ମୁସଲମାନ୍ ପ୍ରାଥୀଙ୍କର ୟୁପିଏସ୍ସି ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା
ସିଦ୍ଧାର୍ଥ ସ୍ୱରୂପ ଦାଶ
ସଦ୍ୟ ପ୍ରକାଶିତ ୟୁପିଏସ୍ସ ୨୦୧୯-୨୦ ପରୀକ୍ଷାଫଳରେ ମୁସଲିମ୍ ଛାତ୍ରମାନେ ସଫଳତାର ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି ଯେଉଁଥିରେ ଗତବର୍ଷ ୨୮ ଜଣ ମୁସଲ୍ମାନ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ଚଳିତ ବର୍ଷ ୪୨ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସମୁଦାୟ ପ୍ରକାଶ ପାଇଥିବା ଫଳର ଶତକଡା ୫ ଭାଗ ମୁସଲିମ୍ ଛାତ୍ର ଅଛନ୍ତି । ୨୦୧୬ ମସିହା ପରଠାରୁ ଏହି ସମ୍ମାନ ଜନକ ପରୀକ୍ଷା ପାଇଁ ମୁସଲମାନ୍ ଛାତ୍ର ମାନଙ୍କ ମଧ୍ୟରେ ଆଶାତୀତ ଆଗ୍ରହ ପରିଲକ୍ଷିତ ହେଉଛି । ଏହି ଉତ୍ସାହଜନକ ପ୍ରଦର୍ଶନ ନିଶ୍ଚିତରୂପେ ଭାରତୀୟ ମୁସଲମାନ୍ ସଂପ୍ରଦାୟର ଏକ ଉତ୍କୃଷ୍ଟ ମାନସିକତାର ପ୍ରତିଫଳନ ଅଟେ ଯାହାକି ପୂର୍ବରୁ ଏହି ପ୍ରଶାସନିକ ସେବା ବା ଚାକିରୀ କ୍ଷେତ୍ରରେ ସେତେଟା ପରିଲକ୍ଷିତ ହେଉ ନ ଥିଲା । ୨୦୦୬ ମସିହାରେ ପ୍ରକାଶିତ ହୋଇଥିବା ସଚ୍ଚର କମିଟି (ଝବମଷବକ୍ସ ଉକ୍ଟଜ୍ଞଜ୍ଞସଗ୍ଧଗ୍ଧରର) ରିପୋର୍ଟରେ ମୁସଲିମ ମାନଙ୍କ ପ୍ରