ରାଜ୍ୟରେ ବଢୁଛି କଏଦୀ ସଂଖ୍ୟା
ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍): ରାଜ୍ୟରେ ବର୍ତ୍ତମାନ ୮୬ଟି ଜେଲ୍ ରହିଥିବାବେଳେ ପ୍ରତିବର୍ଷ କଏଦୀଙ୍କ ସଂଖ୍ୟା ବଢ଼ି ଚାଲିଛି । ପୂର୍ବବର୍ଷ ତୁଳନାରେ ୨୦୧୯ରେ ପ୍ରାୟ ୬.୪୩ ପ୍ରତିଶତ ବୃଦ୍ଧି ଘଟିଛି । ୨୦୧୮ରେ ରାଜ୍ୟର ବିଭିନ୍ନ ଜେଲରେ କଏଦୀଙ୍କ ସଂଖ୍ୟା ୧୬୫୦୧ ରହିଥିଲାବେଳେ ଗତବର୍ଷ ୧୭୫୬୩କୁ ବୃଦ୍ଧି ପାଇଥିବା ରାଜ୍ୟ ଜେଲ୍ ବିଭାଗ ତଥ୍ୟରୁ ଜଣାପଡିଛି । ତେବେ ଏମାନଙ୍କ ମଧ୍ୟରୁ ୩୭୨୫ଜଣ ସଜା କାଟୁଥିବା କଏଦୀ ରହିଥିବାବେଳେ ୧୩୮୩୮ଜଣ ବିଚାରଧିନ କଏଦୀ ରହିଛନ୍ତି । ୨୪ଜଣଙ୍କ ମାମଲା ସ୍ଥଗିତ ରଖାଯାଇଛି । ଜେଲ୍ ଅନ୍ତେବାସୀଙ୍କ ମଧ୍ୟରେ ୧୨୭ଜଣ ମହିଳା ରହିଛନ୍ତି । ସବୁଠୁ ଚିନ୍ତାଜନକ କାରଣ ହେଲା ଓଡ଼ିଶାର ବିଭିନ୍ନ କାରାଗାରରେ କ୍ଷମତାଠାରୁ ଅଧିକ କଏଦୀ ରହୁଛନ୍ତି । ୨୦୧୭ରେ ଜେଲରେ ରହିବାର କ୍ଷମତା ୧୮୦୧୨ ଥିବାବେଳେ ୧୫୨୨୩ ଜଣ କଏଦୀ ରହିଥିଲେ । ଏହାକୁ ଦୃଷ୍ଟିରେ ରଖି ୨୦୧୮ରେ ଜେଲରେ କଏଦୀ ରହିବା କ୍ଷମତାକୁ ୧୯୧୭୬କୁ ବୃଦ୍ଧି କରିଥିଲେ ରାଜ୍ୟ ସରକାର । ସେହିବର୍ଷ କଏଦୀ ସଂଖ୍ୟାରେ ବୃଦ୍ଧି ଘଟି ୧୬୫୦୧ ପହଞ୍ôଚଥିଲା । ଏହି ହାରକୁ ଦେଖିଲେ ୨୦୧୭ରେ ଜେଲ୍ କ୍ଷମତାର ମୋଟ ୮୪ ପ୍ରତିଶତ କଏଦୀ ରହିଥିବାବେଳେ ୨୦୧୮ରେ ୮୬.୧ ପ୍ରତିଶତ ଓ ୨୦୧୯ରେ ଏଥିରେ ୬.୨୫ ପ୍ରତିଶ୍ରତ ବୃଦ୍ଧି ପାଇଁ ୯୨.୩୫ ପ୍ରତିଶତରେ ପହଞ୍ôଚଛି । ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି, କଏଦୀ ସଂଖ୍ୟାକୁ ଦୃଷ୍ଟିରେ ରଖି କଟକ ଓ ସୁନ୍ଦରଗଡ଼ ଜିଲାରେ ୧ ହଜାର ଲେଖାଏ କଏଦୀ ରହିପାରିବା ଭଳି ଦୁଇଟି ନୂଅ । ଜେଲ୍ ଖୁବ୍ଶୀଘ୍ର କାର୍ଯ୍ୟକ୍ଷମ ହେବ ।
ଅନ୍ୟପକ୍ଷରେ ୬୯୭୯୪ଜଣ କଏଦୀଙ୍କୁ ଜେଲରେ ଭର୍ତ୍ତି କରାଯାଇଥିବାବେଳେ ୨୦୧୯ରେ ୬୮୭୩୨ ଜଣ ଅନ୍ତେବାସୀଙ୍କୁ ଜାମିନରେ ମୁକ୍ତ ହୋଇଛନ୍ତି । ୨୦୧୮ରେ ୫୧ ଓ ୨୦୧୯ରେ ୫୩ ଜଣ ଅନ୍ତେବାସୀଙ୍କ ମୃତ୍ୟୁ ଘଟିଛି । ଏହି ୫୩ଜଣଙ୍କ ମଧ୍ୟରୁ ୪୮ ଜଣ ଅନ୍ତେବାସୀ ଅସୁସ୍ଥତା ଯୋଗୁ ମୃତ୍ୟୁବରଣ କରିଥିବାବେଳେ ୪ଜଣ ଜେଲ ଭିତରେ ଅ ।ତ୍ମହତ୍ୟା କରିଛନ୍ତି ଓ ଚୌଦ୍ୱାରା ସର୍କଲ ଜେଲରେ ଜଣେ କଏଦୀକୁ ହତ୍ୟା କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି ।
