ଆଇଏନ୍‌ଏସ୍ ଚିଲିକାରେ ପ୍ରସ୍ତୁତ କୋଭିଡ୍ କେୟାର ସେଣ୍ଟରକୁ ଲୋକାର୍ପିତ କଲେ ଜିଲ୍ଲାପାଳ

ଖୋର୍ଦ୍ଧା : ୦୭/୦୫/୨୦୨୧: ସମଗ୍ର ଜିଲ୍ଲାରେ କରୋନା ଦ୍ରୁତ ଗତିରେ କାୟା ବିସ୍ତାର କରି ଚାଲିଛି। ସଂକ୍ରମିତ ଙ୍କ ସଂଖ୍ୟା ପ୍ରତ୍ୟେକ ଦିନ ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲା ସହିତ ଖୋର୍ଦ୍ଧା ଉପଖଣ୍ଡ ମଧ୍ୟ ଏଥିରୁ ନିସ୍ତାର ପାଇପାରୁନାହିଁ । ଗ୍ରାମାଞ୍ଚଳରେ ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖି ଯଦି ଲକ୍ଷ୍ୟ କରିବା ବର୍ତ୍ତମାନ ଜିଲ୍ଲାରେ ଯେତିକି କୋଭିଡ କେୟାର ସେଣ୍ଟର ଅଛି ତାହା ଆଗାମୀ ଦିନରେ ପର୍ଯ୍ୟାପ୍ତ ହେବନାହିଁ । ବୋଲି ପୂର୍ବାନୁମାନ କରିସାରିଛି ଜିଲ୍ଲା ପ୍ରଶାସନ ଏ ସମସ୍ତ ବିଷୟକୁ ଗମ୍ଭୀରତାର ସହ ନେଇ କୋଭିଡ କୁ କିପରି ମୁକାବିଲା କରିବା ସହିତ ସଂକ୍ରମିତ ସଂଖ୍ୟାରେ କେମିତି ରୋକ ଲଗାଯାଇପାରିବ ସେ ନେଇ ଆଜି ଅପରାହ୍ନରେ ଭାରତୀୟ ନୌସେନାର ପ୍ରାରମ୍ଭିକ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଆଇଏନ୍‌ଏସ୍ ଚିଲିକା ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଜିଲ୍ଲାପାଳ ସନତ କୁମାର ମହାନ୍ତି ଆନୁଷ୍ଠାନିକ ଭାବେ ଆଇ ଏନ ଏସ ଚିଲିକା ବେସ କ୍ୟାମ୍ପ ରେ ଏକ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ଼ କେୟାର ସେଣ୍ଟରର ଲୋକାର୍ପଣ କରିଛନ୍ତି।

ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଆଇଏନ୍‌ଏସ୍ ଚିଲିକା ବେସ ମଧ୍ୟରେ ପ୍ରଶିକ୍ଷାର୍ଥୀମାନଙ୍କ ପାଇଁ ଉଦ୍ଦିଷ୍ଟ ଆବାସିକ ଗୃହରେ କରୋନା ଦ୍ୱାରା ଆକ୍ରାନ୍ତ ରୋଗୀମାନଙ୍କ ନିମନ୍ତେ ଏକ ୧୫୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ କୋଭିଡ଼ କେୟାର ସେଣ୍ଟରର ଆୟୋଜନ କରାଯାଇଛି। ତାହା ସହ ଅମ୍ଳଜାନ ଆବଶ୍ୟକ କରୁଥିବା ରୋଗୀଙ୍କ ପାଇଁ ଆଇଏନ୍‌ଏସ୍ ଚିଲିକାର ବେସ ମଧ୍ୟରେ ଥିବା ନିଭାରିଣୀ ହସ୍ପିଟାଲ ଠାରେ ଅତିରିକ୍ତ ୧୫ ଶଯ୍ୟା ବିଶିଷ୍ଟ ଚିକିତ୍ସା କେନ୍ଦ୍ର ମଧ୍ୟ ପ୍ରସ୍ତୁତ କରାଯାଇଛି।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁମେଡିକାଲ୍ ୩ଜଣ ଡାକ୍ତରଙ୍କ ସହିତ ୫ଜଣ ପାରା ମେଡିକାଲ୍ ଷ୍ଟାଫଙ୍କ ମିଳିତ ସ୍ୱତନ୍ତ୍ର ଟିମ୍ ର ପ୍ରତ୍ୟକ୍ଷ ତତ୍ୱବାଧାନରେ ସଂକ୍ରମିତଙ୍କୁ ଉତ୍ତମ ମାନର ଚିକିତ୍ସା ଯୋଗାଇ ଦିଆଯିବ। ୨୪ ଘଣ୍ଟିଆ ସେବା ଉପଲବ୍ଧ ଏହି କୋଭିଡ୍ କେୟାର ସେଣ୍ଟରରେ ଟାଙ୍ଗୀ ବ୍ଲକ୍, ଚିଲିକା ନିର୍ବାଚନ ମଣ୍ଡଳୀର ଆକ୍ରାନ୍ତ ରୋଗୀମାନେ ଏହି ଚିକିତ୍ସା କେନ୍ଦ୍ରରେ ରେ ଚିକିତ୍ସିତ ହେବେ ବୋଲି ଜିଲ୍ଲାପାଳ ଶ୍ରୀ ମହାନ୍ତି ସୂଚନା ଦେଇଥିବା ବେଳେ ଏଭଳି ସଙ୍କଟ ସମୟରେ ଆଇଏନ୍‌ଏସ୍ ଚିଲିକାର ଏତାଦୃଶ ସହଯୋଗ ନା କେବଳ ଖୋର୍ଦ୍ଧା ଜିଲ୍ଲାର କୋଭିଡ ଆକ୍ରାନ୍ତଙ୍କ ଉନ୍ନତ ଚିକିତ୍ସାରେ ସହାୟକ ହେବ ବରଂ ସେମାନଙ୍କ ମନୋବଳ ବଢାଇବରେ ସହାୟ ମଧ୍ୟ ହେବ ବୋଲି ମଧ୍ୟ କହିଥିଲେ। ଏହା ସହିତ ଅଧିକ ଲକ୍ଷଣ ଥିବା ବ୍ୟକ୍ତି ଏବଂ ଏକାଧିକ ରୋଗରେ ପୀଡିତ ଥିବା ବୟସ୍କ ବ୍ୟକ୍ତିମାନେ ମଧ୍ୟ ଡାକ୍ତରଙ୍କ ପରାମର୍ଶ କ୍ରମେ ଉକ୍ତ କୋଭିଡ଼ କେୟାର ସେଣ୍ଟର ରେ ଚିକିତ୍ସିତ ହୋଇପାରିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଅପରପକ୍ଷରେ ଏଭଳି ଆପତ୍ତକାଳୀନ ପରିସ୍ଥିତିରେ ଜିଲ୍ଲା ପ୍ରଶାସନର ଏହି ପ୍ରସ୍ତାବକୁ ଗ୍ରହଣ କରି ନିଜକୁ ସମାଜ କଲ୍ୟାଣରେ ନିୟୋଜିତ କରିବାର ସୁଯୋଗ ପାଇଛୁ ବୋଲି ଆଇଏନ୍‌ଏସ୍ ଚିଲିକା ମୁଖ୍ୟ କମୋଡର ଏନ. ପି ପ୍ରଦୀପ ମତପ୍ରକାଶ କରିଥିଲେ। ସେହିପରି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରୁ ଉକ୍ତ କୋଭିଡ କେୟାର ସେଣ୍ଟର ପାଇଁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇଦିଆଯାଇଛି ବୋଲି ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତି ଥିବା ଅତିଥି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା ବିଶ୍ୱ ରଞ୍ଜନ ପତି ସୂଚନା ଦେଇଥଲେ।

ଉକ୍ତ ଲୋକାର୍ପଣ ଉତ୍ସବ ରେ ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଉପ-ଜିଲ୍ଲାପାଳ ଅଶୋକ କୁମାର ବେହୁରିଆ, ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅନୁଜ ଦାସ ପଟ୍ଟନାୟକ, ଚିଲିକା ତହସିଲଦାର ପୁନମ ମହାପାତ୍ର, ଅତିରିକ୍ତ ତହସିଲଦାର ଅପର୍ଣ୍ଣା ଡାଙ୍ଗୁଆ, ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୌମ୍ୟ ରଞ୍ଜନ ଦାସ ପଟ୍ଟନାୟକଙ୍କ ସମେତ ନୌସେନା ର ବହୁ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *