ରାଜଭାଷା କାର୍ଯ୍ୟନ୍ୱୟନ ସମିତିର ୧୬ତମ ବୈଠକ ନାଲ୍‌କୋରେ ଆୟୋଜିତ

ରାଜଭାଷା ପ୍ରୟୋଗ ନିମନ୍ତେ ପୁରସ୍କାର ବିତରଣ

ଭୁବନେଶ୍ୱର-୦୧ା୧୦ା୨୦୨୨: ଭୁବନେଶ୍ୱରସ୍ଥିତ ନାଲ୍‌କୋ ନିଗମ କାର୍ଯ୍ୟାଳୟରେ ନଗର ରାଜଭାଷା କାର୍ଯ୍ୟନ୍ୱୟନ ସମିତିର ୨୦୨୨-୨୩ ବର୍ଷ ନିମନ୍ତେ ଦ୍ୱିତୀୟ ଅର୍ଦ୍ଧବାର୍ଷିକୀ ବୈଠକ ଆୟୋଜିତ ହୋଇଯାଇଛି । ନୋଡାଲ୍ କାର୍ଯ୍ୟାଳୟ ଭାବେ ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲ୍‌କୋ) ଏହି ବୈଠକର ଆୟୋଜନ କରିଥିଲା, ଯେଉଁଥିରେ ଭୁବନେଶ୍ୱରସ୍ଥିତ ବିଭିନ୍ନ ଭାରତ ସରକାରଙ୍କ ଦ୍ୱାରା ସଞ୍ଚାଳିତ ଉଦ୍ୟୋଗର ଅନ୍ୟ ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ ।


ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଏବଂ ନଗର ରାଜଭାଷା କାର୍ଯ୍ୟନ୍ୱୟନ ସମିତି (ଉପକ୍ରମ)-ନରାକାସ(ଉ)ର ସଭାପତି ଶ୍ରୀ ଶ୍ରୀଧର ପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆୟୋଜିତ ହୋଇଥିଲା । ଏଥିରେ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧୀନସ୍ଥ ରାଜଭାଷା ବିଭାଗର ସହକାରୀ ନିର୍ଦେଶକ (କାର୍ଯ୍ୟନ୍ୱୟନ) ଶ୍ରୀ ନିର୍ମଳ କୁମାର ଦୁବେଙ୍କ ସମେତ ନାଲ୍‌କୋର ନିର୍ଦେଶକ (ମାନବସମ୍ବଳ) ଶ୍ରୀ ରାଧାଶ୍ୟାମ ମହାପାତ୍ର ମଧ୍ୟ ସ୍ୱତନ୍ତ୍ର ଅତିଥିଭାବେ ଉପସ୍ଥିତ ଥିଲେ ।


ଏହି କାର୍ଯ୍ୟକ୍ରମରେ ନରାକାସ(ଉ)ର ସଦସ୍ୟମାନଙ୍କ ମଧ୍ୟରେ ହିନ୍ଦୀ ପକ୍ଷ ପାଳନ ଅବସରରେ ପୂର୍ବରୁ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଉପସ୍ଥିତ ସଦସ୍ୟମାନଙ୍କୁ ଉଦ୍‌ବୋଧନ ଦେଇ ନାଲ୍‌କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଶ୍ରୀ ପାତ୍ର ରାଜଭାଷା ହିନ୍ଦୀର ବ୍ୟବହାର ଏବଂ ପ୍ରସାର ଉପରେ ଗୁରୁତ୍ୱାରୋପ କରିଛନ୍ତି । ଭାରତ ସରକାରଙ୍କ ଏକ ଅନୁଷ୍ଠାନ ଭାବେ ଏହା ଆମର ସାମୂହିକ ଦାୟିତ୍ୱ ବୋଲି ସେ ମତ ପ୍ରକାଶ କରିଛନ୍ତି ।
ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧୀନସ୍ଥ ରାଜଭାଷା ବିଭାଗର ସହକାରୀ ନିର୍ଦେଶକ (କାର୍ଯ୍ୟନ୍ୱୟନ) ଶ୍ରୀ ନିର୍ମଳ କୁମାର ଦୁବେ ନରାକାସ(ଉ)ର ବୈଠକ ଆୟୋଜନରେ ନାଲ୍‌କୋର ଉଦ୍ୟମ ଏବଂ ହିନ୍ଦୀର ବହୁଳ ବ୍ୟବହାର କ୍ଷେତ୍ରରେ ସମସ୍ତ ସଦସ୍ୟ ଅନୁଷ୍ଠାନମାନଙ୍କର ପ୍ରୟାସକୁ ପ୍ରଶଂସା କରିଥିଲେ ।


ଏହି ଅବସରରେ କାର୍ଯ୍ୟକ୍ଷେତ୍ରରେ ଶ୍ରେଷ୍ଠ ରାଜଭାଷା ପ୍ରୟୋଗକାରୀ କାର୍ଯ୍ୟାଳୟ ବର୍ଗରେ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ, ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ ଲିମିଟେଡ୍ ଏବଂ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍‌କୁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *