ସଂସ୍କାର ଦିଗରେ ସମବାୟ ବ୍ୟାଙ୍କ

0

ତୁଷାରକାନ୍ତି ପଣ୍ଡା
ଦେଶରେ ଥିବା ସମବାୟ ବ୍ୟାଙ୍କଗୁଡିକ ରିଜର୍ଭ ବ୍ୟାଙ୍କର ପ୍ରତ୍ୟକ୍ଷ ନିୟନ୍ତ୍ରଣବାହାରେ ରହିିଥିବାରୁ ଏହାର କାର୍ଯ୍ୟ କ୍ଷେତ୍ରରେ ରହିଥିବା ତ୍ରୁଟିଯୋଗୁ ବ୍ୟାଙ୍କଗୁଡିକ ବିପୁଳ ପରିମାଣର କ୍ଷତି ସହିବାର ଉଦାହରଣଅଛି । ପଞ୍ଜାବ ଏବଂ ମହାରାଷ୍ଟ୍ର ସମବାୟ ବ୍ୟାଙ୍କରେ ୨୦୧୯ ମସିହା ସେପ୍ଟେମ୍ବର ୨୪ ତାରିଖରେ ଲୋକଲୋଚନକୁ ଆସିଥିବା ଦୁର୍ନୀତି ଦେଶରେଚହଳ ପକାଇ ଦେଇଥିଲା । ଏହି ବ୍ୟାଙ୍କ ହାଉସିଂ ଡେଭଲପମେଂଟ ଏଣ୍ଡ ଇନଫ୍ରାଷ୍ଟକ୍‌ଚର ଲିମିଟେଡକୁ ୬୫୦୦ କୋଟି ଟଙ୍କାର ଋଣ ଦେଇଥିଲା । ଏହି ଋଣ ଅନାଦେୟ ହେବା ସହ ବନ୍ଧକ ଅଚଳ ସମ୍ପତିରେପରିଣତ ହୋଇଥିଲା । ଏହି ଘଟଣା ପରେ ରିଜର୍ଭ ବ୍ୟାଙ୍କ ଛଅମାସପାଇଁ ଏହି ବ୍ୟାଙ୍କର କାରବାର ଉପରେ ପ୍ରତିବନ୍ଧକ ଲଗାଇଥିଲା । ଏହିଘଟଣାକୁ ଲୁଚାଇବାକୁ ବ୍ୟାଙ୍କ ବିଭିନ୍ନ ପ୍ରକାରର ମିଛରିପୋର୍ଟ ପ୍ରସ୍ତୁତ କରିଥିଲା । ଏହି ଗୋଟାଏ ଘଟଣାରୁଜଣାପଡିଲା ଯେ ସମଗ୍ର ଦେଶରେ ଥିବା ସମବାୟ ବ୍ୟାଙ୍କଗୁଡିକ ଭଲରେଚାଲୁନାହିଁ ଏବଂ ବ୍ୟାଙ୍କ ଗ୍ରାହକମାନଙ୍କର ଜମା ସୁରକ୍ଷିତ ନୁହେଁ ।
ବର୍ତ୍ତମାନ ଦେଶରେ ସ୍ୱଳ୍ପକାଳୀନ ଋଣ ପ୍ରଦାନକାରୀ ଏବଂ ଦୀର୍ଘକାଳୀନ ଋଣ ପ୍ରଦାନକାରୀ ଭେଦରେ ଦୁଇ ପ୍ରକାରର ସମବାୟ ବ୍ୟାଙ୍କ ରହିଛି । ପ୍ରଥମ ଶ୍ରେଣୀରେ ଥିବା ବ୍ୟାଙ୍କଗୁଡିକ ରାଜ୍ୟ ସମବାୟ ବ୍ୟାଙ୍କ ଜିଲ୍ଲାସମବାୟ ବ୍ୟାଙ୍କ ଏବଂ ପ୍ରାଥମିକ କୃଷି ସମବାୟ ସୋସାଇଟି ଭେଦରେତିନି ପ୍ରକାରର । ଦ୍ୱିତୀୟ ଶ୍ରେଣୀରେ ଥିବା ବ୍ୟାଙ୍କ ଗୁଡିକ ରାଜ୍ୟସମବାୟ ବ୍ୟାଙ୍କ ଏବଂ ଗ୍ରାମ ଉନ୍ନୟନ ବ୍ୟାଙ୍କ ଭେଦରେ ଦୁଇ ପ୍ରକାରର ।ଏହି ବ୍ୟାଙ୍କ ଗୁଡିକ ଗ୍ରାମ ଏବଂ ସହରାଂଚଳ କ୍ଷେତ୍ର, ଜିଲ୍ଲାସ୍ତରୀୟଏବଂ ରାଜ୍ୟସ୍ତରୀୟ ଭାବରେ କାର୍ଯ୍ୟ କରିଥାନ୍ତି । ଗ୍ରାମ ଓ ସହରାଂଚଳରେକାର୍ଯ୍ୟ କରୁଥିବା ବ୍ୟାଙ୍କ ଗୁଡିକୁ ପ୍ରାଇମେରୀ କ୍ରେଡିଟସୋସାଇଟି କୁହାଯାଏ । ଜିଲ୍ଲା ସ୍ତରରେ ଥିବା ବ୍ୟାଙ୍କଗୁଡିକୁସେଂଟ୍ରାଲ କୋଅପରେଟିଭ ବ୍ୟାଙ୍କ ଏବଂ ରାଜ୍ୟ କିମ୍ବା ଆନ୍ତରାଜ୍ୟସ୍ତରରେ କାର୍ଯ୍ୟ କରୁଥିବା ବ୍ୟାଙ୍କଗୁଡିକୁ ଷ୍ଟେଟ କୋଅପରେଟିଭବ୍ୟାଙ୍କ କୁହାଯାଇଥାଏ । ଗତ ୨୦୧୯ ମାର୍ଚ୍ଚ ସୁଦ୍ଧା ଦେଶରେ ୧୫୪୪ଟି ଅର୍ବାନ କୋଅପରେଟିଭ ବ୍ୟାଙ୍କ ଏବଂ ୯୬୨୪୮ଟି ରୁରାଲକୋଅପରେଟିଭ ବ୍ୟାଙ୍କ ଥିଲା ।
