ହିମାଳୟ ପର୍ବତ ର ବୟସ
ମୋର ବୟସ ହେଉ କି ଆପଣଙ୍କର ବୟସ କଥା ହେଉ ନିରୁପଣ କରିବା ସହଯ ସାଧ୍ୟ।କିନ୍ତୁ ହିମାଳୟ ପର୍ବତ ର ବୟସ ନିର୍ଧ୍ଧାରଣ କରିବା କଷ୍ଟସାଧ୍ୟ ହେଲେ ବି ଲେଖକ ବିଭିନ୍ନ ଉପଲବ୍ଧ ତଥ୍ୟ କୁ ଆଧାର କରି ପ୍ରୟାସ କରିଛନ୍ତି,ହିମାଳୟ ପର୍ବତ ରବୟସ ନିର୍ଧାରଣ କରିବା ନିମନ୍ତେ।ଅବଖ୍ୟେପିତ ରୁପାନ୍ତରିତ ଶିଳାରେ ଗଠିତ ହିମାଳୟ ପର୍ବତ ପ୍ରୁଥିବୀ ର ସର୍ବ କନିଷ୍ଠ ପର୍ବତମାଳା। ପ୍ଲେଟ୍-ଟେକ୍ ଟୋନିକ୍ସ୍ ତଥ୍ୟ ଅନୁଯାୟୀ ଇଣ୍ଡୋ-ଅଷ୍ଟ୍ରେଲିଆନ୍ ପ୍ଲେଟ୍ ର ଇଉରାସିଏନ୍ ପ୍ଲେଟ୍ ସହିତ ସଙ୍ଘର୍ଷ ଏକାଭିମୂଖୀ ପରିସୀମା ରେଖାରେ ଏହାର ସ୍ରୁଷ୍ଟି ବୋଲି କୁହାଯାଏ। ପ୍ରାୟ ୫୦ ନିୟୁତ ପୂର୍ବେ ଅପେଖ୍ୟା କ୍ରୁତ ଦ୍ରୁତଗାମୀ ଇଣ୍ଡୋ-ଅଷ୍ଟ୍ରେଲିଆନ୍ ପ୍ଲେଟ୍ ତୀବ୍ବତୀୟ ପ୍ଲେଟ୍ ଆଡକୁ ଗତିକରି ଟେଥସ୍ ସାଗରକୁ ସମ୍ପୁର୍ଣ ରୂପେ ନିଶ୍ଚିହ୍ନ କରି ସାଗର ଚଟାଣ ଥିବା ଅବଖ୍ୟେପ ତୀବ୍ବତୀୟାନ୍ ପ୍ଲେଟ୍ ସୀମାକୁ ଠେଲି ନେଇଥିଲା। ଅବଖ୍ୟେପ ହାଲୁକା ଥିବାରୁ କୁଙ୍ଚିତ ହୋଇ ହିମାଳୟ ପର୍ବତମାଳା ସହିତ ମିଙାମାର ର “ଆରକାନ୍ ୟୋମା”ପାର୍ବତ୍ୟ ଅଙ୍ଚଳ ଓ ବଙ୍ଗୋପସାଗର ର ଆଣ୍ଡାମାନ-ନିକୋବର ଦ୍ଵୀପପୁଙ୍ଜ ସ୍ରୁଷ୍ଟି ହୋଇଥିଲା ବୋଲି ଭୂତତ୍ତ୍ଵ ମାନେ ମତ ପୋଷଣ କରିଛନ୍ତି।ଅତୀତ ରେ ଅଷ୍ଟ୍ରେଲିଆ ର ଜାତୀୟ ବିଶ୍ଵ ବିଦ୍ୟାଳୟ ର ଭୂବିଜ୍ଞାନୀ ଡାନିଏଲ୍ ରୁବେଟୋ ପାହାଡ ଓ ପର୍ବତମାଳାର ସ୍ରୁଷ୍ଟି ସମ୍ବନ୍ଧ ରେ ଏକ ତଥ୍ୟ ପ୍ରଦାନ କରିଛନ୍ତି। ଏହାକୁ ଆଖ୍ୟା ଦିଆଯାଇଛି”ୟୋ ୟୋ ସବ୍ ଡକ୍ସନ୍”।