ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟସ୍‌) ପ୍ରତିଯୋଗିତାର ୧୬ତମ ସଂସ୍କରଣ ଏବେ ଅନ୍‌ଲାଇନ୍‌ରେ

ଯପଠାଣି ସାମନ୍ତ ପ୍ଲାନେଟାରିୟମ୍ ସହଭାଗିତାରେ ଆୟୋଜିତଯ

ଭୁବନେଶ୍ୱର, ସେପ୍ଟେମ୍ବର ୦୯, ୨୦୨୨: ମହାକାଶ ବିଜ୍ଞାନ କ୍ଷେତ୍ରରେ ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କ ପ୍ରତିଭା ଚିହ୍ନଟ ଓ ପ୍ରସାର ଲକ୍ଷ୍ୟରେ ଆୟୋଜିତ କରାଯାଉଥିବା ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟସ୍‌) ପ୍ରତିଯୋଗିତାର ୧୬ତମ ସଂସ୍କରଣ ଏବେ ଅନ୍‌ଲାଇନ୍‌ରେ ଆୟୋଜିତ ହେବ । ପଠାଣି ସାମନ୍ତ ପ୍ଲାନେଟାରିୟମ୍ ସହଭାଗିତାରେ ଆୟୋଜିତ ୟାଟସ୍ ଚଳିତ ବର୍ଷ ହାଇବ୍ରିଡ଼ ମୋଡ଼ରେ ଆୟୋଜନ କରାଯାଉଛି । ଏଥିରେ ଛାତ୍ରଛାତ୍ରୀମାନେ ବ୍ୟକ୍ତିଗତ ଭାବେ ବିଦ୍ୟାଳୟରେ କିମ୍ବା ଭର୍ଚୁଆଲି ୟାଟସ୍ ୱେବ୍‌ସାଇଟ୍ ଜରିଆରେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ।

ଓଡ଼ିଶାର ସମସ୍ତ ବିଦ୍ୟାଳୟର ୯ମ ଓ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିବା ସହିତ https://bit.ly/YATS2022 ରେ କ୍ଲିକ୍ କରି ପରୀକ୍ଷା ଦେଇପାରିବେ । ଏହି ପରୀକ୍ଷା ଅନ୍ତର୍ଗତ କ୍ଷୁଦ୍ର ପ୍ରଶ୍ନାବଳୀ ସହିତ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜିତ ହେବ । ସେପ୍ଟେମ୍ବର ୧୦ ଓ ୧୧ରେ ମକ୍ ଟେଷ୍ଟ ହେବାକୁଥିବାବେଳେ ସେପ୍ଟେମ୍ବର ୧୭ ରୁ ୨୩ ତାରିଖ ମଧ୍ୟରେ ଫାଇନାଲ୍ ଅନ୍‌ଲାଇନ୍ ଟେଷ୍ଟ ଆୟୋଜନ କରିବାକୁ ନିର୍ଦ୍ଧାରିତ କରାଯାଇଛି ।

ମକ୍ ଟେଷ୍ଟ ବିଦ୍ୟାର୍ଥୀମାନଙ୍କୁ ମେନ୍ ଟେଷ୍ଟର ଫର୍ମାଟ୍ ବୁଝିବାରେ ସହାୟତା କରିବ । ମେନ୍ ଅନ୍‌ଲାଇନ୍ ଟେଷ୍ଟ ବିଦ୍ୟାର୍ଥୀମାନଙ୍କୁ ମହାକାଶ ବିଜ୍ଞାନ ଉପରେ ନିଜ ଜ୍ଞାନକୁ ପରଖିବା ସହିତ ୟାଟସ୍ ୨୦୨୨ ଗ୍ରାଣ୍ଡ ଫିନାଲେ ପାଇଁ ମନୋନୀତ ହେବାକୁ ସୁଯୋଗ ପ୍ରଦାନ କରିବ ।

ଚଳିତ ବର୍ଷ ଜୁଲାଇ ୧ ତାରିଖ ଦିନ ୟାଟସ୍‌ର ୧୬ତମ ସଂସ୍କରଣର ଶୁଭାରମ୍ଭ କରାଯାଇଥିଲା । ବର୍ତମାନ ଓଡ଼ିଶାର ୩୦୦ଟି ବିଦ୍ୟାଳୟରେ କୁଇଜ ଓ ପ୍ରବନ୍ଧ ପ୍ରତିଯୋଗିତାର ଆୟୋଜନ କରାଯାଉଛି । ବିଦ୍ୟାଳୟରେ ଆୟୋଜିତ ପ୍ରତିଯୋଗିତାରେ ଭାଗ ନେଇପାରୁନଥିବା ବିଦ୍ୟାର୍ଥୀମାନେ କେବଳ ଏହି ଅନ୍‌ଲାଇନ୍ ଟେଷ୍ଟରେ ଭାଗ ନେଇପାରିବେ । ବିଦ୍ୟାଳୟ ଓ ଅନ୍‌ଲାଇନ୍ ଟେଷ୍ଟ ଆଧାରରେ ପ୍ରତ୍ୟେକ ଜିଲ୍ଲାରୁ ଶ୍ରେଷ୍ଠ ୨ ଜଣ ପ୍ରତିଯୋଗୀଙ୍କୁ ଡିସେମ୍ବର ୧୩ ତାରିଖରେ ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ରେ ଆୟୋଜିତ ହେବାକୁ ଥିବା ଗ୍ରାଣ୍ଡ ଫିନାଲେ ନିମନ୍ତେ ଆମନ୍ତ୍ରିତ କରାଯିବ । ଏହି ଅବସରରେ ବ୍ୟକ୍ତିଗତ ସାକ୍ଷାତକାର ଆଧାରରେ ଚୂଡ଼ାନ୍ତ ମୂଲ୍ୟାଙ୍କନ ପରେ ଶ୍ରେଷ୍ଠ ୨୦ ଜଣ ବିଜେତାଙ୍କ ନାମ ଘୋଷଣା କରାଯିବା ସହିତ ସେମାନଙ୍କୁ ସମ୍ମାନିତ କରାଯିବ ।
ଜ୍ୟୋତିର୍ବିଜ୍ଞାନର ରହସ୍ୟ ସମ୍ପର୍କରେ ଯୁବ ପ୍ରତିଭାମାନଙ୍କ ଜ୍ଞାନ ପରିସୀମାକୁ ବୃଦ୍ଧି କରିବା ଦିଗରେ ୟାଟସ୍ ୧୫ ବର୍ଷ ପୁରଣ କରିଛି । ଓଡ଼ିଶାର ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଅନ୍ତରୀକ୍ଷ ବିଜ୍ଞାନକୁ ଓଡ଼ିଶାର କିମ୍ବଦନ୍ତୀ ପୁରୁଷ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ଅବଦାନକୁ ଲୋକପ୍ରିୟ କରିବା ସହିତ ଅନ୍ତରୀକ୍ଷ ବିଜ୍ଞାନ କ୍ଷେତ୍ରରେ ଓଡ଼ିଶାର ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ପ୍ରତିଭାର ପ୍ରସାର କରିବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ।

Leave a Reply

Your email address will not be published. Required fields are marked *