Photograph_Rakesh Panda

ରାକେଶ ପଣ୍ଡା


ସକିଛି ଗୋଟେ କୋଳାହଳ ଶବ୍ଦ ଶୁଣି ସରୋଜଙ୍କର ଚାଇଁ ନିଦ ହଠାତ ଭାଙ୍ଗିଗଲା । ଅ ।ଖି ପତାକୁ ସାମାନ୍ୟ ଖୋଲି ଟ୍ରେନ୍‌ର ଖିଡକି ବାହାରକୁ ଚାହିଁଲା ବେଳକୁ, ଗାଡିଟି ଖୋର୍ଦ୍ଧା ରୋଡ ଷ୍ଟେସନରେ ଲାଗିଛି । ସେ ଦେଖିଲେ, ଗାଡିର ଭିତର ପାଶ୍ୱର୍ରେ ପ୍ରବଳ ଜନଗହଳି । ସେଠାରେ ସିଟ୍‌ଟିଏ ସଂରକ୍ଷଣ ପାଇଁ ଏବଂ ବସିବା ଉଦ୍ଦେଶ୍ୟରେ ନିଜ ଜାଗା ଅକ୍ତିଅ ।ର ଲାଗି ଠେଲା ପେଲା ଓ କଥା କଟାକଟି ଚାଲିଥାଏ । ଏମିତିକି, ଜଣେ ଯୁବକ ଓ ଅ ।ଉ ଜଣେ ମଧ୍ୟମ ବୟସ୍କ ଯାତ୍ରୀଙ୍କ ମଧ୍ୟରେ ବସିବା ନିମନ୍ତେ ଘଟଣା ହାତାହାତି ପର୍ଯ୍ୟନ୍ତ ଗଲା । ଇତି ମଧ୍ୟରେ, କିଛି ଯାତ୍ରୀ ନିଜ ବସିବା ସ୍ଥାନ ସଂରକ୍ଷଣ କରିନେଲେ ଓ ଅ ।ଉ କିଛି ଯାତ୍ରୀ ଜାଗା ନପାଇ ଛିଡା ହୋଇରହିଲେ । ଏହାପରେ, ଗାଡିଟି ଖୋର୍ଦ୍ଧାରୁ ବରହମପୁର ଅଭିମୁଖେ ଯାତ୍ରା ଅ ।ରମ୍ଭ କଲା । କିଛି ରାସ୍ତା ଅତିକ୍ରମ କରନ୍ତେ ଗୋଟିଏ ୭-୮ ବର୍ଷର ଛୋଟ ଝିଅ, ହଠାତ ନିଜ ବସିଥିବା ସ୍ଥାନରୁ ଉଠିପଡି, ଦୁଇପାଦ ଅ ।ଗକୁ ଗଲା । ଜଣେ ଅଚିହ୍ନା ଯାତ୍ରୀ, ଯାହାଙ୍କ ବୟସ ପାଖାପାଖି ୭୦ ବର୍ଷ ରୁ ଉର୍ଦ୍ଧ୍ୱ ପରି ଲାଗୁଥାଏ, ତାଙ୍କ ହାତ ଧରି କହି ଉଠିଲା ଜେଜେ.. ତୁମେ ଅ ।ସ ଏଇଠାରେ ବସ । ଏହା କହି, ତାଙ୍କ ହାତକୁ ସାମାନ୍ୟ ଟାଣି ଟାଣି ସେ ବସିଥିବା ନିଜ ସିଟ୍ ନିକଟକୁ ନେଇ ଅ ।ସିଲା । ତାଙ୍କୁ ସେଇଠାରେ ବସେଇ ଦେଲା । ଏହାପରେ ସେ ନିଜେ ଟ୍ରେନ ମଧ୍ୟରେ ଗୋଟିଏ ବାଡାକୁ ଧରି ଛିଡା ହୋଇ ରହିଲା ।
ତାହାଦେଖି, ବୃଦ୍ଧ ଯାତ୍ରୀ ଜଣକ ଝିଅଟିର ହାତକୁ ଧରି ନିଜ ଅ ।ଡକୁ ନେଇ ଅ ।ସିଲେ ଓ କୋଳରେ ବସେଇ ଦେଲେ । ଏକ ଛଳ ଛଳ ଅ ।ଖି ଓ କଅଁଳ ସ୍ୱରରେ ପଚାରିଲେ ମା\’ରେ ତୁ କେଉଁଠାକୁ ଯିବୁ ? ପିଲାଟି କହିଲା, ମୁଁ ବରହମପୁର ଯିବି । ତାହା ଶୁଣି, ବୃଦ୍ଧ ବ୍ୟକ୍ତି ଜଣଙ୍କ କହିଲେ, ତୁ ଏତେ ଗୁଡେ ବାଟ ଯିବୁ, ନିଜେ ନ ବସି, ମୋତେ ତୋ\’ ଜାଗାରେ ବସେଇ ଦେଲୁ ଯେ ? ପିଲାଟି କହିଲା, ନା.. ନା.. ଜେଜେ ତୁମେ ବସ । ମୁଁ ଦେଖିଛି, ଅ ।ମ ଘରେ ଯେତେବେଳେ ବାପା, ବୋଉ, ନାନି ସମସ୍ତେ ଏକାଠି ବସି କଥା ହଉଥାଉ । ସେହି ସମୟରେ ଯଦି ସେଠାରେ ଜେଜେ କି\’ ଜେଜେ ମା\’ ଅ ।ସି ପହଞ୍ଚନ୍ତି, ସଙ୍ଗେ ସଙ୍ଗେ ବାପା ଓ ବୋଉ ନିଜେ ବସିଥିବା ଚୌକିରୁ ଉଠିଯାଇ, ସେଠାରେ ତାଙ୍କୁ ବସିବାକୁ କହନ୍ତି । ଯଦି ସେଠାରେ ବସିବା ଲାଗି ଅ ।ଉ କୌଣସି ଜାଗା ନଥାଏ ତେବେ ସେମାନେ ତଳେ ବସି ପଡନ୍ତି । ତାହା ଦେଖି, ମୁଁ ଯେତେବେଳେ ପଚାରେ ଯେ, ବାପା ତୁମେ ଏମିତି କାହିଁକି କରିଲ ? ପ୍ରତିଉତ୍ତରରେ ସେ ମୋତେ କହନ୍ତି, ମା\’ ରେ ଅ ।ମେ ଅ ।ମର ଗୁରୁଜନ ମାନଙ୍କୁ ସର୍ବଦା ସମ୍ମାନ ଦେବା ଉଚିତ । ଏସବୁ ହେଉଛି ଭଦ୍ରାମି ଓ ନିଜ ଘରର ସଂସ୍କାରର ଏକ ପରିଚୟ । ତା\’ ଛଡା ବୟୋଜ୍ୟେଷ୍ଠ, ଅସହାୟ ଓ ଦୁର୍ବଳ ବ୍ୟକ୍ତିମାନଙ୍କୁ ସର୍ବଦା ସାହାଯ୍ୟ କରିବା ଉଚିତ । କାରଣ, ସାମାନ୍ୟ ଏକ ଶାରୀରିକ କଷ୍ଟକୁ ସହିବାର କ୍ଷମତା ସେମାନଙ୍କର ନଥାଏ । ତଥା ସେ ବୟସକୁ ସେମାନେ ଟପିଯାଇଥାନ୍ତି । ଏହି କଥା ମୁଁ ମୋ\’ ବାପାଙ୍କ ଠାରୁ ହିଁ ଶୁଣିଛି ଓ ଶିଖିଛି । ପିଲାଟିର କଥା ଶୁଣି ବୃଦ୍ଧ ଯାତ୍ରୀ ଜଣକ ଏକ ପ୍ରେମ ଓ ସ୍ନେହ ଭରା ଭଙ୍ଗୀରେ ତା\’କୁ ପୁନଃ କୋଳେଇ ନେଲେ । ନିରବ ଏକ ପରିବେଶ ମଧ୍ୟରେ ପିଲାଟିର କଅଁଳ କଥା ସେହି ପରିପାଶ୍ୱର୍ ମଧ୍ୟରେ ପ୍ରତିଧ୍ୱନିତ ହେଉଥିଲା । ସେଠାରେ ଉପସ୍ଥିତ ସମସ୍ତ ଯାତ୍ରୀ ତା\’ର କଥାକୁ ଧ୍ୟାନ ଦେଇ ଶୁଣୁଥିଲେ ।
ଏହାର ଅନ୍ତରାଳେ, ଜଣକ ପରେ ଜଣେ ସେଠାରେ ଉପସ୍ଥିତ ପ୍ରାୟ ସମସ୍ତ ଯୁବକ ଓ ଯୁବତୀ ନିଜେ ବସିଥିବା ସ୍ଥାନରୁ ଉଠିପଡିଲେ ଏବଂ ଛିଡାହୋଇଥିବା ସବୁ ବୟସ୍କ, ସ୍ତ୍ରୀ ଲୋକ ଏବଂ ଛୋଟ ପିଲା ମାନଙ୍କୁ ସେହି ସ୍ଥାନରେ ବସିବା ପାଇଁ ସୁଯୋଗ ଦେଲେ । ଏହାପରେ, ସେମାନଙ୍କ ମଧ୍ୟରୁ କିଏ ସେ କୁନି ଝିଅଟିକୁ ଶ୍ରଦ୍ଧାରେ କୋଳେଇ ନେଉଥାଏ ତ\’, କିଏ ପୁଣି ତା\’ର ଗାଲ ଓ ମଥାରେ ହାତ ଲଗେଇ ଏକ ସ୍ମିତହାସ୍ୟ ସହ ନିଜର ଭଲପାଇବା, ଅ ।ଦର ଓ ଅ ।ଶୀର୍ବାଦ ଅଜାଡି ଦେଉଥାଏ ।
ଛୋଟ ଏ କଥାଟିଏ । ହେଲେ ତାହା ଛାଡିଦେଇଗଲା ଏକ ବଡ ସନ୍ଦେଶ, ଶିକ୍ଷା ଓ ପ୍ରେରଣା ଅ ।ମ ସମାଜ ପାଇଁ । କୁନି ପିଲାଟି ତା\’ର ଘରୁ ପାଇଥିବା ସେ ସଂସ୍କାରର ଛିଟା ପ୍ରତିଫଳିତ ହେଲା ତା\’ର କାର୍ଯ୍ୟକଳାପ ଏବଂ ବ୍ୟବହାରରେ । ଯାହା କି\’ ଭଲ ଉଦାହରଣ ଟିଏ ସାଜିଲା ସେଠାରେ ଉପସ୍ଥିତ ଥିବା ପ୍ରତିଟି ବ୍ୟକ୍ତି ପାଇଁ ।

Leave a Reply

Your email address will not be published. Required fields are marked *