ଶ୍ରୀଅରବିନ୍ଦଙ୍କ ଜନ୍ମଦିବସ ପାଳିତ
ଭଦ୍ରକ, (ପ୍ରବାହ ନ୍ୟୁଜ୍):
ଆଗରପଡ଼ା ସ୍ଥିତ ଶ୍ରୀଅରବିନ୍ଦ ସାଧନାପୀଠ ଟ୍ରଷ୍ଟ ପରିସରରେ ସାମାଜିକ ଦୂରତ୍ୱ ପାଳନ ପୂର୍ବକ ଅତି ମାନସ ସତ୍ୟର ବାର୍ତ୍ତାବହ ମହାଯୋଗୀ ଶ୍ରୀଅରବିନ୍ଦଙ୍କ ଜନ୍ମ ଦିବସ ପାଳିତ ହୋଇଯାଇଛି । ପ୍ରାତଃ ସମୟରେ ଡ଼ ମଦନ ମୋହନ ଦାସଙ୍କ ସଂଯୋଜନାରେ ଦୁର୍ଗାସ୍ତୋତ୍ର ଆବୃତ୍ତି, ଚିରନ୍ତନୀ ପୁସ୍ତକରୁ ଦୁଃସାହସିକ ଅଭିଯାନ ବିଷୟଟି ପଠନ ପରେ ଅଧିବେଶନ ଆରମ୍ଭ ହୋଇଥିଲା । ଉପସ୍ଥିତ ମାତୃପ୍ରେମୀମାନେ ଶ୍ରୀଅରବିନ୍ଦଙ୍କ ଜନ୍ମ ଦିବସ ଉପରେ ଆଲୋକପାତ କରିଥିଲେ । ମାତୃ ବନ୍ଦନା ଗାନ କରାଯାଇ ନୀରବ ଧ୍ୟାନ ସହିତ ମହାମାରୀ କରୋନାରୁ ବିଶ୍ୱବାସୀଙ୍କ ଆରୋଗ୍ୟ ନିମନ୍ତେ ଦିବ୍ୟ ଜନନୀଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା । ମ୍ୟାନେଜିଙ୍ଗ ଟ୍ରଷ୍ଟି ଅରୁଣ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
