soyabin

ସୋୟାବିନର ଅନେକ ଲାଭ ରହିଛି । ଏହା ଗ୍ରୀନ୍ ମଟର ପ୍ରଜାତିର । ଏହାର ଲାଭ ଉପରେ ଗବେଷଣା ଜାରି ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇଥିବା ଅନୁସନ୍ଧାନରେ ବିଶେଷଜ୍ଞମାନେ ଦୈନନ୍ଦିନ ଖାଦ୍ୟରେ ସୋୟାବିନ୍ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦେଇଛନ୍ତି । ସ୍‌୍ୱାସ୍ଥ୍ୟ ଦୃଷ୍ଟିରୁ ସୋୟାବିନର ବ୍ୟବହାର ଅନେକ । ସୋୟାବିନରେ ପ୍ରୋଟିନ୍ ପ୍ରଚୁର ପରିମାଣରେ ମିଳିଥାଏ । ଏହା ବ୍ୟତୀତ ଶରୀରରେ ଫାଇବର, ଭିଟାମିନ୍ କେ ଏବଂ ଭିଟାମିନ୍ ସି ମଧ୍ୟ ରହିଥାଏ । ଶରୀରରେ ବହୁ ପରିମାଣର ପ୍ରୋଟିନ୍ ମେଟାବୋଲିଜିମ୍ ସକ୍ରିୟ କରିବାରେ ଏହା ସହାୟକ ହୋଇଥାଏ । ଶରୀରର ଓଜନ ହ୍ରାସ, ମାଂସପେଶୀ ଏବଂ ରକ୍ତ କଣିକାର ଗଠନ ପାଇଁ ଏହା ଅତ୍ୟାବଶ୍ୟକ । ସୋୟାବିନକୁ ଦୈନନ୍ଦିନ ଖାଦ୍ୟରେ ଅନ୍ତର୍ଭୁକ୍ତ କରିପାରିବେ । ଶାକାହାରୀ ଲୋକମାନେ ଏହାକୁ ପ୍ରୋଟିନ୍ ବଦଳରେ ବ୍ୟବହାର କରିପାରିବେ । ଅ ।ମେରିକୀୟ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ୟାନସର ରିସର୍ଚ୍ଚ ଅନୁଯାୟୀ, ସୋୟାବିନରେ ଫାଇବର ଭରପୂର ମାତ୍ରାରେ ଥାଏ । ଏହା ଶରୀରରେ କୋଲେଷ୍ଟ୍ରଲ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଅନେକ ଉପାୟରେ ଏହାର ବ୍ୟବହାର ରୋଗକୁ ରୋକିବା କିମ୍ବା ନିୟନ୍ତ୍ରଣ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଭାବରେ ବିବେଚନା କରାଯାଏ । ସୋୟାବିନରେ ଭିଟାମିନ୍ ବ୍ୟତୀତ ଖଣିଜ ପଦାର୍ଥ (କ୍ୟାଲସିୟମ୍‌, ମ୍ୟାଗ୍ନେସିୟମ୍‌, ତମ୍ବା ଏବଂ ଜିଙ୍କ) ଥାଏ । ଏହି ଉପାଦାନଗୁଡ଼ିକ ହାଡର ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ । ସୋୟାବିନର ବ୍ୟବହାର ଗର୍ଭବତୀ ମହିଳାଙ୍କ ପାଇଁ ମଧ୍ୟ ଅନୁକୂଳ ବିବେଚନା କରାଯାଏ । ଏଥିରେ ଥିବା ଭିଟାମିନ୍ ବି ଏବଂ ଫୋଲିକ୍ ଏସିଡ୍ ଗର୍ଭବତୀ ମହିଳା ଏବଂ ଗର୍ଭସ୍ଥ ଶିଶୁ ପାଇଁ ଭଲ ।

Leave a Reply

Your email address will not be published. Required fields are marked *