ପରଟା ଉପରେ ୧୮%, ଚପାତି ଉପରେ ୫% ଜିଏସଟି

ନୂଆଦିଲ୍ଲୀ: ଦେଶରେ ମୋଦୀ ରାଜ୍‌ ଠାରୁ ଭଲ ଥିଲା ବ୍ରିଟିଶ ରାଜ! ମୋଦୀ ରାଜରେ ଜିଏସ୍‌ଟି ନାମରେ ଦେଶବାସୀଙ୍କ ପେଟକୁ ନାତ ମରା ଯାଉଛି; କିନ୍ତୁ, ବ୍ରିଟିଶମାନେ ଖାଦ୍ୟ ସାମଗ୍ରୀ ଉପରେ ଟିକସ ଲାଗୁ କରି ଭାରତୀୟଙ୍କ ପେଟକୁ ନାତ ମାରୁ ନଥିଲେ। ଆଜି ସମଗ୍ର ଦେଶବାସୀ ସମସ୍ତ ପ୍ରକାରର ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧିରେ ହନ୍ତସନ୍ତ ହେଉଥିବା ବେଳେ ଆଜି ଦେଶରେ ମୁଦ୍ରାସ୍ଫୀତିର ସବୁଠାରୁ ବଡ କାରଣ ହେଉଛି ମୋଦୀ ସରକାରଙ୍କ ଦ୍ୱାରା ଆଦାୟ କରାଯାଉଥିବା ଉଚ୍ଚ ଜିଏସଟି ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଆପ୍‌) ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ଵାଲ।

ରେଡି-ଟୁ-ଇଟ୍‌ ପରଟା ଉପରେ ୧୮% ଜିଏସଟି ଲାଗୁ ହେବାପରେ ଏପରି ମନ୍ତବ୍ୟ ଦେଇଛନ୍ତି କେଜ୍ରିଓ୍ଵାଲ। ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୧୩ରେ ଗୁଜୁରାଟ ଆପିଲେଟ୍‌ ଅଥରିଟି ଅଫ୍‌ ଆଡଭାନ୍‌ସ ରୁଲିଂ (ଏଏଏଆର) ଏକ ରାୟରେ ରେଡି-ଟୁ-ଇଟ୍‌ ପରଟା ଉପରେ ୧୮% ଜିଏସଟି ଲାଗୁ କରିବାକୁ ଅନୁମୋଦନ କରିଛନ୍ତି। ଏଏଏଆର ରାୟରେ କୁହାଯାଇଛି ଯେ ପରାଟା ଏବଂ ସାଧାରଣ ରୋଟି ପରସ୍ପର ଠାରୁ ଭିନ୍ନ। ପରାଟାକୁ ସାଧାରଣ ରୋଟି କିମ୍ବା ଚପାତି ବର୍ଗରେ ଅନ୍ତର୍ଭୁକ୍ତ କରାଯାଇ ପାରିବ ନାହିଁ। ତେଣୁ, ସାଧାରଣ ଚପାତି ଉପରେ ୫% ଜିଏସଟି ଥିବା ବେଳେ ପରାଟା ଉପରେ ୧୮% ଜିଏସ୍‌ଟି ଲାଗୁ ହେବ।

ଏଏଏଆର ର ସଦ୍ୟତମ ନିଷ୍ପତ୍ତିରେ ଅହମ୍ମଦାବାଦ ସ୍ଥିତ ଭାଡିଲାଲ ସାଧା, ମାଲାବର, ମିଶ୍ରିତ ପନିପରିବା, ପିଆଜ, ମେଥି, ଆଳୁ ଏବଂ ଲାଚା ସମେତ ଏହାର ୮ପ୍ରକାରର ପାରାଟା ଉପରେ ୧୮% ପ୍ରତିଶତ ଜିଏସଟି ଲାଗୁ ହୋଇଛି। ଏହି ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ବ୍ରିଟିଶମାନେ ମଧ୍ୟ ଖାଦ୍ୟ ସାମଗ୍ରୀ ଉପରେ ଟିକସ ଲାଗୁ କରୁ ନଥିଲେ।

Leave a Reply

Your email address will not be published. Required fields are marked *