ସ୍ୱାୟତ ଶାସନ ଦିବସ ମହା ଆଡମ୍ବରରେ ପାଳିତ
ପ୍ରବାହ ନିୟୁଜ :- ଆଜି ସାରାଦେଶ ଉତ୍ସବ ମୁଖର । ଗୋଟିଏ ଦିନରେ ସ୍ୱାୟତ ଶାସନ ଦିବସ ଓ ଶ୍ରୀ ଗଣେଶ ଚତୁର୍ଥୀ ଥିବାରୁ ଲୋକେ ଏହି ଦୁଇଟି ପର୍ବକୁ ମହା ଆନନ୍ଦରେ ପାଳନ କରିଥିବା ଦେଖିବାକୁ ମିଳିଛି । ଦୀର୍ଘ ଦୁଇବର୍ଷ ପରେ ଲୋକେ କରୋନା ଭଳି ମହାମାରୀ କବଳରୁ ମୁକୁଳି ପ୍ରିୟଜନଙ୍କ ସହିତ ଏହି ପର୍ବ ପାଳନ କରୁଥିବାରୁ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି । ଯୋଡ଼ା ପୌରପାଳିକା ପକ୍ଷରୁ ଆଜି ସ୍ୱାୟତ ଶାସନ ଦିବସ ମହାଆଡମ୍ବରରେ ପାଳିତ ହୋଇଯାଇଛି । ପ୍ରାତଃ ସମୟରେ ପୋୖରାଧକ୍ଷ୍ୟ ଡାକ୍ତର ଜଗଦୀଶ ପ୍ରସାଦ ସାହୁ , କାର୍ଯ୍ୟନିର୍ବାହୀ ଅଧିକାରୀ ବିଚିତ୍ରା ନନ୍ଦ ନାଏକ , ଉପାଧକ୍ଷ୍ୟା ସଂଧ୍ୟାରାଣୀ ପାତ୍ର ଓ ସମସ୍ତ କାଉନସିଲର ପ୍ରଥମେ ସହରରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ସମସ୍ତ ୧୪ ଗୋଟି ୱାର୍ଡରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।

ପରେ ପରେ ପୌରପାଳିକା କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରି ଟାଟା ଡାକ୍ତଖାନା , କୁମାରଯୋଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର , ବୃଦ୍ଧାଆଶ୍ରମ ଓ ସେଣ୍ଟ୍ରାଲ ହସ୍ପିଟାଲ ଇତ୍ୟାଦିରେ ଥିବା ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ । ସହରକୁ ସଫା ରଖିବାର ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଝାଡୁଦାର , ସୁପ୍ରଭାଇଜର , ଠିକାଦାର ମାନଙ୍କ ନିମନ୍ତେ ବଡାଖାନାର ବ୍ୟବସ୍ଥା କରାଯାଇଥିଲା । ସନ୍ଧ୍ୟା ୫ ଘଟିକା ସମୟରେ ପୌରପାଳିକା ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ମୁଖ୍ୟ ଅତିଥିଭାବେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ , ସମ୍ମାନିତ ଅତିଥିଭାବେ ଟାଟାଷ୍ଟିଲ ମୁଖ୍ୟ ସରୋଜ କୁମାର ବାନାର୍ଜୀ ଯୋଗ ଦେଇଥିବାବେଳେ ଅଧ୍ୟକ୍ଷ , ଅଧକ୍ଷ୍ୟା ଓ ସମସ୍ତ କାଉନସିଲର ଉପସ୍ଥିତ ଥିବା ଦେଖିବାକୁ ମିଳିଛି । କାର୍ଯ୍ୟନିର୍ବାହୀ ଅଧିକାରୀ ବିଚିତ୍ରା ନନ୍ଦ ନାଏକ ଗୋଟିଏ ବର୍ଷରେ ହୋଇଥିବା ଉନ୍ନତି ମୂଳକ କାର୍ଯ୍ୟର ବିବରଣୀ ପାଠ କରିଥିଲେ । ବିଧାୟିକା ମିନାକ୍ଷୀ ମହାନ୍ତ ବାକିଥିବା ଉନ୍ନତି ମୂଳକ କାର୍ଯ୍ୟ ଗୁଡିକୁ ସମ୍ପୁର୍ଣ୍ଣ କରିବା ନିମନ୍ତି ସହଯୋଗ କରିବେ ବୋଲି କହିଥିଲେ ।

ଯୋଡ଼ା ସହରକୁ ସରସ ସୁନ୍ଦର କରି ଗଢି ତୋଳିବାପାଇଁ ଯାହା ସହଯୋଗ ଦରକାର ପଡିବ ସେଥିପାଇଁ ଟାଟାଷ୍ଟିଲ ସବୁସମୟରେ ପ୍ରସ୍ତୁତ ବୋଲି ଟାଟାଷ୍ଟିଲର ମୁଖ୍ୟ ସରୋଜ ବାନାର୍ଜୀ ତାଙ୍କ ଅଭିଭାଷଣରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଡ଼ା ଅଂଚଳର ଜଣାଶୁଣା ବିଶିଷ୍ଠ ବ୍ୟବସାୟୀ , ସମାଜସେବୀ , ଲଷ୍ମୀ ମନ୍ଦିରର ପ୍ରତିଷ୍ଠାତା , ବରିଷ୍ଠ ନାଗରିକ ଦୁଃଶାସନ ସାହୁ ଓ ଡାକ୍ତର ଅନୀଲ କୁମାର ଦାସ ପ୍ରମୁଖଙ୍କୁ ସମ୍ମାନୀତ କରାଯାଇଥିଲା । ଏଥିସହିତ ସ୍ଵଛସାଥୀ , ସଫେଇ କର୍ମଚାରୀ , ସୁପ୍ରଭାଇଜର , କର୍ମଚାରୀ ଇତ୍ୟାଦିଙ୍କୁ ସମ୍ମାନିତ କରାଯାଇଛି ।
