ସଚେତନତା ବାର୍ତା ନେଇ ସାଧାରଣତନ୍ତ୍ର ଦିବସ ରାଜ୍ୟ ସ୍ତରୀୟ ପରେଡରେ ଓସାକ୍ସର ପ୍ରଜ୍ଞାପନ ମେଢ
ଭୁବନେଶ୍ୱର, ଜାନୁଆରୀ ୨୭: ଏଚ.ଆଇ.ଭି./ ଏଡସ୍ ସଂକ୍ରମଣ ଓ ଏହାର ନିରାକରଣ ବିଷୟରେ ସଚେତନତାର ବାର୍ତା ସମସ୍ତଙ୍କ ପାଖରେ ପହଂଚାଇବାକୁ ଓଡିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି (ଓସାକ୍ସ), ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ୭୪ତମ ସାଧାରଣତନ୍ତ୍ର ଦିବସ ରାଜ୍ୟସ୍ତରୀୟ ପରେଡରେ ପ୍ରଜ୍ଞାପନ ମେଢର ଆୟୋଜନ କରାଯାଇଥିଲା । ଏହି ଭବ୍ୟ ପ୍ରଜ୍ଞାପନ ମେଢ ଏଚ.ଆଇ.ଭି/ ଏଡସ୍ ବିଷୟରେ ଜାଣିବା ପାଇଁ ୧୦୯୭ ନିଶୁଳ୍କ ନମ୍ବରରେ ଫୋନ କରି ସମସ୍ତେ ସଚେତନ ହେବାର ବାର୍ତା ଦେଇଥିଲା । ରାଜ୍ୟସ୍ତରୀୟ ପରେଡ ପରେ ସର୍ବସାଧାରଣଙ୍କ ପାଇଁ ପ୍ରଜ୍ଞାପନ ମେଢ ଲୋକସେବା ଭବନରେ ରଖାଯାଇଥିଲା । ମେଢ ପରିଦର୍ଶନ କରୁଥିବା ଲୋକମାନଙ୍କୁ ପ୍ରଚାରପତ୍ର ଏବଂ ସଚେତନତା ପୁସ୍ତିକା ବଂଟାଯାଇଥିଲା । ଏଚ.ଆଇ.ଭି/ଏଡସ୍ କୁ ନେଇ ଲୋକମାନଙ୍କ ମନରେ ଥିବା ବିଭିନ୍ନ ପ୍ରଶ୍ନର ଉତର ପାଇଁ ୧୦୯୭ ନମ୍ବରରେ ଫୋନ କରିବା ପାଇଁ ପରାମର୍ଶ ଦିଆଯାଇଥିଲା ।
ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଓସାକ୍ସ କାର୍ଯ୍ୟାଳୟ ପରିସରରେ ପ୍ରକଳ୍ପ ନିର୍ଦ୍ଦେଶକ ଡ. ଉର୍ମିଳା ମିଶ୍ର, କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ଉପସ୍ଥିତିରେ ପତାକା ଉତୋଳନ କରିଥିଲେ । ଏହି ଅବସରରେ ଦିବସର ମହତ୍ୱ ବିଷୟରେ ସ୍ମୃତିଚାରଣ କରିଥିଲେ ।
ଏହି ଅବସରରେ ଡ. ମିଶ୍ର କହିିଥିଲେ ଯେ ସାରା ଦେଶରେ, ଓଡ଼ିଶା ଅତ୍ୟଧିକ ଆଶଙ୍କା ପ୍ରବଣ ରାଜ୍ୟ ଭାବେ ପରିଗଣିତ ହେଉ ନଥିଲେ ସୁଦ୍ଧା ଏଚ୍.ଆଇ.ଭି. ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି । ଆମ ରାଜ୍ୟରେ ସଂକ୍ରମିତ ବ୍ୟକ୍ତିମାନେ ବିଶେଷ କରି ଅଧିକାଂଶ ପ୍ରବାସୀ ଶ୍ରମିକ ଏବଂ ତାଙ୍କ ପରିବାର ଏହି ସଂକ୍ରମଣର ଶିକାର ହୋଇଥାନ୍ତି । ବିନା ମୂଲ୍ୟରେ ଉପଲବ୍ଧ ସ୍ୱାସ୍ଥ୍ୟ ସେବା ଏବଂ ସଚେତନତା କାର୍ଯ୍ୟକ୍ରମ ଦ୍ୱାରା ହିଁ ଏଚ.ଆଇ.ଭି. ସଂକ୍ରମଣକୁ ନିୟନ୍ତ୍ରଣାଧିନ କରାଯାଇପାରିବ । ସଂକ୍ରମିତ ବ୍ୟକ୍ତିମାନଙ୍କ ଦୀର୍ଘଦୀନ ଧରି ସୁସ୍ଥ ଜୀବନଯାପନ ପାଇଁ ଏ.ଆର.ଟି ଔଷଧର ବ୍ୟବସ୍ଥା ରିହଛି ।

ଡ. ମିଶ୍ର କହିିଥିଲେ ଯେ ଆମ ରଜ୍ୟରେ ସାମାଜିକ କ୍ଷେତ୍ରରେ ଐଓଠ ସଂକ୍ରମିତ ବ୍ୟକ୍ତିମାନଙ୍କ ପ୍ରତି ଘୃଣା ଓ ଭେଦଭାବ ବହୁ ପରିମାଣରେ ଦୂର ହୋଇପାରିଛି । ଏହା ସଂକ୍ରମିତ ବ୍ୟକ୍ତିମାନଙ୍କ ସଂଗଠନ ଏବଂ ଜନସାଧାରଣଙ୍କର ସକାରାତ୍ମକ ମନୋଭାବ ଯୋଗୁଁ ସମ୍ଭବ ହୋଇପାରିଛି । ଆମ ଦେଶ ଏକ ସମାଜ ମଙ୍ଗଳ ରାଷ୍ଟ୍ର । ସମସ୍ତଙ୍କର ସମ୍ମାନ ସହ ବଂଚିବାର ମୌଳିକ ଅଧିକାର ରହିଛି । ତେଣୁ ଆମେ ସମସ୍ତେ ଗୋଷ୍ଠୀଗତ ଭାବେ ପରିବର୍ତନ ଓ ସଂସ୍କାର ଆଣିପାରିବା ଏବଂ ୨୦୩୦ ସୁଦ୍ଧା ଏଚ.ଆଇ.ଭି ମୁକ୍ତ ରାଜ୍ୟ ଗଠନ କରିପାରିବା ।
