Nii-Munhi-Temple-2

ପ୍ରେମ ସତ୍ୟ ଓ ନ୍ୟାୟର ପ୍ରତୀକ ନିମୁହିଁମନ୍ଦିର।ନ୍ୟାୟରଅପେକ୍ଷାରେ ନ୍ୟାୟର ପ୍ରତୀକ । ସୁବର୍ଣ୍ଣପୁରର ଇତିହାସ, ପରମ୍ପରା, ସଂସ୍କୃତି ଓ ଚାଲିଚଳନ ସବୁଥିରେ ଭରି ରହିଥାଏ ଏକ ସ୍ୱତନ୍ତ୍ରମହକ।ଏହାରପାଣି ପବନପ୍ରାକୃତିକସୌନ୍ଦର୍ଯ୍ୟ ସବୁ କଥା କହେ।   ଏହା ଏକ ଗଡ଼ଜାତ ରହିଥିଲା।ଏହାର ଶାସନ ଭାର ଗ୍ରହଣ କରିଥିବା ରାଜା ମାନେ ନ୍ୟାୟ ସତ୍ୟ ଓ ନିଷ୍ଠାକୁ ବ୍ରତ ଭାବରେ ପାଳନ କରୁଥିବା କିଛି କଥା ବସ୍ତୁରୁ ଅନୁମେୟ ହୋଇଥାଏ। ତାର ଏକ ଉଦାହରଣ ଆମ ପାଇଁ ରଖିଯାଇଛନ୍ତି। ତାହା ହେଉଛି ନିମୁହିଁ ମନ୍ଦିର।    ଏହି ନିମୁହିଁ ମନ୍ଦିରକୁ ନେଇଏକସୁନ୍ଦର କାହାଣୀ ରହିଅଛି:  ପୋଡ଼ଶି ରାଜ୍ୟ ଅମରାବତୀ ର ରାଜା ବିକ୍ରମ କେଶରୀଙ୍କ ଝିଅ ଶଶିସେଣା ବହୁତ ସୁନ୍ଦର ଥିଲା।ରାଜା ଝିଅକୁ ଅତ୍ୟଧିକ ଭଲପାଉଥିଲେ। ଝିଅ ଗୁରୁ ଆଶ୍ରମରେ ଶିକ୍ଷା ଦୀକ୍ଷା ଗ୍ରହଣ କରିବା ପାଇଁ ଇଛା ପ୍ରକାଶ କଲା। 

  ସେହିସମୟରେ ରାଜ୍ୟରେ ଆନନ୍ଦସିଦ୍ଧ ନାମକଏକ ଋଷି  ଥିଲେ। ଝିଅ ଶଶିସେଣା କୁ ଶିକ୍ଷା ଗ୍ରହଣ ସକାଶେ ରାଜା ଝିଅକୁ ଋଷି ଆଶ୍ରମରେ ଛାଡ଼ି ଆସିଥିଲେ। ପୂର୍ବରୁ ଏହିଆଶ୍ରମରେ ରାଜ୍ୟର ମନ୍ତ୍ରୀଙ୍କ ପୁଅ ଅହିମାଣିକ୍ୟ ମଧ୍ୟ ଶିକ୍ଷା ଲାଭ କରୁଥିଲା।ଅହିମାଣିକ୍ୟ ଦେଖିବାକୁ ବହୁତ ସୁନ୍ଦର ଥିଲା।ପାଠପଢିବା ଠାରୁ ଆରମ୍ଭକରି ଆଶ୍ରମରେ ରହିଥିବା ସମସ୍ତନିୟମ କାନୁନକୁ ନିଷ୍ଠାରସହ ନିଭାଉଥିଲା।      ଆଶ୍ରମରେ ଶିକ୍ଷା ଗ୍ରହଣଅବସରରେ ରାଜଜେମା ଶଶିସେଣା ଓ ଅହିମାଣିକ୍ୟଙ୍କ ମଧ୍ୟରେ ପ୍ରେମସମ୍ପର୍କଗଢିଉଠିଥିଲା। ଇତ୍ୟଅବସରରେ ଉଭୟଙ୍କପାଠପଢା ସରିଯାଇଥାଏ।ଉଭୟଉଭୟଙ୍କୁ ଭଲପାଇ ବିବାହକରିବା ପାଇଁ ନିଷ୍ପତ୍ତି ନିଅନ୍ତି। ରାଜା କିନ୍ତୁ କେବେ ମଧ୍ୟନିଜର ମନ୍ତ୍ରୀଙ୍କପୁଅଙ୍କ ସହିତବିବାହ ଦେବାକୁ ହୁଏତମନା କରିପାରନ୍ତି। ଏମିତି ହୋଇପାରେ ମନ୍ତ୍ରୀଙ୍କପୁଅଙ୍କୁ ଏଥିସକାଶେ କୋଣସି ପ୍ରକାରରଦଣ୍ଡବିଧାନ ଆଶଙ୍କାରହିଥିଲା।  ଶଶିସେଣା ଓ ଅହିମାଣିକ୍ୟ ନିଷ୍ପତ୍ତି ନେଲେ ଉକ୍ତରାଜ୍ୟଛାଡ଼ି ଅନ୍ୟତ୍ରଚାଲିଯିବାସକାଶେ। ଯୋଜନା ଅନୁଯାୟୀ ଉଭୟଲୁଚିକରି ଚାଲିଆସି ପହଞ୍ଚିଥିଲେ ସୋନପୁରରାଜ୍ୟରେ।ସୋନପୁରରେ ସେମାନେ ପହଞ୍ଚିଥିଲେ   ଭାକେଶ୍ୱରୀ  ବର୍ତ୍ତମାନର ଭଗବତୀପୀଠନିକଟରେ । ଉକ୍ତସ୍ଥାନରେରହିଥିଲା ଏକଆକର୍ଷଣୀୟପୁଷ୍କରିଣୀ।ଏହି ସ୍ଥାନପ୍ରତି ବଢିଥିଲା ତାଙ୍କରଆଗ୍ରହ ଏବଂ ଏଠାରେ  ନିଜରନିତ୍ୟକର୍ମସାରି ମାଁ ଭାକେଶ୍ୱରୀ ଙ୍କୁ ଦର୍ଶନକରିଥିଲେ।  ଦର୍ଶନସାରିବା ପରେ ଏହି ସହରରେ ରହିବା ପାଇଁ ମନସ୍ତକରିଥିଲେ। ସେଥିପାଇଁ ଏକଘରଯୋଗାଡ଼ ଉଦ୍ଦେଶ୍ୟରେ ଅହିମାଣିକ୍ୟ ସହରମଧ୍ୟକୁ ବାହାରି ପଡ଼ିଥିଲେ ଓ  ଶଶିସେଣାକୁ ଏକାକୀ ସେଠାରେ କିଛି ସମୟଅପେକ୍ଷା କରି ରହିବାକୁ କହିଥିଲେ।ଠିକ୍ ଅଛି ତମେ ଆସିବା ବେଳେ ମୋପାଇଁ କିଛି ଫୁଲନେଇଆସିବ ବୋଲି କହି ଶଶିସେଣା ଅପେକ୍ଷା କରି ରହିଥିଲା।ଅହିମାଣିକ୍ୟ ସହରମଧ୍ୟକୁ ଯାଇଫୁଲଆଣିବା  ପାଇଁ ମାଳି ସାହିରେ ଯାଇପହଁଚିଲା ।  ମାଲୁଣି  ଜ୍ଞାନଦେଇପାଖରେ ,ମାଲୁଣି କହିଲା ହଁ ମୋ ପାଖରେ ଭଳି କି ଭଳି  ଫୁଲ ରହିଛି ଆସ ଯଦି ଫୁଲ ନେବଆସ। ସେତେବେଳେକୁ ମାଲୁଣି ଅହିମାଣିକ୍ୟର ସୁନ୍ଦରତାରେ ବିମୋହିତ ହୋଇସାରିଥିଲା।  ଅହିମାଣିକ୍ୟ ତାଙ୍କପାଖରୁ ଫୁଲଆଣିବା ବେଳେ ତାରକୁହୁକବିଦ୍ୟାରେ  ତାକୁ ଏକକଳା ମେଣ୍ଢାରେ ପରିଣତ କରିଦେଲା।  ତାକୁ ରଖିଲା ଆଉ ଦିନ ଯାକ ମେଣ୍ଢା ଓ ରାତି ହୋଇଲେ ତାକୁ ଭେଣ୍ଡା କରିଦେଉଥିଲା।    ଏପଟେ ଅହିମାଣିକ୍ୟରଆସିବା ବାଟକୁ ଚାହିଁ ଚାହିଁ ସକାଳଯାଇସଞ୍ଜହୋଇସାରିଛି। ରାତି ବଢି ବଢି ଚାଲିଲା ନୂଆଁ ଜାଗା ମନରେ ଭୟଜାତହେଲା।  ଦେବୀ ଭାକେଶ୍ୱରୀ ଙ୍କପାଖରେ ପ୍ରାର୍ଥନା କଲା। ଭୋକଉପାସରେ ଅଧିଆପଡ଼ିଲା।  କାନ୍ଦି କାନ୍ଦି ତାରଦୁଃଖ ଜଣାଇଲା ଦେବୀ ତା’ଉପରେ ସନ୍ତୁଷ୍ଟ ହେଲେ ଓ ଆଶୀର୍ବାଦ ପ୍ରଦାନ କଲେ।    ଦେବୀଙ୍କ ଆଶୀର୍ବାଦ ଯୋଗୁଁ ମନରେ ସାହାସ ବାନ୍ଧିଲା।ରାତି ଯାଇ ସକାଳ ହେଲା। ମନରେ ଏକନୂଆଁ ଭାବନା ଆଣିଲା ।ଅହିମାଣିକ୍ୟକୁ ଯେମିତି ହୋଉଖୋଜି ଆଣିବା ପାଇଁ।     ଶଶିସେଣା ରୁ ଶଶଧର ହୋଇଗଲା।ନିଜର ରୂପ ବଦଳାଇ ଯାଇ ରାଜାଙ୍କୁ ଭେଟିଲା। ମୁଁ ବହୁ ବିଦ୍ୟାରେ ପାରଙ୍ଗମ ଅଟେ।ମୋତେ ରାଜକର୍ମଚାରି ଆକାରରେ ନିଯୁକ୍ତି ସୁଯୋଗ ରହିଲେ ଅସମ୍ଭବ କାମକୁ ସମ୍ଭବ କରିଦେବି ବୋଲି କହିଲା। ରାଜା ସମସ୍ତ କଥା ଶୁଣିବା ପରେ ତାକୁ ରାଜ କର୍ମଚାରୀ ଆକାରରେ ନିଯୁକ୍ତି ପ୍ରଦାନ କରିଥିଲେ।     ଏହି ସମୟରେ ରାଜ୍ୟରେ ଏକଗଣ୍ଡାର ଦୌରାତ୍ମ୍ୟରେ ଜନସାଧାରଣଅତିଷ୍ଠ ହୋଇପଡିଥିଲେ। ରାଜା ସେହି ଗଣ୍ଡା ଉତ୍ପାତରୁ ରକ୍ଷା ପାଇବା ପାଇଁ ଉପାୟ ଖୋଜିବାପାଇଁ ମହା ମନ୍ତ୍ରୀଙ୍କ ସହ ଆଲୋଚନା  ଜାରି ରଖିଥାନ୍ତି। ଏହିକଥା ଜାଣିବା ପରେ  ଶଶିସେଣାରୁ ଶଶଧର ପାଲଟିଥିବା ରାଜ କର୍ମଚାରୀ ଏହି କାର୍ଯ୍ୟ ମୁଁ କରିପାରିବି କହି ମୋତେ ଏହି କାର୍ଯ୍ୟ କରିବା ପାଇଁ ସୁଯୋଗ ଦେବାକୁ କହିଥିଲା।ରାଜାଙ୍କ ଆଦେଶ ମୁତାବକ  ଗଣ୍ଡା କୁ ତା ପର ଦିନହତ୍ୟା କରି ତାମୁଣ୍ଡସହ ରାଜାଙ୍କପାଖରେ ଆସି ପହଁଚିଲା। ରାଜା ଖୁସିହୋଇତାକୁ କିଛି ଜମି ପ୍ରଦାନକରିଥିଲେ।    ରାଜା ତାଙ୍କ ଝିଅ ଚନ୍ଦ୍ରାବଳୀ କୁ ଶଶଧର ସହିତ ବିବାହ କରିଦେଲେ। ଶଶଧର ରାଜାଙ୍କପାଖରେ କିଛି ସର୍ତ୍ତରଖିଲା।ମୁଁ ବାହାହେଲେ ସୁଦ୍ଧା ତାହା ସହ ଏକ ବର୍ଷ ପର୍ଯ୍ୟନ୍ତ କୋଣସି ସମ୍ପର୍କ ରଖିବି ନାହିଁ କି ପାଖରେ ରହିବି ନାହିଁ।   ଏହିସମୟରେ ମୋ ପାଇଁ ସପ୍ତ ଦେଉଳ ନିର୍ମାଣ କରିଦିଅନ୍ତୁ।ନିର୍ମାଣପରେ ଏଠାରେ ଏକ ପୂଜାର ଆୟୋଜନ ସ୍ୱରୂପ ଏକ ଲକ୍ଷ ବୋଦା ପଡ଼ିବା କଥା ରଖିଥିଲା।    ରାଜା ନିଜର ଝିଅ ସକାଶେ ସବୁ ସର୍ତ୍ତ ରେ ହଁ ମଣିଲେ। ନିର୍ମାଣ ହେଲା ସପ୍ତ ମନ୍ଦିର। ମନ୍ଦିର ପ୍ରତିଷ୍ଠା ର ଆୟୋଜନ ବହୁ ଧୁମଧାମରେ ଆରମ୍ଭ ହେଲା।ଏହି ଖବର ସବୁଆଡେ ପ୍ରଚାର ହୋଇ ସାରିଥାଏ।ରାଜ୍ୟସାରା ଲୋକ ସମାଗମ ହୋଇ ସହର ଉଠୁଥାଏ ପଡୁଥାଏ।ଉତ୍ସବ ମୁଖର ହୋଇ ଉଠିଥାଏ ସହର।      ଏହିଖବର ଅହିମାଣିକ୍ୟ ପାଖରେ ମଧ୍ୟ ପହଂଚିଲା। ଜ୍ଞାନଦେଇ ମାଲୁଣିକୁ ଅହିମାଣିକ୍ୟ ଏହି ଯାତ୍ରା ଦେଖିଯିବାକୁ ମନ ହେଉଛି କହିଲା।ମାଲୁଣି ତାକୁ ଧରି  ମନ୍ଦିରପ୍ରତିଷ୍ଠା ହୋଉଥିବା ଜାଗାରେ ପହଂଚିଲା।ଏହି ସମୟରେ ଅହିମାଣିକ୍ୟ ଶଶିସେଣା କୁ ଦେଖିପାରିଲା।ସେ ପୁରୁଷବେଶରେ ଥିଲେ ମଧ୍ୟତାକୁ ଜାଣି ପାରିଥିଲା।ମୁଁ ତମର ଅହିମାଣିକ୍ୟ ଜ୍ଞାନଦେଇ ମାଲୁଣି ମୋତେ ମେଣ୍ଢା କରି ତାଘରେ ରଖିଛି।ରାତିହେଲେ ମୋତେ ଭେଣ୍ଡା କରିଦେଉଛି।ମୋତେ ତା ପାଖରୁ ଉଦ୍ଧାର କର। ଏତିକି ମନ୍ଦିର ର କାନ୍ଥରେ ଲେଖିପକାଇଲା। ତା ପରଦିନ ସକାଳୁ ସକାଳୁ ଏହା ଶଶଧର ଆଖିରେ ପଡ଼ିଲା।ତାକୁ ପଢିସାରି ମେଟାଇଦେଲା।     