ଏପ୍ରିଲ ୨୯ରୁ ମେ’ ୬ ତାରିଖ ଯାଏ ମାଟ୍ରିକ ପରୀକ୍ଷା

ଭୁବନେଶ୍ବର: ଏପ୍ରିଲ ଶେଷ ସପ୍ତାହରେ ମାଟ୍ରିକ୍ ପରୀକ୍ଷା ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ଦିନ ୧୨ଟାରେ ମାଟ୍ରିକ ପରୀକ୍ଷା ବିଷୟରେ ଗୁରୁତ୍ବପୂର୍ଣ୍ଣ ଘୋଷଣା କରି ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ଏପ୍ରିଲ ୨୯ ତାରିଖରୁ ମେ ୬ ତାରିଖ ଯାଏଁ ପରୀକ୍ଷା ହେବ।

ଏଥର ମାଟ୍ରିକ୍ ପରୀକ୍ଷାଗୁଡ଼ିକ ପିଲା ପଢ଼ୁଥିବା ନିଜ ସ୍କୁଲରେ ଦେବେ। କିନ୍ତୁ, ପରୀକ୍ଷା ପରିଚାଳନା ପାଇଁ ଅନ୍ୟ ସ୍କୁଲର ଶିକ୍ଷକମାନେଙ୍କୁ ନିୟୋଜିତ ହେବେ। ଯେଉଁଠି ତାହା ସମ୍ଭବପର ହେବ ନାହିଁ ସେଠାରେ ପାଖ ସ୍କୁଲରେ ପିଲାମାନେ ପରୀକ୍ଷା ଦେବେ। ଏଥର ଅଫଲାଇନ୍ ମୋଡରେ ମାଟ୍ରିକ ପରୀକ୍ଷା କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ଏଥର ତିନୋଟି ପଦ୍ଧତିରେ ପରୀକ୍ଷା କରାଯିବ ବୋଲି ସେ କହିଛନ୍ତି। ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ଲାଗି ସମ୍ମେଟିଭ୍ ଆସେସମେଣ୍ଟ ପରୀକ୍ଷା-୨ କରାଯିବ। ସମ୍ମେଟିଭ୍ ଆସେସମେଣ୍ଟ ପରୀକ୍ଷା-୨ ସବୁ ଛାତ୍ରଛାତ୍ରୀମାନଙ୍କ ଲାଗି ବାଧ୍ୟତାମୂଳକ ରହିଛି।

Leave a Reply

Your email address will not be published. Required fields are marked *