ଜାନୁଆରିରେ ୧୪ ଦିନ ବ୍ୟାଙ୍କ ଛୁଟି

ନୂଆଦିଲ୍ଲୀ : ଆସନ୍ତା ଜାନୁଆରିରେ ୧୪ ଦିନ ବ୍ୟାଙ୍କ ବନ୍ଦ ରହିବାର ଆଶଙ୍କା ରହିଛି। ତେବେ ଓଡ଼ିଶାରେ ଏହି ଦିନଗୁଡ଼ିକରେ ବ୍ୟାଙ୍କ ବନ୍ଦ ରହିବ ନା ନାହିଁ ତାହା ନିଶ୍ଚିତ ହୋଇନାହିଁ। କାରଣ ଏହି ମାସରେ ଏଭଳି କିଛି ପର୍ବପର୍ବାଣୀ ପଡ଼ୁଛି ଯେଉଁଥିପାଇଁ ଓଡ଼ିଶାରେ ବ୍ୟାଙ୍କ ଛୁଟି ହୁଏ ନାହିଁ।
୨୦୨୩ ଜାନୁଆରିରେ ନୂଆବର୍ଷ, ଗୁରୁ ଗୋବିନ୍ଦ ସିଂହ ଜୟନ୍ତୀ, ମିସନାରି ଡେ’, ସ୍ବାମୀ ବିବେକାନନ୍ଦ ଜୟନ୍ତୀ, ମକର ସଂକ୍ରାନ୍ତୀ, ପୋଙ୍ଗଲ, ସାଧାରଣତନ୍ତ୍ର ଦିବସରେ ବ୍ୟାଙ୍କ ଛୁଟି ରହିବ। ପ୍ରତି ମାସର ସମସ୍ତ ରବିବାର ଏବଂ ଦ୍ବିତୀୟ ଓ ଚତୁର୍ଥ ଶନିବାର ବ୍ୟାଙ୍କ ବନ୍ଦ ରହୁଛି।