ପ୍ରବାହର ୧୭ତମ ସ୍ୱନକ୍ଷତ୍ର ଉତ୍ସବ

ଗଣମାଧ୍ୟମ ସାଧାରଣ ଲୋକଙ୍କ ସ୍ୱର

ଭୁବନେଶ୍ୱର(ପ୍ରବାହ ନ୍ୟୁଜ୍‌) : ଗଣମାଧ୍ୟମ ସାଧାରଣ ଲୋକର ସ୍ୱର । ସରକାରଙ୍କର ପ୍ରତ୍ୟେକ ଜନହିତକାର ଯୋଜନାକୁ ସମାଜର ତଳସ୍ତରରେ ଥିବା ଲୋକ ପାଖରେ ପହଞ୍ଚାଇଥାଏ ଗଣମାଧ୍ୟମ । ଗଣମାଧ୍ୟମ ଓ ସମାଜ ପରସ୍ପର ପରିପୂରକ ସମାଜର ପ୍ରତ୍ୟେକ ସ୍ଥିତି ଉପରେ ନଜର ରଖିଥାଏ ଗଣମାଧ୍ୟମ । ସରକାର ବା ବିରୋଧିଙ୍କ ପ୍ରତ୍ୟେକ ଭଲ କାମକୁ ପ୍ରଶଂସା କରୁଥିବା ବେଳେ ସେମାନଙ୍କର ଦୋଷତୃଟିକୁ ସମାଲୋଚନା କରିବାକୁ ପଛାଇ ନଥାଏ ଗଣମାଧ୍ୟମ । ଏ ସମସ୍ତ କାର୍ଯ୍ୟ ସଠିକ୍ ଭାବରେ ପ୍ରବାହ ଦୀର୍ଘ ୧୬ବର୍ଷ ହେଲା ତୁଲାଇ ଆସୁଥିବାରୁ ପ୍ରବାହର ୧୭ତମ ସ୍ୱନକ୍ଷତ୍ର ଅବସରରେ ଅତିଥି ମାନେ ପ୍ରବାହକୁ ପ୍ରଶଂସା କରିଥିଲେ । ସାପ୍ତାହିକ ଖବର କାଗଜ ପ୍ରବାହ ତାର ୧୭ତମ ସ୍ୱନକ୍ଷତ୍ର ଉତ୍ସବ ଜୟଦେବ ଭବନରେ ମାହାସମାରୋହରେ ପାଳନ କରିଛି ।

ଏହି ଅବସରରେ ମୁଖ୍ୟ ଅତିଥି ମାନ୍ୟବର ସୂଚନା କମିଶନର ସୁଶାନ୍ତ କୁମାର ମହାନ୍ତି ସାମ୍ପ୍ରତିକ ପାରିସ୍ଥିତରେ ଗଣମାଧ୍ୟମର ଦାୟିତ୍ୱବୋଧତା ଉପରେ ଆଲୋଚନା କରିଥିଲେ । ଗ୍ରାମଞ୍ଚଳର ସାମ୍ବାଦିକର କରୁଣ ଗାଥା ଓ କଥା ଅତି ନିକ୍ଷୁଣ ଭାବରେ ଉପସ୍ଥାପନା କରିଥିଲେ । ସମାଜର ଉତ୍‌ଥାନରେ ସାମ୍ବାଦିକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ନିଜେ ଅସୁବିଧାରେ ରହି ସମାଜ ପ୍ରତି ତାର ନିଷ୍ଠା ଓ ପ୍ରତିବଦ୍ଧତା ଦେଖାଇଥାଏ ସାମ୍ବାଦିକ । ସାମ୍ବାଦିକର କର୍ତ୍ତବ୍ୟ ସମାଜକୁ ଏକ ନୂତନ ଦିଗ୍‌ଦର୍ଶନ ଦେଇଥାଏ । ମୁଖ୍ୟଅତିଥି ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭାକାର ଅକ୍ଷୟ କୁମାର ସାହୁ କହିଥିଲେ- ସାମ୍ବାଦିକତାକୁ ପେଷା ଓ ନିଶା ଭାବରେ ଗ୍ରହଣ କରାଯାଉ । ସାମ୍ବାଦିକ ମାନେ ବିଶ୍ୱର ପ୍ରମୁଖ ସ୍ଥାନ ମାନ ଅଧିକାର କରିଛନ୍ତି । ସେମାନେ ମଧ୍ୟ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଅଧିକ ଆୟ କରିପାରୁଛନ୍ତି । ସାମ୍ବାଦିକତା ପାଇଁ କଠୋର ସାଧନା ଆବଶ୍ୟକ । କଠୋର ସାଧନା ବଳରେ ସାମ୍ବାଦକତା ଭଳି ମହାନ ପେଷାର ସିଧି ହାସଲ କରାଯାଏ ।

