୧୧ତମ “ଆଇ ଓମେନ୍ ଅଫ୍ ସବ୍‌ଷ୍ଟାନ୍ସ” ପୁରସ୍କାର ୨୦୨୪ ପାଳନ କଲା କଳିଙ୍ଗ ଗୌରବ ଫାଉଣ୍ଡେସନ୍‌

ଭୁବନେଶ୍ୱର ୨.୬. ୨୦୨୪: କଳିଙ୍ଗ ଗୌରବ ଫାଉଣ୍ଡେସନ୍ ଆନୁକୂଲ୍ୟରେ ବହୁ ପ୍ରତୀକ୍ଷିତ ୧୧ତମ ସଂସ୍କରଣ ଞ୍ଛଆଇ ଓମେନ୍ ଅଫ୍‌ ସବ୍‌ଷ୍ଟାନ୍ସ ପୁରସ୍କାର ୨୦୨୪‛ସଫଳତାର ସହ ଜୁନ୍ ୨, ୨୦୨୪ ରେ ଭୁବନେଶ୍ୱରର ଲାଫିଷ୍ଟା ଠାରେ ଆୟୋଜନ କରାଯାଇଥିଲା । ଏହି ସମ୍ମାନଜନକ କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ମହିଳାମାନଙ୍କୁ ସେମାନଙ୍କର ପୂର୍ଣ୍ଣ ସାମର୍ଥ୍ୟକୁ ହୃଦୟଙ୍ଗମ କରିବା ଏବଂ ସମାଜ ଉପରେ ଏକ ସକାରାତ୍ମକ ପ୍ରଭାବ ପକାଇବା ପାଇଁ ପ୍ରେରଣା ଦେବାସହ ସଶକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ମଦର ଅଫ୍ ଦି ଇୟର ୨୦୨୪ ଭାବରେ ସମ୍ମାନୀୟ ଗଜଲକ୍ଷ୍ମୀ ରାୟ, ୨୦୨୪ ଆଜୀବନ ଆଚିଭମେଚା ଆୱାର୍ଡରେ ପୁରସ୍କୃତ ହୋଇଥିବା ଡକ୍ଟର ବନଜା ମହାନ୍ତି, ଫେସ୍ ଅଫ୍ ଦି ଇୟର୍ ୨୦୨୪ ଭାବରେ ପରିଚିତ ଇତି ସାମନ୍ତ, ୨୦୨୪ ମହିଳା ପ୍ରେରଣା ପୁରସ୍କାର ପ୍ରାପ୍ତ ୧୦୭ ବର୍ଷ ବୟସର ଝୁଲା ଘଡେଇ ଏବଂ ବର୍ଷର ଶ୍ରେଷ୍ଠ ଡାକ୍ତର ଭାବରେ ଡକ୍ଟର ସ୍ଥିତ ପ୍ରଜ୍ଞା ବେହେରାଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା । ଏଥିସହିତ ବିଟିୟା ଫାଉଣ୍ଡେସନ୍ ଦ୍ୱାରା ୩୦ ଜଣ ବିଜେତାଙ୍କୁ ବାଳିକା ଶିଶୁ ଶିକ୍ଷା କ୍ଷେତ୍ରରେ ତାଙ୍କର ସହାୟତା ପାଇଁ ସମ୍ମାନିତ କରାଯାଇଥିଲା । କଳିଙ୍ଗ ଗୌରବ ଟ୍ରଷ୍ଟର ସେକ୍ରେଟାରୀ ଜେନେରାଲ୍ ଡକ୍ଟର ଚିଦାତ୍‌ତ୍ମିକା ଖଟୁଆ କହିଛନ୍ତି ଯେ ଞ୍ଛ ‘ଆଇ ଓମେନ୍ ଅଫ୍ ସବ୍‌ଷ୍ଟାନ୍ସ’ ପୁରସ୍କାର ଏକ ସ୍ୱତନ୍ତ୍ର ପୁରସ୍କାର । ଗତ ୧୧ବର୍ଷ ଧରି ଆମେ ଦେଶ ବିଦେଶର ଅନେକ ମହିଳାଙ୍କୁ ତାଙ୍କ୍ ଅବିଶ୍ୱସନୀୟ କାର୍ଯ୍ୟ ପାଇଁ ‘ଆଇ ଓମେନ୍ ଅଫ୍ ସବ୍‌ଷ୍ଟାନ’ ପୁରସ୍କାର ଦେଇଛୁ । ପୁରସ୍କୃତ ହୋଇଥିବା ପ୍ରତ୍ୟେକ ମହିଳା ଜଣେ ଜଣେ ବଚାିତ ଶିଶୁଙ୍କ ଶିକ୍ଷା ର ସମ୍ପୂର୍ଣ୍ଣ ଦାୟିତ୍ୱ ନେଇଛନ୍ତି । ଏହି କାର୍ଯ୍ୟକ୍ରମ ଆୟୋଜନ କରିବାରେ ଆମର ମୂଳ ଲକ୍ଷ୍ୟ ହେଉଛି ଆମ ସମାଜର ମହିଳାମାନଙ୍କୁ ସେମାନଙ୍କର ସ୍ୱପ୍ନ, ଆକାଂକ୍ଷା ଏବଂ ଚିନ୍ତାଧାରାକୁ ହୃଦୟଙ୍ଗମ କରି ରାଷ୍ଟ୍ର ନିର୍ମାଣରେ ସହଯୋଗ କରିବା ।