ତକ୍ଷଶିଳା ଆବାସିକ ବିଦ୍ୟାଳୟ ଆଙ୍କୁଶପୁର, ୨୨ ତମ ବାର୍ଷିକ ଉତ୍ସବ ପାଳିତ
ବ୍ରହ୍ମପୁର ତା ଗତ ୨୯ , ୦୧.୨୦୨୩ ରବିବାର ଦିନ ସ୍ଥାନୀୟ ଆଙ୍କୁଶପୁର ତକ୍ଷଶିଳା ଆବାସିକ ବିଦ୍ୟାଳୟରେ ୨୨ ତମ ବାର୍ଷିକ ଉତ୍ସବ ପାଳିତ ହୋଇଥୁଲା । ଏଥିରେ ଆମନ୍ତ୍ରିତ ମୁଖ୍ୟଅତିଥି ରୂପେ ଶ୍ରୀମତି ବିନିତା ସେନାପତି , ଗଂଜ।ମ ଜିଲ୍ଲା ଶିକ୍ଷାଧିକରୀ , ବ୍ରହ୍ମପୁର , , ମୁଖ୍ୟବକ୍ତା ରୂପେ ନୃସିଂହ ଚରଣ ମିଶ୍ର,ବ୍ଳକ ଶିକ୍ଷାଧିକାରୀ, କୁକ ଏବଂ ସମ୍ମାନୀୟ ଅତିଥୁ ରୂପେ ଶ୍ରୀ କାମାକ୍ଷ ପ୍ରସାଦ ପାତ୍ର , ଚେୟାରମେନ , ଶ୍ରୀ ମୁରଲୀ ସେଠୀ , ଶ୍ରୀ ସୁରେଶ ସେଠୀ ଉକ୍ତ ଉତ୍ସବରେ ସଦୟ ଯୋଗଦାନ କରିଥିଲେ । ତକ୍ଷୟିଳା ଆବାସିକା ବିଦ୍ୟାଳୟର ପରିଚାଳନା କମିଟିର ଚେୟାରମେନ ଶ୍ରୀବଜରଙ୍ଗ ଲାଲ ଚୌଧୁରୀ ,ସମ୍ପାଦକ ଶ୍ରୀ ପବନ କୁମାର ଚୌଧୁରୀ , ନିର୍ଦ୍ଦେଶକ ଶ୍ରୀ ରବିଶଙ୍କର ଚୌଧୁରୀ ।
ଅନୁଷ୍ଠାନର ପ୍ରଧାନଶିକ୍ଷକ ଶ୍ରୀ ହରପ୍ରସାଦ ପଣ୍ଡା , ପ୍ରଧାନଶିକ୍ଷକ ଶ୍ରୀ ନାଗେଶ୍ବର ରାଓ ସହକାରୀ ପ୍ରଧାନ ଶିକ୍ଷୟିତ୍ରୀ କଳ୍ପନା ପାତ୍ର ତଥା ଏହି ଶିକ୍ଷାନୁଷ୍ଠାନର ସକଳ ଶିକ୍ଷକ ଶିକ୍ଷୟିତ୍ରୀ , କର୍ମକର୍ତ୍ତା , ଛାତ୍ରଛାତ୍ରୀ ତଥା ଆମନ୍ତ୍ରିତ ଅଭିଭାବକ ମାନଙ୍କ ଶୁଭ ଉପସ୍ଥିତି ଉକ୍ତ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲା । । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ନାଗେଶ୍ୱର ରାଓ – ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ । ସଭାରେ ଆମନ୍ତ୍ରିତ ଅତିଥ୍ୟଗଣ ନୂତନ ଶିକ୍ଷାନୀତି , ଛାତ୍ରମାନଙ୍କ ଆଦର୍ଶ , କର୍ତ୍ତବ୍ୟବୋଧ , ନୈତିକତା , ଆନୁଷ୍ଠାନିକ ଶୃଙ୍ଖଳା ରକ୍ଷା ଓ ସମୟର ସୁଉପଯୋଗ ପାଇଁ ପରାମର୍ଶ ଦେଇଥିଲେ ।
ପରେ ପରେ ମୁଖ୍ୟ ଅତିଥ୍ ବିଦ୍ୟାଳୟର ବିଭିନ୍ନ କ୍ରୀଡା ବିଭାଗରେ ଓ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀରେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବଣ୍ଟନ କରିଥିଲେ । ସର୍ବେ । ପରି ବିଦ୍ୟାଳୟର ପରିଚାଳନା କର୍ତ୍ତୃପକ୍ଷ ସମସ୍ତ କର୍ମଚାରୀ ତଥା ଶିକ୍ଷକମାନଙ୍କ ସହଯୋଗ ଓ ସୁପରିଚଳନାରେ ଉତ୍ସବଟି ସାଫଲ୍ୟ ମଣ୍ଡିତ ହୋଇଥିଲା । ପରିଶେଷରେ ଶ୍ରୀମତି କଳ୍ପନା ପାତ୍ର ସଭିଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହାପରେ ଛାତ୍ରଛାତ୍ରୀଙ୍କ ଦ୍ବାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା । ।