ଅପରାଜିତାଙ୍କୁ ଜଗଦେବ କଣ୍ଟା

ବିଜେପିକୁ ପଡ଼ିବ ମହଙ୍ଗା

ଖୋର୍ଦ୍ଧା(ଜିତେନ୍ଦ୍ର କୁମାର ମାନସିଂହ) ପ୍ରବାହ ନ୍ୟୁଜ୍ : ଓଡ଼ିଶାର ରାଜନୀତିରେ ନିଜର ଦବଦବା ପ୍ରତିପାଦନ କରୁଛନ୍ତି ବିଜେପିର ବରିଷ୍ଠ ନେତ୍ରୀ ତଥା ଭୁବନେଶ୍ୱର ଲୋକସଭା ନିର୍ବାଚନର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ । ଯେଉଁ କେତେଜଣ ହାତ ଗଣତି ବ୍ୟକ୍ତିତ୍ୱ ସିଭିଲ ସର୍ଭିସରେ ଥାଇ ଲୋକଙ୍କ ସେବା କରିବା ପାଇଁ ଚାକିରୀକୁ ତୁଚ୍ଛ କରିଦେଇଛନ୍ତି ସେମାନଙ୍କ ଭିତରେ ଅପରାଜିତା ଅନ୍ୟତମ । ସେ ରାଜ୍ୟ ବିଜେପିର ଏକ ଜୁଜଲ୍ୟମାନ ତାରକା । ୧୯୬୯ରେ ମୂଜାଫରପୁରରେ ଜନ୍ମଗ୍ରହଣ କରିଥିବା ଶ୍ରୀମତୀ ଷଡ଼ଙ୍ଗୀ ୧୯୯୪ ବ୍ୟାଚ୍‌ରେ ଜଣେ ଆଇଏଏସ୍ ଅଫିସର । ତାଙ୍କ ସମୟରେ ସେ ଓଡ଼ିଶାର ବିଭିନ୍ନ ନୂତନ ନିୟମ ପ୍ରଣୟନ କରିଥିଲେ ଯାହା ଓଡ଼ିଶାବାସୀଙ୍କ ମନରେ ଏକ ଛାପ ସୃଷ୍ଟି କରିଥିଲା । ସରକାରୀ କାର୍ଯ୍ୟରେ ରହି ସେ ଲୋକମାନଙ୍କର ସେବା କରିବାର ସୁଯୋଗ ପାଉ ନଥିବାରୁ ଅଧିକ କିଛି କରିବା ପାଇଁ ନିଜ ଚାକିରୀକୁ ବାଏ ବାଏ କରିଥିଲେ । ୨୦୧୮ ନଭେମ୍ବରରେ ଭାରତୀୟ ଜନତା ପାଟିରେ ଯୋଗ ଦେଇଥିଲେ । ସମୟକ୍ରମେ ସେ ୨୦୧୯ ସାଧାରଣ ନିର୍ବାଚନରେ ବିଜେପିର ଭୁବନେଶ୍ୱର ସାଂସଦ ଭାବେ ନିର୍ବାଚନ ଲଢ଼ିଥିଲେ । ୨୦୧୯ରେ ଓଡ଼ିଶାରେ ସକ୍ରିୟ ରାଜନୈତିକ ଦଳ ଭାବେ ଥିବା ବିଜୁ ଜନତା ଦଳର ସାଂସଦ ପାର୍ଥୀ ଅରୂପ ପଟ୍ଟନାୟକଙ୍କୁ ହରାଇ ବିଜୟ ଲାଭ କରିଥିଲେ । କହିବାକୁ ଗଲେ ରାଜ୍ୟରେ ସେତେବେଳେ ବିଜେପିର ଲୋକ ସମର୍ଥନ ଏତଟା ନଥିବା ବେଳେ ଅପରାଜିତା କିନ୍ତୁ ତାଙ୍କର ବ୍ୟକ୍ତିତ୍ୱ ବଳରେ ପଦ ହାତେଇଥିଲେ ।
୨୦୨୪ ନିର୍ବାଚନ ପାଇଁ ଦଳ ତାଙ୍କ ଉପରେ ପୁଣି ଭରଷା କରି ଟିକେଟ ଦେଇଛି । ଶ୍ରୀମତୀ ଷଡ଼ଙ୍ଗୀଙ୍କର ୫ବର୍ଷର ରିପୋର୍ଟକାର୍ଡରୁ ଜଣାପଡ଼ିଛି ସେ ୫ ବର୍ଷରେ ୫୦ଟି କୃତିତ୍ୱ ହାସଲ କରିଛନ୍ତି । କହିବାକୁ ଗଲେ ୮୮ ପ୍ରତିଶତ ଲୋକଙ୍କ ଅଭିଯୋଗର ସେ ସମାଧାନ କରିପାରିଛନ୍ତି । ତାଙ୍କର କୃତିତ୍ୱ ମଧ୍ୟରେ ରହିଛି