‛ ମେଜର୍ କଳ୍ପନା ଦାସ, ଶ୍ରୀମତି ନମ୍ରତା ଚଢା, ଶ୍ରୀଯୁକ୍ତ ଜଗନ୍ନାଥ ଖୁଚାିଆ, ସୁରଜ କେ ରାଜ, ଡକ୍ଟର ରୋଜାଲିନ୍ ପାଟ୍ଟଶାଣୀ, ଡକ୍ଟର ରଜନୀକାନ୍ତ ମିଶ୍ର ଏବଂ ଅନ୍ୟମାନେ ସମ୍ମାନନୀୟ ଅତିଥି ଭାବରେ ଯୋଗ ଦେଇଥିଲେ । କଳିଙ୍ଗ ଗୌରବ ଫାଉଣ୍ଡେସନ୍ ର ଫ୍ଲାଗସିପ୍ ପଦକ୍ଷେପ ମଧ୍ୟରୁ ଗୋଟିଏ ହେଉଛି ଞ୍ଛଆଇ ଓମେନ୍ ଅଫ୍ ସବ୍‌ଷ୍ଟାନ୍ସ‛ପୁରସ୍କାର । ଏହି ସମ୍ମାନଜନକ ପୁରସ୍କାର ସମଗ୍ର ଭାରତବର୍ଷରୁ ଗରିୟସୀ ମହିଳାମାନଙ୍କ ସଫଳତାକୁ ସମ୍ମାନିତ କରେ ଏବଂ ପାଳନ କରେ । ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ଏବଂ ସମାଜ ପ୍ରଗତିରେ ଗୁରୁତପୂର୍ଣ୍ଣ ଭୂମିକା ନେଉଥିବା ମହିଳାମାନଙ୍କୁ ସ୍ୱପ୍ନ ଏବଂ ଆକାକ୍ଷାଂ ପୂରଣ ପାଇଁ ଫାଉଣ୍ଡେସନ୍ ତରଫରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ମହିଳାମାନଙ୍କୁ ସେମାନଙ୍କର ପୂର୍ଣ୍ଣ ସାମଥ୍ୟକୁ ହୃଦୟଙ୍ଗମ କରିବା ଏବଂ ସମାଜ ଉପରେ ଏକ ସକରାତ୍ମକ ପ୍ରଭାବ ପକାଇବା ପାଇଁ ପ୍ରେରଣା ଯୋଗାଇବା ସହ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଅର୍ଥପୂର୍ଣ୍ଣ ଭାବ ବିନିମୟ ପାଇଁ ଏକ ପ୍ଲାଟଫର୍ମ ଯୋଗାଇବା ଏବଂ ନେଟୱାର୍କ ସୁଯୋଗ ସହ ଓଡିଶା ମହିଳା ସଂସଦ ୨୦୨୪ ପତ୍ରିକାର ଏକ ସ୍ୱତନ୍ତ୍ର ସଂସ୍କରଣ ଉନ୍ମୋଚିତ ହୋଇଥିଲା । ମହିଳା ଏବଂ ଶିଶୁମାନଙ୍କର ସାମାଜିକ ଉନ୍ନତି ତଥା ସଶକ୍ତିକରଣ ପାଇଁ କଳିଙ୍ଗ ଗୌରବ ଫାଉଣ୍ଡେସନ୍‌ର ପ୍ରତିବଦ୍ଧତା ଏହାର ନିରନ୍ତର ପ୍ରୟାସ ଏବଂ ପ୍ରଭାବଶାଳୀ ପଦକ୍ଷେପ ଦ୍ୱାରା ସ୍ପଷ୍ଟ ହୋଇଛି ।

Leave a Reply

Your email address will not be published. Required fields are marked *