ସମ୍ମାନିତ ଅତିଥି ଚଳଚିତ୍ର ନିର୍ଦ୍ଦେଶକ ତଥା ଜାତୀୟ ଓଡ଼ିଆ ଫିଲ୍ମ୍ ଅଭିନେତା ଚୌଧୁରୀ ବିକାଶ ଦାସ ସାମ୍ବାଦିକଙ୍କ ସମସ୍ୟା ଓ ସମାଧାନ ଉପରେ ଆଲୋକପାତ କରିଥିଲେ । ସମ୍ମାନିତବକ୍ତା ଅଧିକାର ଲ ଏକାଡେମିର ନିର୍ଦ୍ଦେଶକ ତଥା ଭୁବନେଶ୍ୱର ଲ କଲେଜର ଅଧ୍ୟକ୍ଷ ବ୍ୟଙ୍ଗକବି ଡ. ଗିରିଶ ରଞ୍ଜନ ସାହୁ ତାଙ୍କର ବ୍ୟଙ୍ଗ କବିତା ମାଧ୍ୟମରେ ସ୍ୱୃତାଙ୍କ ମନ ଜିଣିଥିଲେ । ସାମ୍ବାଦିକତା କେତେ ନିଷ୍ଠୁର ସତ୍ୟ ତାହା ବିଭିନ୍ନ ଉଦାହରଣ ମାଧ୍ୟମରେ ବୁଝାଇଥିଲେ । ଅବକ୍ଷୟ ସମାଜକୁ ସୁଧାରିବାରେ ସାମ୍ବାଦିକଙ୍କ ଭୂମିକା ଅବର୍ଣ୍ଣନୀୟ । ପ୍ରବାହର ସମ୍ପାଦକ ଅଭିମନ୍ୟୁ ମହାପାତ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ପରିଚାଳନା ସମ୍ପାଦକ ସିଦ୍ଧାର୍ଥ ସ୍ୱରୂପ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । କବି ତଥା ଆଇନ୍‌ଜୀବୀ ଚନ୍ଦ୍ରବିଜୟୀ ମିଶ୍ର ମଞ୍ଚପରିଚାଳନା କରିଥିଲେ । ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ କୃତି ଅର୍ଜନ କରିଥିବା ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ପ୍ରବନ୍ଧକ ଅନିତା ରାଉତ, ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନାର ଭାରପ୍ରାପ୍ତ ଅଧିକାରୀ ସୁଜିତ କୁମାର ଦାସ, ସାମ୍ବାଦିକ ତଥା ସମାଜସେବୀ ରାଜେନ୍ଦ୍ର ପ୍ରସାଦ ଜେନା, ଢେଙ୍କାନାଳ ଡିଏଏମ୍‌ଟିର ଡ. ଡିଏନ୍ କନସୁଲାଣ୍ଟ ବିଡିଂ ଡିପାର୍ଟମେଣ୍ଟ ମ୍ୟାନେଜର ସ୍ୱାଗତା ସାହୁଙ୍କୁ ସମ୍ମାନିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *