ଲୁଟୁଛି ବିଦ୍ୟୁତ୍ ଯୋଗାଣକାରୀ ସଂସ୍ଥା
କଟକ, (ପ୍ରବାହ ନ୍ୟୁଜ୍): ମହାମାରୀ କରୋନା ଭୂତାଣୁ ସଂକ୍ରମଣ ପାଇଁ ସାରା େଦେଶ,ରାଜ୍ୟ ସହିତ ଜିଲ୍ଲ୍ା ଓ ସହର ଗୁଡିକରେ କୋକୁଅ । ଭୟ ଦିନକୁଦିନ ବଢିବାରେ ଲାଗିଛି । କାରଣ ଏହି ସଂକ୍ରମଣର ଗତିରୋଧ କରିବା ପାଇଁ ଏପର୍ଯ୍ୟନ୍ତ କୈାଣସି ପ୍ରକାର ଟିକା ବା ପ୍ରତିଷେଧକ ଔଷଧ ନିର୍ଦ୍ଦାରିତ ହୋଇ ନଥିବାରୁ ଲୋକମାନଙ୍କ ମନରେ ଭୟର ପ୍ରଭାବ ଅଧିକ ମାତ୍ରାରେ ରହିଯାଉଛି । ସରକାର ଏଥିପାଇଁ ସାଧାରଣ ଜନତାଙ୍କୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ପ୍ରକାର ସରକାରୀ ଯୋଜନା ସହିତ ରିହାତି ଯୋଜନା ଘୋଷଣା କରିଅ ।ସୁଛନ୍ତି । ଯାହାକି ପିଲାମାନଙ୍କର ଶିକ୍ଷାନୁଷ୍ଠାନ ମାନଙ୍କରେ ମାସିକ ଦରମା, ସହିତ ଜଳକର,ବିଦ୍ୟୁତ ବିଲ,ଟେଲିଫୋନ ବିଲ ସହିତ ବ୍ୟାଙ୍କର ଇ.ଏମ.ଅ ।ଇ ଅ ।ଦି କିସ୍ତି ଦେବାରେ କୋହଳ କରିବାକୁ ସରକାରଙ୍କ ପକ୍ଷରୁ ବାରମ୍ବାର ଏହି ଅନୁଷ୍ଟାନ ମାନଙ୍କୁ ଅନୁରୋଧ କରାଯାଇ ଅ ।ସୁଅଛି । କିନ୍ତୁ ଏହି ଅନୁରୋଧକୁ ବିଶେଷ ଭାବରେ ବିଦ୍ୟୁତ ଯୋଗାଣକାରୀ ସସ୍ଥା ମାନିବାକୁ ନାରାଜ ବୋଲି ଜଣାପଡିଛି । କାରଣ ବିଦ୍ୟୁତ ଯୋଗାଣ କାରୀ ସସ୍ଥା ତାର ବିଦ୍ୟୁତ ବିଲ ପ୍ରତ୍ୟେକ ମାସରେ ଦେଇ ଯାଉଥିଲାବେଳେ ଗତ ଦୁମାସର ବିଲ ଏକକାଳୀନ ଲୋକଙ୍କ ମୁଣ୍ଡଉପରେ ଲଦିଦେଇ ବିଦ୍ୟୁତ ବିଲକୁ ଦୁଇଗୁଣା ବଢାଇଥିବା ଅଭି÷ଯୋଗ ଗ୍ରାହକମାନେ କରୁଛନ୍ତି । ଏହି ବିଲ ମାଧ୍ୟମରେ ପୁର୍ବରୁ ଯେଉଁ ରେଟରେ ବିଦ୍ୟୁତବିଲ ପ୍ରସ୍ତୁତ କରାଯାଉଥିଲା ତାହା ନକରି ଏକକାଳୀନ ବିଲ ପ୍ରସ୍ତୁତ କରି ୟୁନିଟ ପିଛା ଦରରେ ଚଚଂଙ୍କତା କରାଯାଇ ସେସୁ ଟଙ୍କା ଅ ।ଦାୟ କରି ଚାଲିଛି । ଯାହାକି ଗ୍ରାହକମାନେ ଏକକାଳିନ ମାର୍ଚ୍ଚ ଓ ଏପ୍ରିଲମାସର ରିଡିଙ୍ଗ ନେଇ ସେସୁ ପକ୍ଷରୁ ବିଲ ପ୍ରସ୍ତୁତ କରାଯାଇଥିବାରୁ ଏଥିରେ ଗ୍ରାହକଙ୍କର ମୁଣ୍ଡରେ ଚିନ୍ତା ପଶିଯାଇଛି । ଏକକାଳିନ ଏହି ଦୃର୍ଦିନରେ ଉପଭୋକ୍ତାମାନେ ଏତେ ଅର୍ଥରାଶି ଯୋଗାଡ କରି ପୈଠ ଏକାକାଳୀନ କରିବା ବଡ କଷ୍ଟକର ହୋଇପଡୁଥିବାରୁ ଜିଲ୍ଲା ପ୍ରଶାସନ ପାଖରେ ଏହି ଦୁଇମାସର ବିଦ୍ୟୁତ ବିଲ ଛାଡ ପାଇଁ ବିଭିନ୍ନ ସଂଗଠନ ତଥା ରାଜନୈତିକ ଦଳ ପକ୍ଷରୁ ଦାବି କରାଯାଇଥିଲେ ସୁଦ୍ଧା ସେସୁ ଏ ଦିଗରେ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ ନକରିବା ଜନସାଧାରଣଙ୍କ ଭିତରେ ଅ ।କ୍ରୋଶ ସୃଷ୍ଟି ହେଉଛି । ସମୟଥାଉ ଥାଉ ଯଦି ସେସୁ ଏ ଦିଗରେ ଉଚିତ ପଦକ୍ଷେପ ଗ୍ରହଣ ନକରେ ତେବେ ଅ ।ଗାମୀ ଦିନରେ ଏହାଏକ ବିଷ୍ପୋରକ ପରିସ୍ଥିତି ସୃଷ୍ଟି ହେବ, ଯାହାକୁ ନିୟନ୍ତ୍ରଣ କରିବାରେ ସରକାରଙ୍କ ପକ୍ଷରୁ କାଠିକର ପାଠ ହୋଇଯିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।