ହଂସପାଳଠାରେ ହେଉଥିବା ଓଭରବ୍ରିଜ୍‌, ସହର ମଧ୍ୟରେ ବିଭିନ୍ନ ସ୍ଥାନରେ ଫୁଟ୍ ଓଭରବ୍ରିଜ୍‌, ଜଟଣୀଠାରେ ରେଲୱେ ଓଭରବ୍ରିଜ୍ ପ୍ରମୁଖ । ଶ୍ରୀମତୀ ଷଡ଼ଙ୍ଗୀଙ୍କ ସମୟରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ବହୁ ଉନ୍ନତି ମୂଳକ କାର୍ଯ୍ୟ ହୋଇଛି । ବିଜେପିର ସେ ଜଣେ ଟାଣୁଆ ତଥା ସ୍ପଷ୍ଟବାଦୀ ନେତ୍ରୀ ଭାବେ ସେ ବେଶ ପରିଚିତ ।
ବିଜେପିର ଏବେ ବହୁ ଦାଇତ୍ୱବାନ ନେତା ଦଳକୁ ରାଜ୍ୟରେ ଆଗେଇ ନେଉଥିବା ବେଳେ କିଛି ଅମଦାନୀ ନେତାଙ୍କ ପାଇଁ ଦଳ ଏବେ ବିପଦମୁହାଁ ହୋଇପଡ଼ିଛି । ଓଡ଼ିଶାରେ ୩ ପ୍ରମୁଖ ଦଳ ମଧ୍ୟରୁ ୨୦୨୪ ନିର୍ବାଚନରେ ବିଜେପି ଓ ବିଜେଡି ମଧ୍ୟରେ ମୁଖ୍ୟତଃ ଲଢ଼େଇ ଜୋରଦାର ହେବ ବୋଲି ଆଲୋଚନା ହେଉଛି । ହେଲେ ବିଜେଡିରୁ ବିଦା ହୋଇ ବିଜେପିରେ ମିଶିଥିବା କିଛି ଗୁଣ୍ଡା ଜତୀୟ ନେତାଙ୍କ ପାଇଁ ଦଳ ଆଜି ସଙ୍କଟରେ । ସେପରି ଏକ ଉଦାହରଣ ଆମେ ନେଇପାରିବା ପ୍ରଶାନ୍ତ ଜଗଦେବଙ୍କର । ସେ ୨୦୧୯ରେ ବିଜେଡି ଦଳରୁ ଟିକେଟ ପାଇ ନିର୍ବାଚିତ ହୋଇଥିଲେ । ସେ ଗତ ୫ବର୍ଷ ମଧ୍ୟରେ ତାଙ୍କର ଗୁଣ୍ଡାରାଜ୍ ଓ କଟୁ ଭାଷା ବିଜେଡି ସରକାରକୁ ଅକଳରେ ପକାଇଥିଲା । ଫଳରେ ଦଳ ତାଙ୍କୁ ପୂର୍ନବାର ଟିକେଟ ନଦବା ପାଇଁ ସ୍ଥିର କରିଥିଲା । ଏନେଇ କୌଣସି ସୁତ୍ରରୁ ଖବର ପାଇ ଶ୍ରୀ ଜଗଦେବ ବିଜେଡି ଦଳ ଛାଡ଼ି ଭାରତୀୟ ଜନତା ପାଟିରେ ଯୋଗ ଦେଇଥିଲେ । ହେଲେ ତାଙ୍କର ପ୍ରକୃତିରେ କୌଣସି ପରୀବର୍ତ୍ତନ ଘଟିନଥିଲା । ସେ ନିକଟରେ ଏକ ପ୍ରଚାରରେ ଯାଉଥିବା ବେଳେ ଉପସ୍ଥିତ କିଛି ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ । ଯାହା ଫଳରେ ରାଜ୍ୟ ସାରା ସାମ୍ବାଦିକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଖୋର୍ଦ୍ଧା ଜିଲ୍ଲା ଛଣଗିରିଠାରେ ଅୟୋଜିତ ଏକ ପଦ ଯାତ୍ରାରେ ସେ କାର୍ଯ୍ୟରତ ଜଣେ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯିବା ସହ ସ୍ଥାନୀୟ ଗ୍ରାମବାସୀ ତାଙ୍କୁ ଧକ୍କା ଦେଇ ଗାଁରୁ ବିଦା କରିଦେଇଥିଲେ ।


ରାଜ୍ୟ ବିଜେପିରେ ବର୍ତ୍ତମାନ ନିର୍ବାଚନ ସମୟରେ ଦଳର ଆଭିମୁଖ୍ୟକୁ ନେଇ ସାରା ରାଜ୍ୟରେ ନେତାଠୁ ଆରମ୍ଭ କରି କର୍ମୀ ମାନେ ପ୍ରଚାରରେ ଅଣ୍ଟା ଭିଡ଼ୁଥିବା ବେଳେ ପ୍ରଶାନ୍ତଙ୍କର ଏଭଳି କାରନାମା ଓ ଦବଙ୍ଗଗିରି ରାଜ୍ୟ ବିଜେପିକୁ ସୁହାଇବ ନା ତଳକୁ ଠେଲିଦବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଶେଷ କରି ସାଂସଦ ପାର୍ଥୀ ଶ୍ରୀମତୀ ଷଡ଼ଙ୍ଗୀ ବିଭିନ୍ନ ସ୍ଥାନକୁ ପ୍ରଚାରରେ ପ୍ରଶାନ୍ତଙ୍କୁ ନେଉଥିବା ବେଳେ ଏହାର ପ୍ରବାହ ସିଧାସଳଖ ଭାବେ ଅପରାଜିତାଙ୍କ ଉପରେ ପଡ଼ିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ଏବେ ଠାରୁ ଆକଳନ କଲେଣି । ଏବେ ସୁଦ୍ଧା ସାଂସଦ ପାର୍ଥୀ ଅପରାଜିତାଙ୍କ ଲୋକଙ୍କ ନିକଟରେ ସେ ଆଦୃତ୍ୱ ହେଉଥିବା ବେଳେ ପ୍ରଶାନ୍ତଙ୍କ ସହ ପ୍ରଚାରକୁ ଯିବା ତାଙ୍କ ପାଇଁ ମହଙ୍ଗା ପଡ଼ିବ । ଏପରିକି ପ୍ରଶାନ୍ତ ନିଜେ ବୁଡ଼ି ଯାଉଥିବା ବେଳେ ଅପରାଜିତାଙ୍କୁ ନେଇ ବୁଡ଼ିବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
୨୦୨୪ ସାଧାରଣ ନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ ଦଳ ଯଦି ପ୍ରଶାନ୍ତଙ୍କ ଭଳି ବ୍ୟକ୍ତତ୍ୱଙ୍କ ବିଷୟରେ ଚିନ୍ତା କରିବ ତେବେ କେବଳ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ନୁହେଁ ସାରା ରାଜ୍ୟରେ ଏହାର ପ୍ରଭାବ ନିଶ୍ଚୟ ପଡ଼ିବ ବୋଲି ବୁଦ୍ଧିଜୀବୀମାନେ ଆକଳନ କରିଛନ୍ତି । ତେଣୁ ବେଳ ଥାଉ ଥାଉ ନୀତିରେ ରାଜ୍ୟ ବିଜେପିକୁ ଆଗକୁ ବଢ଼ିବାରେ ତଥା ନିଜର ରାଜନୈତିକ ପ୍ରତିପାଦିତା କ୍ଷେତ୍ରରେ ଆସୁଥିବ କଣ୍ଟାକୁ କାଢ଼ିବା ଜରୁରୀ ନଚେତ୍ ଦଳ ପୁଣି ସେଇ କାଗଜ କଲମରେ ରହିଯିବ ।

Leave a Reply

Your email address will not be published. Required fields are marked *