ତାପରଦିନ ରାଜ କର୍ମଚାରୀଙ୍କ ହାତରେ  ଜ୍ଞାନଦେଇ ମାଲୁଣିକୁ ଖବରଦିଆଗଲା। ତୋ ପାଖରେ ଥିବା କଳା ମେଣ୍ଢାକୁ ଧରି ଆସିବାକୁ ତାକୁ ବଳି ଦିଆଯିବ।ମାଲୁଣି ଖବରପାଇ ମେଣ୍ଢା ସହିତ ରାଜାଙ୍କ ପାଖରେ ହାଜର ହୋଇଥିଲା।ତାକୁ ଶଶଧର କହିଲା ତୁ ପରା କୁହୁକ ମନ୍ତ୍ର ବଳରେ ଭେଣ୍ଡା କୁ ମେଣ୍ଢା ଓ ମେଣ୍ଢାକୁ ଭେଣ୍ଡା କରିପାରୁ।ତାହାହେଲେ ବଳି ଦେବା ଆଗରୁ ଏହା ପ୍ରକୃତରେ ମେଣ୍ଢା କି ଭେଣ୍ଡା କେମିତି ଜାଣିବା। ତୁ ଯଦି ସତ ନ କହିବୁ ତୋତେ ଦଣ୍ଡ ଦିଆଯିବ।ତାପରେ ପରେ ସେ ପ୍ରକୃତରେ ମନ୍ତ୍ରବଳରେ ପୁଣି ତାକୁ ଭେଣ୍ଡା କରିଦେଲା।    ଶଶିସେଣା ଅହି ମାଣିକ୍ୟକୁ ଦେଖି ଖୁସି ହେଲା।ତାପରେ ପରେ ତାରରୂପ ଓ ପୋଷାକବଦଳାଇ ରାଜାଙ୍କୁ ଯାଇସବୁସତକଥା କହିଲା।   ମୁଁ ଶଶଧରନୁହେଁ ମୁଁ ହେଉଛି  ଅମରାବତୀର ରାଜଜେମା ଶଶିସେଣା ଓ ଇଏହେଉଛନ୍ତି ମୋର ସ୍ୱାମୀ ଅହିମାଣିକ୍ୟ।    ସେତେବେଳେ ରାଜା କୋଣସି ପ୍ରତିଶୋଧ ପରାୟଣ ହୋଇନଥିଲେ। ସବୁ ସତକଥା କହି ନିଜର ସ୍ୱାମୀଙ୍କୁ ଉଦ୍ଧାର କରିବାରେ ଯୋଉ କୌଶଳ ଓ ବୁଦ୍ଧିମତାର ପରିଚୟ ରଚିଲ ତାହା ନିଶ୍ଚୟ ଯୁଗେ ଯୁଗେ ଅମର ହୋଇ ରହିବ।ନାରୀ ସମାଜ ପାଇଁ ଏହା ଏକ ନିଶ୍ଚୟ ପ୍ରେରଣା ହୋଇରହିବ।       ତାପରେ  ଝିଅ ଚନ୍ଦ୍ରା ବଳି ଓ ଶଶିସେଣା ଉଭୟଙ୍କୁ ଅହିମାଣିକ୍ୟ ହାତରେ ଧରାଇଦେଇ ସୁଖ ଶାନ୍ତିରେ ରହିବାର ଆଶୀର୍ବାଦ ପ୍ରଦାନ କରିଥିଲେ।       ସେହି ସପ୍ତମନ୍ଦିର ମଧ୍ୟରୁ ଏବେ ମାତ୍ର ଗୋଟାଏ ମନ୍ଦିର ନିମୁହିଁ ମନ୍ଦିର ରହିଛି।ବାକି ଛଅ ଗୋଟିମନ୍ଦିରର ଆଉଚିହ୍ନବର୍ଣ୍ଣ ଦେଖାଯାଉନାହିଁ।