ସେବା ଉତ୍ସବ-୨୦୨୦ ଉଦ୍‌ଯାପିତ ଅନ୍ୟୁନତ ଲୋକଙ୍କ ଆଖିରେ ସ୍ୱପ୍ନ ଭରିଲା ଅନୁଷ୍ଠାନ

0
mmmm

ନୟାଗଡ଼଼, (ପ୍ରବାହ ନ୍ୟୁଜ୍‌): ଜୁଲାଇ ୧ରୁ ଆରମ୍ଭ ହୋଇଥିବା ସେବା ଉତ୍ସବ-୨୦୨୦ ବାହାଡାଝୋଲା ଅରବିନ୍ଦ ଶିକ୍ଷା ଅନୁଷ୍ଠାନ ପରିସରରେ ସେବା ଉତ୍ସବ ଅନୁଷ୍ଠାନର ଅଧ୍ୟକ୍ଷ ଶିବରାମ ମହାପାତ୍ରଙ୍କ ସଭାପତିତ୍ୱରେ ଉଦ୍‌ଯାପିତ ହୋଇଯାଇଛି । ଗରିବ, ନିରିହ, ଅସହାୟ, ନିଃସହାୟଙ୍କ ପାଇଁ ଦେବଦୂତ ସାଜିଛନ୍ତି ସେବା ଅନୁଷ୍ଠାନର କର୍ମକର୍ତ୍ତା । ବିଗତ ତିନିବର୍ଷ ପୂର୍ବରୁ ଏହି ସେବା ଉତ୍ସବ ଅନୁଷ୍ଠାନ ମହିତମା ଗ୍ରାମର ଜଣେ ଦକ୍ଷ ସଂଗଠକ, ସମାଜସେବାରେ ନିଜ ଜୀବନକୁ ଜଳାଞ୍ଜଳୀ ଦେଇଆସୁଥିବା ଲୋକଙ୍କ ସେବକ ବୋଲାଉ ଥିବା ଶିବରାମ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସେବା ଉତ୍ସବ ଜନ୍ମଲାଭ କରିଥିଲା । ତେବେ ବିଗତ ତିନିବର୍ଷ ଅତିକ୍ରମ କଲା ପରେ ଚଳତ ବର୍ଷ ୪ର୍ଥ ବର୍ଷରେ ପଦାର୍ପଣ କରିଥିଲା । ଯେହେତୁ ସାରା ବିଶ୍ୱରେ ମହାମାରୀ କରୋନା କୋଭିଡ୍‌-୧୯ ଭାଇରସ୍ ଆତଙ୍କ ଖେଳାଈ ଚାଲିଛି ତାହାକୁ ଦୃଷ୍ଟିରେ ରଖି ଅନ୍ୟୁନତ ଇଲାକାର ଅନ୍ୟୁନତ ଲୋକାନଙ୍କ ପାଖରେ ପହଞ୍ôଚ ସେମାନଙ୍କ ଆଖିରେ ଥିବା କିଛି ସ୍ୱପ୍ନ ଲାଘବ କରିଥିବା ବେଳେ କିଛି ସ୍ୱପ୍ନ ଭରିଥିବା ଦେଖିବାକୁ ମିଳିଛି । ନୟାଗଡ଼ ଜିଲ୍ଲାର କୋଣ ଅନୁକୋଣରେ ଅନ୍ୟୁନତ ଈଲାକା ପହଞ୍ôଚ ସେମାନଙ୍କୁ କରୋନା ମହାମାରୀ ବିଷୟରେ ସଚେତନ କରାଇବା, ମାସ୍କ୍ ଓ ସାନିଟାଇଜର ବଣ୍ଟନ କରିବା, ଶୁଖିଲା ଖାଦ୍ୟ ଓ ବସ୍ତ୍ର, ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ପାଠ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଏବଂ ଚଳିତ ବର୍ଷ କୋଭିଡ୍‌-୧୯ ଯୋଦ୍ଧା ମାନଙ୍କୁ ସମର୍ଦ୍ଧନା କରାଯାଇଥିଲା । ପ୍ରତିବର୍ଷ ଭଳି ଯାକଯକମରେ ସେବା ଉତ୍ସବ ଉଦ୍‌ଯାପନୀ ଦିବସ ପାଳନ କରିଆସୁଥିବା ବେଳେ ଚଳିତ ବର୍ଷ ମହାମାରୀ କୋଭିଡ୍‌-୧୯ର ସରକାର ନିତି ନୟମକୁ ପାଳନ କରି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ବାହାଡାଝୋଲା ନିକଟରେ ଥିବା ଶ୍ରୀଅରବିନ୍ଦ ଶିକ୍ଷାନୁଷ୍ଠାନ ପରିସରରେ ସେବା ଉତ୍ସବ-୨୦୨୦ ଉଦ୍‌ଯାପିତ ହୋଇଯାଇଛି । ଏହି ଉଦ୍‌ଯାପନୀ ଦିବସରେ ଶିକ୍ଷକ ନରେନ୍ଦ୍ର କୁମାର ସାହୁଙ୍କ ସଂଯୋଜନାରେ ଲକ୍ଷ୍ମିପ୍ରସାଦ ସଂପଞ୍ଚ ତଥା ଯୁବ ସମାଜସେବୀ ଇଂ ସୌମ୍ୟରଂଜନ ପ୍ରଧାନ, ସନ୍ତୋଷ କୁମାର ପ୍ରଧାନ, ମନୋଜ କୁମାର ସାହୁ, ବାହାଡାଝୋଲା ସଂପଞ୍ଚ ବିନୋଦ କୁମାର ସାହୁ, ସୂ୍‌ର୍୍ୟନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏବଂ ଓମ୍ ସାଇ ଦୃଷ୍ଟିହୀନ ଲୋକ ସଙ୍ଗୀତର କଳାକାରମାନେ ନିଜ ନିଜର କଳା ପ୍ରର୍ଦସନ କରିଥିଲେ । ଉକ୍ତ ସେବା ଉତ୍ସବର ଅଧ୍ୟକ୍ଷ ଜଣେ ୨୪ବର୍ଷିଆ ଯୁବକଙ୍କ ମନରେ ଏହି ସେବାବୃତ୍ତି ଦେଖି ଜନସାଧାରଣଙ୍କ ଶୁଭେଚ୍ଛା ସୁଅ ଛୁଟୁଥିବା ବେଲେ ଉଚ୍ଚ ପ୍ରସଂଶା ମଧ୍ୟ କରାଯାଇଛି ।

Leave a Reply

Your email address will not be published. Required fields are marked *