ଏହି ତଥ୍ୟ ଅନୁଯାୟୀ ଗୋଟିଏ ପ୍ଲେଟ୍ ଅନ୍ୟ ଏକ ପ୍ଲେଟ୍ ର ତଳକୁ ଠେଲି ହୋଇ ଖସି ପଡିବା ଦ୍ଵାରା ୨୦ରୁ୧୦୦କିମି ପର୍ଯ୍ୟନ୍ତ ପ୍ଲେଟ୍ ର ଟାଣ ଆବରଣ ଖଣ୍ଡ ଖଣ୍ଡ ହୋଇଉପରକୁ ଉଠି ଆସିଛି,ଯାହାରି ଫଳରେ ପାହାଡ ତଥା ପର୍ବତମାଳା ସ୍ରୁଷ୍ଟି ହୋଇଛି।ଆରିଜୋନା ବିଶ୍ଵ ବିଦ୍ୟାଳୟ ର ପ୍ରଫେସର ଜର୍ଜ ଗେହେରାଲ୍ ଓ ତାଙ୍କର ସହଯୋଗୀ ମାନେ ଗବେଷଣା ରୁ ପାଇଥିବା ତଥ୍ୟ ଅନୁଯାୟୀ କେତେକ ଉତ୍ତୁଙ୍ଗ ଶ୍ରୁଙ୍ଗ ମାନଙ୍କର ଉଚ୍ଚତାରୁ ମହାଦେଶୀୟ ସଙ୍ଘର୍ଷ ନିରୁପିତ ବୟସ ର ବହୁ ପୂର୍ବରୁ ହିମାଳୟ ପର୍ବତ ସ୍ରୁଷ୍ଟି ହୋଇଥାଏ ପାରେ ବୋଲି କହିଛନ୍ତି।ସେମାନେ କୁହନ୍ତି,ହିମାଳୟ ପର୍ବତମାଳା ସ୍ରୁଷ୍ଟି ହେବା ପୂର୍ବରୁ ସେଇଠି ଅନେକ ଛୋଟ ବଡ ପାହାଡ ଥିବାର ଅନୁମାନ କରାଯାଏ। କେତେକ ଭୂତତ୍ତ୍ଵ ବିତ୍ କୁହନ୍ତି ଏହି ସ୍ଥାନରେ ଏକ ବିରାଟ ସାଗର ଥିଲା।ଭୂସ୍ଖଳନ ଫଳରେ ସାଗର ବଦଳରେ ହିମାଳୟ ପର୍ବତ ଠିଆ ହୋଇଛି।ସେଇଠି ଥିବା ପଖାପାଖି ଦୁଇଟି ପ୍ଲେଟ୍ ମଧ୍ୟରେ କୌଣସି କାରଣରୁ ସଙ୍ଘର୍ଷ ହେତୁ ଭାରତବର୍ଷ ଭୂଭାଗ ଏସିଆନ୍ ପ୍ଲେଟ୍ ରୁ ବିଛ୍ଛିନ୍ନ ହୋଇ ଯାଇଥିଲା,କିନ୍ତୁ ଏହା ୫୫ନିୟୁତ ବର୍ଷ ପୂର୍ବେ ପୁନର୍ବାର ଏସିଆନ୍ ମହାଦେଶ ପ୍ଲେଟ୍ ସହ ମିଶି ଯାଈଥିଲା। ସ୍ରୁଷ୍ଟି ଯେପରି ହେଉନା କାହ୍ଙିକି,ଏହା କେବେ ହୋଇଥିଲା,ତା’ର ସଠିକ ନିରୁପଣ କରିବା କଷ୍ଟସାଧ୍ୟ ହେଲେ ବି ଅସମ୍ଭବ ନୁହ୍ଙ।୧୯୦୭ମସିହାରେ ଆମେରିକାର ବୈଜ୍ଞାନିକ ବି ବି ବୋଲଟ୍ ଉଡ୍ ୟୁରାନିୟମ-୨୩୮ ଥିବା କୌଣସି ଶିଳା କିମ୍ବା ଖଣିଜ ପଥର ଗଛ୍ଛିତୟୁରାନିୟମ -୨୩୮(ax) ଓ ଆଲଫା କଣିକା ବିକିରଣରୁ ପୁଙ୍ଜିଭୁତ ହିଲିୟମ ର ପରିମାଣ(x)ର ଆକଳନ ଦ୍ଵାରା ଶିଳାଟିର ବାଖଣିଜ ପଦାର୍ଥ ଟିର ସ୍ରୁଷ୍ଟି ସମୟରେ ଗଛିତ ସମସ୍ତ ୟୁରାନିୟମ-୨୩୮(a)ର ପରିମାଣ ନିର୍ଣୟ କରାଯାଇପାରେ , ଯେହେତୁ ଅବଖ୍ୟୟ ପ୍ରଥମ କ୍ରମ ଗତିଜ ଅନୁସରଣ କରେ,ତେଣୁ ହାର ନିୟମ ସୂତ୍ର ଦ୍ଵାରା ଶିଳାଟିର ବା ଖଣିଜ ପଦାର୍ଥ ଟିର ବୟସ(t)ନିରୁପଣ କରିବା ସମ୍ଭବ ପର ବୋଲି କହିଥିଲେ।ଅର୍ଧ ଆୟୁ କାଳ=୪.୫×୧୦୦୦୦୦୦୦୦୦୦ବର୍ଷଏଫ୍ ଏ ପ୍ରୋନେଥ୍ ଓ ତାଙ୍କର ସହଯୋଗି ମାନେ ଉପୋରକ୍ତ ପ୍ରସ୍ତାବ ରେ କାଳ ନିରୁପଣରେ କିଛି ତ୍ରୁଟି ଥିଲା ପରି ମନେ କଲେ।ହିଲିୟମ ଗ୍ୟାସ ରେ ବିସରଣ ଜନିତ ଖ୍ୟୟ ଓ ଗଛିତ ସମସ୍ତ ହିଲିୟମ ୟୁରାନିୟମ ର ଅବଖ୍ୟୟ ରୁ ହିମାଳୟ ର ସ୍ରୁଷ୍ଟି ବୋଲି ମନେ କରିବା ଭୂଲ ଧାରଣା।କାରଣ ମହା ଜାଗତିକ ରଶ୍ମି ରେ ଥିବା ବିଭିନ୍ନ ତେଜୀୟାନ୍ କଣିକା ର ଅନ୍ୟ ମୌଳିକ ସହ ସମୁହ ଖଣ୍ଡନ ପ୍ରତିକ୍ରିୟା ରୁ ହିମାଳୟ ର ସ୍ରୁଷ୍ଟି ବୋଲି ଅନୁମାନ କରାଯାଇପାରେ। ଅନ୍ୟାନ୍ୟ ତେଜଷ୍କ୍ରିୟ ଅବଖ୍ୟୟ ପ୍ରକ୍ରମ ଖେତ୍ରରେ,କୌଣସି ଏକ ମୌଳିକ ସିଧାନ୍ତର ପ୍ରୟୋଗ ଦ୍ଵାରା ଅନେକ ଭୂତାତ୍ତ୍ଵିକ ଘଟଣାବଳୀର ସମୟ ନିରୁପଣ କରାଯାଇପାରେ।ପ୍ରଫେସର ଜର୍ଜ ଗେହେରାଲ୍ କହିଥିଲେ ଯେ ହିମାଳୟ ପର୍ବତମାଳାରେ ଶିଳା ଖଣ୍ଡ ଗୁଡିକର ରଙ୍ଗ ରକ୍ତ ବର୍ଣର ଗୋମେଦ ଓ ରକ୍ତମଣି ରେ ଗଛ୍ଛିତ ୟୁରାନିୟମ ଓ ଅବଖ୍ୟୟ ଶ୍ରେଣୀର।ସବିଶେଷ ନିଷ୍କ୍ରିୟ ମୌଳିକ ଲିଡ୍ ପରିମାଣ ନିର୍ଣୟ କରି ଏକ ନିର୍ଣାୟକ ଉପନିତ ଏହି ଯେ ହିମାଳୟ ପର୍ବତମାଳା ର ସ୍ରୁଷ୍ଟି ସମୟ ପ୍ରାୟ ୪୫୦ରୁ୫୦୦ନିୟୁତ ବର୍ଷ ବୋଲି ସ୍ଥିର କରାଯାଇପାରେ।ପ୍ରତାପ ଚନ୍ଦ୍ର ସାହୁନବରଙ୍ଗପୁର୯୪୩୭୭୮୮୮୬୦
