ସଂକ୍ରମଣ
କେହି ଜଣେ ନିଶବ୍ଦ ରେ
ଆଉଟୁଥିଲା ଅତୀତ ର ପୃଷ୍ଠା
ସଂକ୍ରମଣର ଭୟରେ ଥିରି ଥିରି
ଛୁଉଁଥିଲା ସ୍ମୃତି ର ଅଦେଖା ହାତକୁ
ଦୂରରେ ଥାଇ କଷୁଥିଲା
ଜୀବନ ର କଠୋର ସତ୍ୟତା
ଆଲିଙ୍ଗନର ଦୁର୍ବାର ଇଚ୍ଛା କୁ
ଛାତି ତଳେ ସମାଧି ଦେଇ
ଟିପରେ ଗାର ଟାଣୁଥିଲା ଭୂଇଁରେ
ଆଖି ର ଲୁହ କୁ ଓଠ ନିରବରେ
ପିଇଯାଉଥିବା ବେଳେ
ହାତ ଅଟକି ରହିଥିଲା
ପୋଛି ନପୋଛି ହୋଇ
ସଂକ୍ରମଣ ର ଭୟରେ
ନିବିଡ଼ ଆଶ୍ଳେଷ ର ଲୋଭକୁ
ସେ ଫିଙ୍ଗି ଚାଲିଥିଲା
କେଉଁ ଏକ ଅଜଣା ଅଶୁଣା ରାଜ୍ୟ କୁ
ଠିକଣାରେ ପହଞ୍ଚିନପାରି
ଚିଠି ଫେରି ଅ ।ସିଲା ପରି
ଲେଉଟିଅ ।ସି ଦରଜା ପାଖରେ
ଅଟକି ରହେ ସମୟ
ଅନୁମତି ମାଗେ ପ୍ରେଶେର
ଦୁର୍ଭାଗ୍ୟ ତାର
ସେ ବୁଝିବା ଅ ।ଗରୁ
ଘର ଦୁଅ ।ର
ତା ପାଇଁ ସାରା ଜୀବନ ବନ୍ଦ
ନତୁବା
ଏ ସଂକ୍ରମଣର ଭୟ
ନ ସରିବା ଯାଏଁ
ସୁନିତା ବାରିକ
ବି .ଏସ୍. ଏନ୍. ଏଲ୍. ଭବନ
ଦକ୍ଷିଣକାଳୀରୋଡ଼, ଢ଼େଙ୍କାନାଳ,
୭୫୯୦୦୧
