ଲକ୍‌ଡାଉନ କମାଇଛି ଅପରାଧ କମିଶନରେଟ ପୋଲିସରେ କମିଛି ୬୨%

0
crime.prabaha

ଭୁବନେଶ୍ୱର ସହରାଞ୍ଚଳର ୨୨ଟି ଥାନାରେ ଚଳିତ ବର୍ଷ ପ୍ରଥମ ତିନି ମାସରେ ହାରାହାରି ୭୦୦ ମାମଲା ରୁଜୁ ହୋଇଥିବା ବେଳେ ଏପ୍ରିଲ୍ ମାସରେ ମାତ୍ର ୨୫୨ ମାମଲା ରୁଜୁ ହୋଇଥିବା ଜଣାପଡିଛି ।
ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): କମିସନରେଟ୍ ପୋଲିସର ଭୁବନେଶ୍ୱର ସହରାଞ୍ଚଳ ଜିଲାରେ ଏପ୍ରିଲ୍‌ରେ ପୂର୍ବ ମାସ ତୁଳନାରେ ମାମଲା ପଞ୍ଜୀକରଣ ୬୨ ପ୍ରତିଶତ ହ୍ରାସ ପାଇଛି । କୋଭିଡ୍‌-୧୯ ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ୍ ଘୋଷଣା କରାଯିବା ଫଳରେ ମାମଲା ପଞ୍ଜୀକରଣ ଅ ।ଶାତୀତ ଭାବେ ହ୍ରାସ ପାଇଛି । ଲକ୍‌ଡାଉନ ସମୟରେ ବିଶେଷ କରି ସମ୍ପତ୍ତି ଲୁଟ୍‌ପାଟ ଓ ବିଭିନ୍ନ ପ୍ରକାର ବିବାଦୀୟ ମାମଲା କମ ହୋଇଥିବାରୁ ପଞ୍ଜୀକରଣ ହାର ହ୍ରାସ ପାଇଛି । ଭୁବନେଶ୍ୱର ସହରାଞ୍ଚଳର ୨୨ଟି ଥାନାରେ ଚଳିତ ବର୍ଷ ପ୍ରଥମ ତିନି ମାସରେ ହାରାହାରି ୭୦୦ ମାମଲା ରୁଜୁ ହୋଇଥିବା ବେଳେ ଏପ୍ରିଲ୍ ମାସରେ ମାତ୍ର ୨୫୨ ମାମଲା ରୁଜୁ ହୋଇଥିବା ଜଣାପଡିଛି ।
ଭୁବନେଶ୍ୱର ସହରାଞ୍ଚଳରେ ଲକ୍‌ଡାଉନ୍ ସମୟରେ ମାର୍ଚ୍ଚ ମାସରେ ଶେଷ ସପ୍ତାହରେ ମାମଲା ପଞ୍ଜୀକରଣ ହ୍ରାସ ପାଇଥିଲାଛ ଏପ୍ରିଲ୍ ମାସର ପ୍ରଥମ ଅର୍ଦ୍ଧରେ ଲକ୍‌ଡାଉନ୍ ସମ୍ପୂର୍ଣ୍ଣ କଟକଣା ରହିଥିଲା । ଏପରିକି ଦୁଇ ଦିନ ରାଜଧାନୀ ସଟ୍‌ଡାଉନ୍ ହୋଇଥିଲା । ତେବେ ପରବର୍ତ୍ତୀ ସମୟରେ ଲକ୍‌ଡାଉନ୍ ୨.୦ରେ ସାମାନ୍ୟ କୋହଳ ହୋଇଥିଲା । ଏହି ସମୟରେ ସାଧାରଣ ଲୋକଙ୍କର ଗମନାଗମନ ଉପରେ ଏକ ପ୍ରକାର କଟକଣା ରହିଥିଲା । ତେଣୁ ଏହି ସମୟରେ ଚୋରି, ସିନ୍ଧି ଚୋରି, ରାହାଜାନି ଓ ଡକାୟତି ଭଳି ସମ୍ପତ୍ତି ଲୁଣ୍ଠନ ମାମଲା ପ୍ରାୟତଃ ଅଭିଯୋଗ ହୋଇ ନ ଥିଲା । ରାସ୍ତାଘାଟରେ ଚଳାଚଳ ବନ୍ଦ ଥିଲା । ସେହିପରି ଲୋକମାନେ ସବୁ ସମୟରେ ଘରେ ରହୁଥିଲେ । ଏହା ବ୍ୟତୀତ ଗଣ୍ଡଗୋଳ, ଜମିଜମା ବିବାଦ ଅଭିଯୋଗ ପ୍ରାୟତଃ ନ ଥିଲା । ସଡକ ଦୁର୍ଘଟଣା ମଧ୍ୟ ଥିଲା । ଏଭଳି କେତେକ କାରଣରୁ ମାମଲା ପଞ୍ଜୀକରଣ ବହୁ ହ୍ରାସ ପାଇଥିଲା । ସେହିପରି ଲକ୍‌ଡାଉନ୍ ଓ କ୍ୱାରେଣ୍ଟାଇନ୍ ଉଲ୍ଲଘଂନ ନେଇ ଅଳ୍ପ ମାମଲା ରୁଜୁ ହୋଇଛି । ଫଳରେ ମାମଲା ପଞ୍ଜୀକରଣ ତୁଳନାତ୍ମକ ଭାବେ ହ୍ରାସ ପାଇଥିବା ଅତିରିକ୍ତ କମିସନର ତଥା ଡିସିପି ଅନୁପ କୁମାର ସାହୁ କହିଛନ୍ତି ।

Leave a Reply

Your email address will not be published. Required fields are marked *