ସ୍କାଉଟସ୍ ଗାଇଡସ୍‌ର୧୪୪ତମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ପ୍ରବାହ ନ୍ୟୁଜ୍‌ : ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂସ୍ଥାର ୧୪୪ତମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ତା୩୧.୦୭.୨୦୨୪ରିଖ ଦିନ ୧୨.୩୦ ମିନିଟ୍ ସମୟରେ ଆୟୋଜିତ ହୋଇଥିଲା । ରାଜ୍ୟ ମୁଖ୍ୟ କମିଶନର ଡଃ. କାଳି ପ୍ରସାଦ ମିଶ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଉକ୍ତ ବୈଠକରେ ଉପସଭାପତି ଶ୍ରୀ ଟି. ପ୍ରସାଦ ରାଓ ଦୋରା ଉପସ୍ଥିତ ଥିଲେ । ଆଡିମିନିଷ୍ଟ୍ରେଟିଭ୍ ଅଫିସର ଶ୍ରୀମତୀ ଅନାମିକା ଦାସଙ୍କ ସ୍ୱାଗତ ଅଭିଭାଷଣ ପରେ ଓଡିଶାର ବିଭିନ୍ନ ଜିଲ୍ଲାର ଦିବଂଗତ ସ୍କାଉଟ୍ ଗାଇଡ଼୍‌ର ସଭ୍ୟ ସଭ୍ୟାମାନଙ୍କର ଆତ୍ମାର ସଦ୍‌ଗତି ନିମନ୍ତେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ବିଗତ ବର୍ଷରେ ରାଜ୍ୟ ସଂସ୍ଥା ଦ୍ୱାରା କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଗୁଡ଼ିକର ସମୀକ୍ଷା କରାଯିବା ସଂଗେ ସଂଗେ ଆଗାମୀ ବର୍ଷରେ ହେବାକୁ ଥିବା କାର୍ଯ୍ୟକ୍ରମ ଗୁଡ଼ିକର ଆଲୋଚନା କରାଯାଇ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା । ଏତଦ୍‌ବ୍ୟତୀତ ବିଗତ ବର୍ଷର ଆୟବ୍ୟୟ ସମୀକ୍ଷା କରାଯାଇ ଆଗାମୀ ବର୍ଷର ଆର୍ଥିକ ଖର୍ଚ୍ଚ ଅଟକଳ କମିଟି ଦ୍ୱାରା ଅନୁମୋଦନ ଲାଭ କରିଥିଲା । ଝଙ୍କଗ୍ଦଗ୍ଧବଦ୍ଭବଭକ୍ଷର ଊରଙ୍ଖରକ୍ଷକ୍ଟକ୍ଟ୍ରଜ୍ଞରଦ୍ଭଗ୍ଧ ଏକ୍ଟବକ୍ଷ, ସ୍ୱଚ୍ଛ ଭାରତ ଅଭିଯାନ, ଟାଇଡ୍ ଟର୍ନର ପ୍ଲାଷ୍ଟିକ ଚ୍ୟାଲେଞ୍ଜ, ୟୁ-ରିପୋର୍ଟର ଇଣ୍ଡିଆ, ୟୁଥ ଫର ୱାଟର ପ୍ଲସ, ଟିକେଟ ଟୁ ଲାଇଫ୍‌, ମେସେଞ୍ଜର ଅଫ୍ ପିସ୍ ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମଗୁଡ଼ିକରେ ରାଜ୍ୟ ବିଶେଷ ସଫଳତା ପାଇଥିବାରୁ କମିଟିରେ ଆନନ୍ଦ ପ୍ରକାଶ ପାଇଥିଲା । ଭବିଷ୍ୟତରେ ଏହାକୁ ଆହୁରି ବ୍ୟାପକ କରିବା ପାଇଁ ରାଜ୍ୟ ମୁଖ୍ୟ କମିଶନର ଡଃ. ମିଶ୍ର ସଭ୍ୟମାନଙ୍କର ସହଯୋଗ କାମନା କରିଥିଲେ । ଏହି ବୈଠକରେ ବିଭିନ୍ନ ଜିଲ୍ଲାର ଜିଲ୍ଲା ପ୍ରତିନିଧିମାନେ ଯୋଗଦେଇଥିଲେ । ପରିଶେଷରେ ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ପାଇକରାୟ ସମସ୍ତ ସଭ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ ସଭା ଭଙ୍ଗ କରାଯାଇଥିଲା ।

Leave a Reply

Your email address will not be published. Required fields are marked *