ରାଜଧାନୀରେ ଲକ୍ଡାଉନ୍ ଓ ଶଟ୍ଡାଉନ କମାଇଛି ଦୁର୍ଘଟଣା
୩ ମାସରେ ୬୬ ପ୍ରତିଶତ ହ୍ରାସ
ପ୍ରଥମ ତ୍ରୈମାସରେ ୧୮୯ ଓ ଦ୍ୱିତୀୟରେ ୬୪
ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍): ରାଜଧାନୀରେ ଲକ୍ଡାଉନ ଓ ଶଟ୍ଡାଉନ କମାଇଛି ଦୁର୍ଘଟଣା । ଗତ ୩ ମାସରେ ଦୁର୍ଘଟଣା ଅ ।ଶାତୀତ ଭାବେ ହ୍ରାସ ପାଇଛି । କୋଭିଡ୍-୧୯ କଟକଣା ଯୋଗୁଁ ପ୍ରାୟତଃ ୩ ମାସ ଶଟ୍ଡାଉନ୍ ଓ ଲକ୍ଡାଉନ୍ କରାଯାଇଥିବାରୁ ଦୁର୍ଘଟଣା ହ୍ରାସ ପାଇଥିବା ଜଣେ ପରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି । ଚଳିତ ବର୍ଷ ଜାନୁଅ ।ରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରଥମ ତ୍ରୈମାସରେ ଭୁବନେଶ୍ୱର ସହରାଞ୍ଚଳ ଜିଲାର ୨୦ଟି ଥାନାରେ ୧୮୯ଟି ଦୁର୍ଘଟଣା ସମ୍ପର୍କିତ ମାମଲା ରୁଜୁ ହୋଇଛି । ସେହିପରି ଦ୍ୱିତୀୟ ତ୍ରୈମାସ ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ମାତ୍ର ୬୪ଟି ଦୁର୍ଘଟଣା ମାମଲା ରୁଜୁ ହୋଇଛି । ମାର୍ଚ୍ଚ ୨୨ରୁ ଲକ୍ଡାଉନ୍ ଅ ।ରମ୍ଭ ହୋଇଥିଲା । ଜୁନ୍-୧ରୁ ରାଜ୍ୟରେ ଅନ୍ଲକ୍-୧ ଅ ।ରମ୍ଭ ହୋଇଥିଲା । ଏଥିରେ ସାଧାରଣ ଲୋକଙ୍କ ଗମନାଗମନ କ୍ଷେତ୍ରରେ କେତେକ କୋହଳ କରାଯାଇଥିଲା । ତେଣୁ ଦ୍ୱିତୀୟ ତ୍ରୈମାସରେ ଦୁର୍ଘଟଣା ହାର ୬୬ ପ୍ରତିଶତ ହ୍ରାସ ପାଇଥିବା ଅ ।କଳନ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ତଥା ଡିଅ ।ଇଜି ଅନୁପ କୁମାର ସାହୁ ।
ସେହିପରି ପ୍ରଥମ ତ୍ରୈମାସରେ ଦୁର୍ଘଟଣାରେ ୫୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦ୍ୱିତୀୟ ତ୍ରେମାସରେ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ଏହି ସମୟରେ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ମଧ୍ୟ ୬୬ ପ୍ରତିଶତକୁ ହ୍ରାସ ପାଇଛି । ଏପ୍ରିଲ୍ ମାସରେ ଭୁବନେଶ୍ୱର ସହରାଞ୍ଚଳରେ ୧୦ଟି ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମେ ମାସରେ ୨୬ଟି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଜୁନ୍ର ୨୮ ଟି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ଏହି ଦ୍ୱତୀୟ ତ୍ରୈମାସରେ ୬୪ଟି ଦୁର୍ଘଟଣାରେ ଅ ।ହତଙ୍କୁ ଗଭୀର ଅ ।ଘାତ ଲାଗିଥିବା ଜଣାପଡ଼ିଛି । ଅ ।କଳନ ଅନୁସାରେ ଏହି ସମୟରେ ରାଜଧାନୀରେ ଘଟୁଥିବା ଦୁର୍ଘଟଣାରେ ୨୬ ପ୍ରତିଶତ ଘଟଣାରେ ଅ ।ହତଙ୍କ ମୃତ୍ୟୁ ଘଟୁଥିବା ବେଳେ ୫୪ ପ୍ରତିଶତ ଅ ।ହତ ଗଭୀର ଅ ।ଘାତ ପାଇଛନ୍ତି । ଲକ୍ଡାଉନ୍ ଓ ଶଟ୍ଡାଉନ୍ ଯୋଗୁଁ ରାଜଧାନୀ ଏବଂ ଏହାର ଉପକଣ୍ଠ ଅଞ୍ଚଳରେ ଦୁର୍ଘଟଣା ହ୍ରାସ ପାଇଥିବା ଜଣାପଡ଼ିଛି ।
