ପେଟି ଭିତରୁ ମିଳିଲା ନବଜାତ ଶିଶୁର ମୃତ ଦେହ
ଧର୍ମଶାଳା ( ପ୍ରବାହ ନ୍ୟୁଜ) ପେଟି ଭିତରୁ ମିଳିଲା ପଲିଥିନ ଗୁଡା ନବଜାତ ଶିଶୁର ମୃତ ଦେହ !ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, ଯାଜପୁର...
ଧର୍ମଶାଳା ( ପ୍ରବାହ ନ୍ୟୁଜ) ପେଟି ଭିତରୁ ମିଳିଲା ପଲିଥିନ ଗୁଡା ନବଜାତ ଶିଶୁର ମୃତ ଦେହ !ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, ଯାଜପୁର...
ଦିଲ୍ଲୀ, ପ୍ରବାହ ନ୍ୟୁଜ୍ : ଜ୍ୟୋତିଷ କ୍ଷେତ୍ରରେ ତାଙ୍କର ଦୀର୍ଘଦିନର ଅବଦାନ, ସତ୍ୟନିଷ୍ଠ କାର୍ଯ୍ୟଶୈଳୀ ଓ ଗବେଷଣାମୂଳକ ନିଷ୍ଠାକୁ ସମ୍ମାନିତ କରି, “ଆଷ୍ଟ୍ରୋ ସେମିନାର ଆଣ୍ଡ ଷ୍ଟାର...
ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ବିଶ୍ୱ ଶାନ୍ତି, ପରମାଣୁ ନିରସ୍ତ୍ରୀକରଣ ଓ ଆଇନର ଶାସନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଗ୍ଲୋବାଲ୍ ସିକ୍ୟୁରିଟି ଇନ୍ଷ୍ଟିଚ୍ୟୁଟ୍ର ସଭାପତି ଜୋନାଥନ୍ ଗ୍ରାନଫ୍ଙ୍କୁ ଶନିବାର କିସ୍ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି। କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ଗ୍ରାନଫ୍ ହେଉଛନ୍ତି ଜଣେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଆଇନଜ୍ଞ ଏବଂ ସେ ଦୀର୍ଘ ଦଶନ୍ଧୀ ଧରି ପରମାଣୁ ନିରସ୍ତ୍ରୀକରଣ ସପକ୍ଷରେ ବିଶ୍ୱବ୍ୟାପୀ ଅଭିଯାନ ଚଳାଇ ଆସୁଛନ୍ତି। ଏ ନେଇ ସେ ଆମେରିକା ସଂସଦ, ବ୍ରିଟେନ୍ ସଂସଦ ଓ କାନାଡ଼ା ସଂସଦରେ ନିଜର ଯୁକ୍ତି ଉପସ୍ଥାପନ କରିଛନ୍ତି। ଗ୍ରାନଫ୍ ନୋବେଲ୍ ଶାନ୍ତି ପୁରସ୍କାର ବିଜେତାଙ୍କ ବିଶ୍ୱ ସମ୍ମିଳନୀର ବରିଷ୍ଠ ପରାମର୍ଶଦାତା ଭାବେ କାମ କରିବା ସହ ଅନେକ ଆନ୍ତର୍ଜାତିକ ବୋର୍ଡରେ ବିଭିନ୍ନ ପଦବୀରେ ରହିଛନ୍ତି। ଆଇନ୍ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ ତାଙ୍କୁ ଆମେରିକା ବାର୍ ଆସୋସିଏସନ୍ ୨୦୨୦ରେ ଜୀବନ ବ୍ୟାପୀ ସାଧନା ସମ୍ମାନରେ ସମ୍ମାନୀତ କରିଥିଲେ। ଏହି ସମ୍ମାନ ଗ୍ରହଣ କରି ଗ୍ରାନଫ୍ କିସ୍ର ଉଚ୍ଚ ପ୍ରଶଂସା କରିଥିଲେ। ସେ ତାଙ୍କ ଅଭିଭାଷଣରେ କିସ୍କୁ ଶିକ୍ଷା ଓ ଶୃଙ୍ଖଳା କ୍ଷେତ୍ରରେ ଏକ ଅସାଧାରଣ ଅନୁଷ୍ଠାନ ଭାବେ ଅଭିହିତ କରିଥିଲେ। ସେ କହିଲେ, ସେ ସାରା ଜୀବନ ବିବେକ ସହ ସମନ୍ୱୟ ରଖି ବଞ୍ଚବାକୁ ଚେଷ୍ଟା କରିଆସିଛନ୍ତି। ଜନଜାତି ସମ୍ପ୍ରଦାୟର ପିଲାମାନେ ସେମାନଙ୍କ ଭବିଷ୍ୟତ ଗଠନ ପାଇଁ କିସ୍ ଓ କିଟ୍ ପ୍ରତି କୃତଜ୍ଞ ରହିବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଗ୍ରାନଫ୍ ତାଙ୍କ ଭାଷଣରେ ଅଚ୍ୟୁତ ସାମନ୍ତଙ୍କ ପରିଚାଳିତ ଆର୍ଟ ଅଫ୍ ଗିଭିଂ ସମ୍ପର୍କରେ ଉଲ୍ଲେଖ କରି କହିଲେ, ଏହା ହେଉଛି ଦୟା ଓ ପ୍ରେମର ଏକ ଆନ୍ଦୋଳନ।ଆର୍ଟ ଅଫ୍ ଗିଭିଂ ଜୀବନ ସହିତ ଜ୍ଞାନର ବିକଶିତ କରିଥାଏ। ଗ୍ରାନଫ୍ ଏକବିଂଶ ଶତାବ୍ଦୀର ଆହ୍ୱାନ ଭାବେ ଜଳବାୟୁ ସଙ୍କଟ, ପରିବେଶ ଅବକ୍ଷୟ ଓ ଗଣବିନାଶର ଅସ୍ତ୍ର ଉପରେ ରୋକ ଲଗାଇବା ନେଇ ଗୁରୁତ୍ୱାରୋପ କରିଥିଲେ। ଗ୍ରାନଫ୍ଙ୍କୁ ଏହି ସମ୍ମାନ ପ୍ରଦାନ କରି କିସ୍ ନିଜକୁ ଧନ୍ୟ ମନେକରୁଛି ବୋଲି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ତାଙ୍କ ବକ୍ତବ୍ୟରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କିସ୍ ବିଶ୍ୱବିଦ୍ୟାଳୟ କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବହୁ ସଂଖ୍ୟାରେ କିଟ୍ ଓ କିସ୍ର ଅଧ୍ୟପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।
ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଓଡ଼ିଶା, ଛତିଶଗଡ଼ ଏବଂ ଆନ୍ଧ୍ର ପ୍ରଦେଶରେ ଏହାର କାର୍ଯ୍ୟରେ ସ୍ପନ୍ଦନଶୀଳ ଏବଂ ଅନ୍ତର୍ଭୁକ୍ତ କାର୍ଯ୍ୟକଳାପ...
ପ୍ରବାହ ନ୍ୟୁଜ୍ : କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଗୁଜରାଟରେ ଶ୍ରୀ ମୋତିଭାଇ ଆର. ଚୌଧୁରୀ...
ପ୍ରବାହ ନ୍ୟୁଜ୍ : ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ବାଇଁ ଙ୍କ , ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ସନ୍ଦୀପ ସମ୍ପଦ ମାଡକର ଙ୍କ ନିର୍ଦ୍ଦେଶ କ୍ରମେ ତଥା ଅବକାରୀ...
ଧର୍ମଶାଳା,ପ୍ରବାହ ନ୍ୟୁଜ୍ : ଧର୍ମଶାଳା ପ୍ରେସ କ୍ଳବର ସାଧାରଣ ପରିଷଦ ବୈଠକ ଓ ନୂତନ କର୍ମକର୍ତା ନିର୍ବାଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଭାପତି ଡ଼. ରମାକାନ୍ତ ଜେନାଙ୍କ...
ଧର୍ମଶାଳା, ପ୍ରବାହ ନ୍ୟୁଜ୍ : ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ନିର୍ଦ୍ଦେଶକ୍ରମେ ଆଜି ଭାଜପା ଯୁବ ସଙ୍ଗଠନ ପକ୍ଷରୁ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅଧିନ ବିଭିନ୍ନ...
ଧର୍ମଶାଳା,ପ୍ରବାହ ନ୍ୟୁଜ୍ : ଧର୍ମଶାଳା ତହସିଲ ଅଞ୍ଚଳରେ ଲଘୁ ଖଣିଜ ସମ୍ପଦ ଲୁଟ ଘଟଣା ସବୁ ବେଳେ ଚର୍ଚ୍ଚାରେ ରହିଥାଏ। କିଛି ମାସ ତଳେ ବାଜବାଟୀ କଳାପଥର...
ପ୍ରବାହ ନ୍ୟୁଜ୍ : ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍), ଭୁବନେଶ୍ୱରର ପାୱର ହାଉସ୍...
ଝାରସୁଗୁଡ଼ା, ଓଡ଼ିଶା,ପ୍ରବାହ ନ୍ୟୁଜ୍ : ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍, ଓଡ଼ିଶାର ଝାରସୁଗୁଡ଼ାରେ ଥିବା ଏହାର ମେଗା ଆଲୁମିନିୟମ୍ ପ୍ଲାଂଟରେ ଅଭିନବ, ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା...
ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଛତିଶଗଡ଼ର କୋର୍ବାଠାରେ ଥିବା ଏହାର ଭାରତ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ବାଲକୋ) ପ୍ଲାଂଟରେ ରେଷ୍ଟୋରା...
ଝାରସୁଗୁଡା, ଓଡିଶା,ପ୍ରବାହ ନ୍ୟୁଜ୍ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଏହି ଅଂଚଳରେ ଜନସ୍ୱାସ୍ଥ୍ୟ ଏବଂ ସୁସ୍ଥତାକୁ ସୁଦୃଢ଼ କରିବା ପାଇଁ ଏହାର ନିରନ୍ତର...
ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ଡ. ରାମଦାସ ଅଠୱାଲେ ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସି କିଟ୍ ଓ...
ଭୁବନେଶ୍ୱର :ପ୍ରବାହ ନ୍ୟୁଜ୍ : ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍), ଓଡ଼ିଶାର ସମୃଦ୍ଧ...