ଲକ୍ଡାଉନ ମାନୁ ନାହଁନ୍ତି ଲଭ୍ ବାର୍ଡସ
ମଲ୍ ବନ୍ଦ । ସିନେମା ହଲ୍ ବନ୍ଦ । ରେଷ୍ଟୁରାଣ୍ଟରେ ବସି ହେଉନି । ପାର୍କରେ ହଜାରେ କଟକଣା । ରୁମ୍କୁ କାହାକୁ ନ ଅ ।ଣିବା ପାଇଁ ଘର ମାଲିକର କଡ଼ା ତାଗିଦ୍ । ସଂଜ ବୁଡ଼ିଲେ ବାହାରେ ବୁଲିବା ମନା । ଏଠି ସେଠି ବସିବାକୁ ବି ଡର ଲାଗୁଛି । ବାପ୍ରେ ଏତେ ପ୍ରତିବନ୍ଧକ? ପ୍ରେମୀ ଯୁଗଳ ଏବେ ଯିବେ କୁଅ ।ଡ଼େ? କିଛି ବାଟ ନ ପାଇ ବିଚରା ପ୍ରେମୀ ଯୁଗଳ ଏବେ ଗାଡ଼ି ଧରି ଘିରି ଘିରି ବୁଲୁଛନ୍ତି । ଏ ରାସ୍ତାରୁ ସେ ରାସ୍ତା ସେ ରାସ୍ତାରୁ ଏ ରାସ୍ତା । ପେଟ୍ରୋଲ ଦର ୮୦ ଛୁଇଁଲେ ବି ପରୱା ନାହିଁ ।
ରାଜଧାନୀ ରାସ୍ତାଘାଟରେ ଏମିତି ପ୍ରେମୀ ଯୁଗଳ ଏବେ ଘୁରି ବୁଲୁଛନ୍ତି । ବିକ୍ରମଙ୍କ କାନ୍ଧରେ ବେତାଳ ବସିଲା ଭଳି ଗାଡ଼ିରେ ପ୍ରେମିକ ଉପରେ ହାମୁଡ଼େଇ ବସୁଛି ପ୍ରେମିକା । ପଛ ସିଟରେ ବସିଥିବା ପ୍ରେମିକା ପୂର୍ବ ଭଳି ମୁହଁକୁ ଓଣିରେ ଢାଙ୍କି ଦେଉଛି । ଓଣି ନଥିଲେ ମୁହଁରେ ମାସ୍କ ଭିଡ଼ି ବସୁଛନ୍ତି । ବାଇକ୍ ଚଳାଉଥିବା ପ୍ରେମିକ ହେଲମେଟ ପିନ୍ଧୁ କି ନାହିଁ, କିନ୍ତୁ ମାସ୍କ ବାନ୍ଧି ରଖୁଛନ୍ତି ମୁହଁରେ ।
ଚଳନ୍ତା ବାଇକରେ ପ୍ରେମାଳାପ କରିବାର ମଜା ନିଆରା । ହେଲେ ମାସ୍କ ଯୋଗୁ ମୁହଁରୁ ବାହାରୁଥିବା କଥା ପରସ୍ପର କାନରେ ଠିକ୍ ଭାବେ ବାଜୁନି । ପବନରେ ଉଡ଼ିଯାଉଛି ।ଏମିତିରେ କେତେକ ପ୍ରେମୀ ଯୁଗଳ ଏବେ ଜନଗହଳି ରାସ୍ତା ଛାଡ଼ି ଶୂନଶାନ ରାସ୍ତା ଖୋଜୁଛନ୍ତି । ଖଣ୍ଡଗିରିରୁ ଚନ୍ଦକା, ପୁଣି ଚନ୍ଦକାରୁ ବାରଙ୍ଗ ନ ହେଲେ ମଳିପଡ଼ା ଯାଏଁ ମାଡ଼ି ଯାଉଛନ୍ତି । ମଉକା ଦେଖିଲେ ଗାଡ଼ି ଅଟକାଇ, ମୁହଁରୁ ମାସ୍କ ଖସାଇ କିଛି ସମୟ ପରସ୍ପରକୁ ଦେଖୁଛନ୍ତି । କଥା ହେଉଛନ୍ତି ଛ ହେଲେ ଅ ।ଗ ଭଳି ଘଣ୍ଟା ଘଣ୍ଟା ଏକାଠି ବସି ସାତ ଜନ୍ମର କଥା ଗପି ପାରୁନାହାନ୍ତି । ପୋଲିସ ଭୟ ଏତେ ଯେ, ୫ରୁ୧୦ ମିନିଟ୍ ଭିତରେ ଛୁ ହେବାକୁ ପଡ଼ୁଛି । ପୁଣି ଘୁରି ବୁଲୁଛନ୍ତି ରାସ୍ତାରେ । ଗତ ସପ୍ତାହରେ ଏମିତି କିଛି ପ୍ରେମୀ ଯୁଗଳ ଲମ୍ବା ବିରତି ପରେ ଏକାଠି ହୋଇଥିଲେ ଏୟାରପୋର୍ଟ ପାଚେରି ପାଖ ରାସ୍ତା କଡ଼ରେ । ଏତିକିବେଳେ ପହଞ୍ଚିଗଲା ପୁଲିସ ଭ୍ୟାନ୍ । ପୋଲିସ ଏମିତି ଗୋଡ଼ାଇଲା ଯେ ଭୟରେ କିଏ ବିଲକୁ କୁଦି ପଡ଼ିଲା କିଏ ଗାଡ଼ି ଛାଡ଼ି ପଳାଇଲା ଛ ଏମିତି କିଛି ଘଟଣା ପରେ କୌଣସି ରିସ୍କ ନେବାକୁ ଚାହୁଁନାହାନ୍ତି ପ୍ରେମୀ ଯୁଗଳ । ଭଲରେ ଗପସପ ପଛେ ନ ହେଉ, ଗାଡ଼ିରେ କିଛି ସମୟ ଏକାଠି ରହିବା ପାଇଁ ଘିରି ଘିରି ବୁଲୁଛନ୍ତି ଏ ରାସ୍ତାରୁ ସେ ରାସ୍ତା ।
