ଶ୍ରେଷ୍ଠ ପର୍ସେଣ୍ଟାଇଲ ହାସଲ ପଛର ସଫଳତାର ଶ୍ରେୟ ଚିନ୍ତାଧାରାଗୁଡିକୁ ବୁଝିବାରେ ସେମାନଙ୍କ ପ୍ରୟାସ ଏବଂ ଶିକ୍ଷଣ କାର୍ଯ୍ୟସୂଚୀକୁ କଡାକଡି ଭାବରେ ଅନୁପାଳନକୁ ଦେଇଛନ୍ତି । “ଆମେ କୃତଜ୍ଞ ଯେ ଆକାଶ ଆମକୁ ଉଭୟରେ ସହାୟତା କରିଛି । ଆକାଶର ଶିକ୍ଷଣ ବିଷୟବସ୍ତୁ ଏବଂ ପ୍ରଶିକ୍ଷଣ ବିନା ଆମେ ବିଭିନ୍ନ ବିଷୟରେ ଅନେକ ଚିନ୍ତାଧାରାକୁ ସ୍ୱଳ୍ପ ସମୟ ମଧ୍ୟରେ ବୁଝି ପାରିନଥାନ୍ତୁ”, ବୋଲି ସେମାନେ କହିଛନ୍ତି ।
ଛାତ୍ର ଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ ଶ୍ରୀ ଅଜୟ ବାହାଦୂର ସିଂ, ରିଜିଓନାଲ ଡାଇରେକ୍ଟର, ଆକାଶ ଏଡୁକେସନାଲ ସର୍ଭିସେସ୍ ଲିମିଟେଡ (ଏଇଏସ୍ଏଲ) କହିଛନ୍ତି, “ଆମେ ଛାତ୍ର ଛାତ୍ରୀଙ୍କୁ ସେମାନଙ୍କର ଅନନ୍ୟ ସଫଳତା ପାଇଁ ଅଭିନନ୍ଦନ ଜଣାଉଛୁ । ସମଗ୍ର ଦେଶରୁ ମୋଟ ୧.୮ ଲକ୍ଷରୁ ଅଧିକ ଛାତ୍ର ଛାତ୍ରୀ ଜେଇଇ (ଆଡ୍ଭାନ୍ସଡ୍) ୨୦୨୩ ଦେଇଥିଲେ । ସେମାନଙ୍କ ସଫଳତା ସେମାନଙ୍କ କଠିନ ପରିଶ୍ରମ ଓ ଉତ୍ସର୍ଗୀକୃତ ପ୍ରୟାସ ତଥା ସେମାନଙ୍କ ପିତା ମାତାଙ୍କର ସମର୍ଥନକୁ ପ୍ରତିପାଦିତ କରୁଛି । ଆମେ ସେମାନଙ୍କୁ ସେମାନଙ୍କର ଭବିଷ୍ୟତ ପ୍ରୟାସଗୁଡିକ ନିମନ୍ତେ ସର୍ବକୁଶଳତା କାମନା କରୁଛୁ ।”
ଆକାଶ ହାଇସ୍କୁଲ ଏବଂ ହାୟର ସେକେଣ୍ଡାରୀ ଛାତ୍ର ଛାତ୍ରୀଙ୍କ ପାଇଁ ବହୁବିଧ ପାଠ୍ୟକ୍ରମ ଫର୍ମାଟ୍ରେ ଜେଇଇ କୋଚିଂ ପ୍ରଦାନ କରୁଛି । ନିକଟ ଅତୀତରେ ଆକାଶ କମ୍ପ୍ୟୁଟର ଭିତ୍ତିତ ତାଲିମ ଉପରେ ତାହାର ଦୃଷ୍ଟିନିବଦ୍ଧରେ ବୃଦ୍ଧି କରିଛି । ଏହାର ଆଇଟ୍ୟୁଟର ରେକର୍ଡ କରାଯାଇଥିବା ଭିଡିଓ ଲେକ୍ଚର ଯୋଗାଇ ଦେଉଛି । ଏଠାରେ ହେଉଥିବା ମକ୍ ଟେଷ୍ଟ ବାସ୍ତବ ପରୀକ୍ଷା ପରିବେଶ ଯୋଗାଇ ଦେଉଛି, ଏତଦ୍ୱାରା ଛାତ୍ର ଛାତ୍ରୀଙ୍କୁ ପରୀକ୍ଷାର ସମ୍ମୁଖୀନ ହେବା ନିମନ୍ତେ ଆବଶ୍ୟକ ପରିଚିତି ଏବଂ ଆତ୍ମବିଶ୍ୱାସ ପ୍ରଦାନ