ପଞ୍ଜାବ ଓ ମହାରାଷ୍ଟ୍ର ସରକାର ବ୍ୟାଙ୍କରେ ବଡ ଧରଣର ଦୁର୍ନୀତି ପଦାକୁଆସିବା ପରେ ଜମାକାରୀ ମାନଙ୍କର ସ୍ୱାର୍ଥରକ୍ଷା ପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଏକ ବଡ ନିଷ୍ପତି ନେଇଛି । ସମବାୟ ବ୍ୟାଙ୍କଗୁଡିକୁସିଧାସଳଖ ଅନ୍ୟ ବ୍ୟାଙ୍କ ଭଳି ରିଜର୍ଭ ବ୍ୟାଙ୍କ ଅଧୀନରେ ରଖିବା ପାଇଁବ୍ୟାଙ୍କିଙ୍ଗ ରେଗୁଲେସନ ଆକ୍ଟରେ ସଂଶୋଧନକୁ କ୍ୟାବିନେଟଅନୁମୋଦନ କରିଛି । ଏହା ଫଳରେ ୮ କୋଟି ୬୦ ଲକ୍ଷ ଜମାକାରୀଙ୍କରପ୍ରାୟ ୫ଲକ୍ଷ କୋଟି ଟଙ୍କାର ଜମା ଉପରେ ରିଜର୍ଭ ବ୍ୟାଙ୍କର ପ୍ରତ୍ୟକ୍ଷନିୟନ୍ତ୍ରଣ ରହିବ । ବ୍ୟାଙ୍କ କାରବାରକୁ ରିଜର୍ଭ ବ୍ୟାଙ୍କ ନିୟନ୍ତ୍ରଣ କରିବଏବଂ ବ୍ୟାଙ୍କଗୁଡିକର ପ୍ରଶାସନିକ ବ୍ୟବସ୍ଥାକୁ ରେଜିଷ୍ଟ୍ରାର ଅଫ କୋଅପରେଟିଭସ ନିୟନ୍ତ୍ରଣ କରିବେ । ଏଥିପାଇଁ ଖୁବଶୀଘ୍ର ଏକ ଅଧ୍ୟାଦେଶ ଅଣାଯିବ । ଏହି ଅଧ୍ୟାଦେଶ ଆଇନରେ ପରିଣତ ହେଲେ୧୪୮୨ଟି ସହରାଂଚଳ ସମବାୟ ବ୍ୟାଙ୍କ ଏବଂ ୫୮ଟି ବହୁରାଜ୍ୟ ସମବାୟବ୍ୟାଙ୍କ ପ୍ରତ୍ୟକ୍ଷ ଭାବେ ରିଜର୍ଭ ବ୍ୟାଙ୍କର ନିୟମ ମଧ୍ୟରେ କାର୍ଯ୍ୟ କରିବେ ।
୨୦୨୦-୨୦୨୧ ବଜେଟ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣସମବାୟ ବ୍ୟାଙ୍କଗୁଡିକର କାର୍ଯ୍ୟ ଶୈଳୀରେ ସଂସ୍କାର ଅଣାଯିବାବିଷୟ ଘୋଷଣା କରିଥିଲେ । ଏଇ ନିକଟରେ ସୂଚନା ଓ ପ୍ରସାରଣ ମନ୍ତ୍ରୀପ୍ରକାଶ ଜାଭଡେକର ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ – ସମବାୟ ବ୍ୟାଙ୍କଗୁଡିକ ରିଜର୍ଭ ବ୍ୟାଙ୍କ ଅଧୀନକୁଆସିବା ପରେ ପାଖାପାଖି ୮.୬ କୋଟି ଗ୍ରାହକ ନିଜକୁ ନିରାପଦ ମନେ କରିବେ । ଗତ ବଜେଟ ଅଧିବେଶନରେ ଏହି ଅଧ୍ୟାଦେଶ ଆଇନରେପରିଣତ ହେବା କ୍ଷେତ୍ରରେ କରୋନା ସଂକ୍ରମଣ ଜନିତ ସ୍ଥିତିପ୍ରତିବନ୍ଧକ ସୃଷ୍ଟି କରିଥିଲା । ସ୍ୱାଭାବିକ ଭାବରେ ପାର୍ଲାମେଂଟଚାଲିଥିଲେ ଏହି ଅଧ୍ୟାଦେଶ ପାର୍ଲାମେଂଟରେ ଗୃହୀତ ହୋଇରାଷ୍ଟ୍ରପତିଙ୍କ ସ୍ୱୀକୃତି ଲାଭ କରିଥାନ୍ତା । ବର୍ତମାନର ପ୍ରସ୍ତାବିତଆଇନ ଅନୁଯାୟୀ ରିଜର୍ଭ ବ୍ୟାଙ୍କ ସିଧାସଳଖ ସମବାୟବ୍ୟାଙ୍କଗୁଡିକର ବୈଧାନିକ ନିରୀକ୍ଷଣ କରିବ । ଏଥି ସହିତବ୍ୟାଙ୍କଗୁଡିକର ସିଇଓ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ନିୟନ୍ତ୍ରଣ ରଖିବ ।
କେନ୍ଦ୍ର୍ର ସରକାର ଦେଶର ଆର୍ଥିକ ପ୍ରଗତି କ୍ଷେତ୍ରରେ ଅନେକଯୁଗାନ୍ତକାରୀ ପଦକ୍ଷେପ ନେଇ ଦେଶର ଅର୍ଥ ବ୍ୟବସ୍ଥାରେ ସୁଧାରଆଣିଛନ୍ତି । ବର୍ତମାନ ବ୍ୟାଙ୍କଗୁଡିକ ମାଧ୍ୟମରେ ଗରୀବ ତଥା ଅର୍ଥନୀତିକ ଭାବେ ଅନଗ୍ରସର ଶ୍ରେଣୀ ନିମିତ କାର୍ଯ୍ୟକାରୀହେଉଥିବା ସମସ୍ତ ଯୋଜନାର ଲାଭ ସିଧାସଳଖ ହିତାଧିକାରୀମାନଙ୍କ ବ୍ୟାଙ୍କଏକାଉଂଟକୁ ଆସୁଛି । ଏହା ଫଳରେ ସରକାରୀ ସ୍ତରରେ ସ୍ୱଚ୍ଛତା ରକ୍ଷାସହିତ ହିତାଧିକାରୀମାନେ ସେମାନଙ୍କ ପ୍ରାପ୍ୟ ନେଇ ନିଶ୍ଚିତ ହୋଇପାରୁଛନ୍ତି । ଗ୍ରାମ ଓ ପଂଚାୟତ ସ୍ତରରେ ଏହି ସମବାୟ ବ୍ୟାଙ୍କଗୁଡିକଅଧିକ ରହିଥିବାରୁ ଏଣିକି ଗ୍ରାହକ ତଥା ବିଭିନ୍ନ ଯୋଜନାର ହିତାଧିକାରୀମାନେ ନିଜ ଜମା ଅର୍ଥର ସୁରକ୍ଷାକୁ ନିଶ୍ଚିିିତ କରିବା ସହ ଉନ୍ନତମାନର ବ୍ୟାଙ୍କସେବା ପାଇ ପାରିବେ । ଗ୍ରାମାଂଚଳରେ ମାଇକ୍ରୋ ଅର୍ଥନୀତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବର୍ତମାନ ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକ ଗ୍ରାମ୍ୟ ଅର୍ଥନୀତିକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ସମବାୟ ବ୍ୟାଙ୍କ ଗୁଡିକ ସମାଜର ତୃଣମୂଳ ସ୍ତରରେ ରହିଥିବାରୁ ଏଗୁଡ଼ିକ ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକର ସମାଜ ଏବଂ ଅର୍ଥନୀତି ପ୍ରତି ଥିବା ଭୂମିକାକୁ ଉନ୍ନତ କରିବାରେ ସହାୟକ ହେବ । ସମବାୟ ବ୍ୟାଙ୍କ ସିଧାସଳଖ ରିଜର୍ଭ ବ୍ୟାଙ୍କ ଅଧୀନକୁ ଆସିଲେ ଗ୍ରାମ୍ୟ ଅର୍ଥନୀତି ଖୁବ କମ ସମୟ ମଧ୍ୟରେ ସ୍ଥିର ଓ ସୁଦୃଢ଼ ହେଇପାରିବ ।
(ଲେଖକ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ, ମତାମତ ନିଜସ୍ୱ

Leave a Reply

Your email address will not be published. Required fields are marked *