ମୋ ବସ୍ରେ ଡିଜିଟାଲ୍ ପେମେଣ୍ଟ ଅ।ଦାୟ
ଭୁବନେଶ୍ୱର, (ନି.ପ୍ର) : ମୋ ବସରେ ଅ ।ରମ୍ଭ ହେଲା ଡିଜିଟାଲ୍ ପେମେଣ୍ଟ । ଏହା ୨ଟି ରୁଟ୍ ପାଇଁ ଅ ।ରମ୍ଭ ହୋଇଛି । ଏହା ପ୍ରଥମେ ୧୬ ନମ୍ବର ଓ ୨୦ ନମ୍ବର ରୁଟ୍ ପାଇଁ ଉପଲବ୍ଧ ହୋଇଛି ।
କରୋନା ମହାମାରୀ ପରିପ୍ରେକ୍ଷୀରେ ମୋ ବସ୍ ଯାତ୍ରୀ ଏବଂ ଗାଇଡ୍ଙ୍କୁ ସଂକ୍ରମଣରୁ ଦୂରରେ ରଖିବା ପାଇଁ ବୁଧବାରଠାରୁ କ୍ୟାପିଟାଲ୍ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ)ପକ୍ଷରୁ ମୋ ବସ୍ରେ କ୍ୟୁଅ ।ର କୋଡ଼ ମାଧ୍ୟମରେ ବସ୍ ଭଡ଼ା ଅ ।ଦାୟ ଅ ।ରମ୍ଭ ହୋଇଛି । ଡିଜିଟାଲ୍ ପେମେଣ୍ଟ ମାଧ୍ୟମାରେ ଯାତ୍ରୀଙ୍କଠାରୁ ଯାତ୍ରୀଭଡ଼ା ଅ ।ଦାୟ ପାଇଁ ବ୍ୟବସ୍ଥା କରାଯାଇଛି । ବସରେ ଯାତ୍ରୀଙ୍କ ପାଖରୁ ନୋଟ୍ ଓ ଖୁଚୁରା ଟଙ୍କା ହାତରେ ଅ ।ଦାନପ୍ରଦାନ ଦ୍ୱାରା କରୋନା ଭୂତାଣୁ ସଂକ୍ରମଣ ସମ୍ଭାବନାକୁ ଏଡ଼ାଇ ଦିଅ ।ଯାଇ ପାରିବ ନାହିଁ । ଏହାକୁ ଲକ୍ଷ୍ୟ କରି କ୍ୟାସ୍ଲେସ୍ ବ୍ୟବସ୍ଥା ଅର୍ଥାତ କ୍ୟୁଅ ।ର କୋଡ଼ରେ ଟିକଟ ମୂଲ୍ୟ ଅ ।ଦାୟ କରାଯାଉ ଥିବା କ୍ରୁଟ୍ ପକ୍ଷରୁ ସୂଚନା ଦିଅ ।ଯାଇଛି
କ୍ରୁଟ୍ ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର କହିଛନ୍ତି, ରୁଟ୍ ନଂ ୧୬ ଏବଂ ୨୦ରେ ପ୍ରାଥମିକ ପର୍ଯ୍ୟାୟରେ ଏହି ସୁବିଧା ଉପଲବ୍ଧ ହୋଇଛି । ଅ ।ଗାମୀ ଦିନରେ ସମସ୍ତ ରୁଟ୍ରେ ଯାତ୍ରୀମାନେ କ୍ୟୁଅ ।ର କୋଡ଼ ମାଧ୍ୟମରେ ଟିକଟ କରି ପାରିବେ । ମୋ ବସରେ ମୋବାଇଲ ଅ ।ପ୍ ଏବଂ ଅନଲାଇନ୍ ଟିକଟ ସେବା ଅ ।ଗରୁ ଉପଲବ୍ଧ ଅଛି । ଯାତ୍ରୀମାନେ ଡିଜିଟାଲ ୱ୍ୱାଲେଟକୁ ବ୍ୟବହାର କରି ଟିକଟ କରିପାରିବେ । ବସରେ ଚଢ଼ିବା ମାତ୍ରେ ଯାତ୍ରୀମାନେ ଗାଇଡ୍ଙ୍କ ପାଖରେ ଥିବା କ୍ୟୁଅ ।ର କୋଡ଼କୁ ସ୍କାନ କରି ଟିକଟ ମୂଲ୍ୟ ଦେବେ । ସ୍କାନ୍ କରିବା ମାତ୍ରେ ଟିକଟର ମୂଲ୍ୟ ସିଧାସଳଖ କ୍ରୁଟ୍ ବ୍ୟାଙ୍କ ଖାତାକୁ ଚାଲିଯିବ । ଉଭୟ ଯାତ୍ରୀ ଏବଂ ଗାଇଡ୍ଙ୍କ ମୋବାଇଲକୁ ଏହି ଦେୟ ସମ୍ବନ୍ଧରେ ମେସେଜ୍ ଯିବ । ତନଖି କରିବା ପରେ ଗାଇଡମାନେ ଯାତ୍ରୀଙ୍କୁ ଟିକଟ ଦେବେ । ଅ ।ଗାମୀ ଦିନରେ ଡିଜିଟାଲ ଟିକଟ ସେବାକୁ ଅଧିକରୁ ଅଧିକ ପ୍ରଚଳନ କରାଯିବ । ଏହାଦ୍ୱାରା ଯାତ୍ରୀ ଏବଂ ଗାଇଡମାନେ ସୁରକ୍ଷିତ ରହି ପାରିବେ ବୋଲି ସେ କହିଛନ୍ତି ।