ଏହିଭଳିଆ ଏକ ଐତିହାସିକ ସ୍ମୃତି ପ୍ରେମ, ସତ୍ୟ, ନ୍ୟାୟ ତଥା ନାରିଜାତିପାଇଁ ଏକ ସ୍ୱାଭିମାନ ର ପ୍ରତୀକ ହେଉଛି ଏହି ନିମୁହିଁ ମନ୍ଦିର। ଏହାର ବିକାଶର ଆବଶ୍ୟକତା ରହିଛି।    ଏହିଭଳିଆ ସ୍ମୃତି ଓ କୀର୍ତ୍ତିରାଜି ବହନ କରୁଥିବା ଏହିପୀଠଟି ସମ୍ପୂର୍ଣ୍ଣ ଭାବରେ ବିପର୍ଯ୍ୟସ୍ତ ହୋଇପଡିଛି।ଉକ୍ତ ସ୍ଥାନକୁ ସଙ୍କୁଚିତ କରିଦିଆଗଲାଣି।ଆମର ଐତିହ ସଂସ୍କୃତି  ପରମ୍ପରା କୁ ସୁରକ୍ଷା ଦେବାକୁ ହେବ।ଏହା ଦ୍ବାରା ଆମର ପରବର୍ତ୍ତୀ ପିଢି ସମସ୍ତ ବିଷୟରେ ଅବଗତ ହୋଇପାରିବେ।    ଆଜି ସୁବର୍ଣ୍ଣପୁରର ସମସ୍ତ କୀର୍ତ୍ତିରାଜି ଧ୍ବଂସମୁଖରେ ।ଜିଲ୍ଲା ପ୍ରଶାସନ ଓ ରାଜନୈତିକ  ବ୍ୟକ୍ତି ଓ ନେତୃତ୍ୱ ଏ ଦିଗପ୍ରତି ଯତ୍ନବାନ ହେବାକୁ ହେବ।       ନିମୁହିଁ ମନ୍ଦିର ଏକ ବିରଳକୀର୍ତ୍ତିରାଜି ଯାହାକି ସୁବର୍ଣ୍ଣପୁର ସଦର ମହକୁମା ରେ ରହିଅଛି।ଏହିଭଳିଆ ମନ୍ଦିର ଆମ ରାଜ୍ୟ କାହିଁକି ଭାରତ ବର୍ଷରେ ମଧ୍ୟ ଦେଖିବାକୁ ମିଳେନାହିଁ। ଏହା ପ୍ରେମ ସତ୍ୟ ଓ ନ୍ୟାୟର ପ୍ରତୀକ ଅଟେ।   ଆଜି କିନ୍ତୁ ଘୋରଅବହେଳା ଓ ତାକୁ ସଙ୍କୁଚିତ କରିଦିଆଯାଉଛି।ଉକ୍ତସ୍ଥାନରେ ରହିଥିବା ଅନୁଷ୍ଠାନକୁ ଏଠାରୁ ସ୍ଥାନାନ୍ତରିତ କରାଯିବା ଉଚିତ୍ ହେବ।ଏହାକୁ ସୁନ୍ଦର ଏକ ଐତିହାସିକ ପର୍ଯ୍ୟଟନ ସ୍ଥଳୀ ରୂପରେ ବିକଶିତ କରାଯାଇ ନ୍ୟାୟ ର ପ୍ରତିକକୁ ନ୍ୟାୟ ପ୍ରଦାନ କରିବାକୁ ହେବ।

                               ସିତାଂଶୁ ଶେଖର ମିଶ୍ର                                      ସୋନପୁର                              ୮୧୪୪୮ ୭୦୭୨

Leave a Reply

Your email address will not be published. Required fields are marked *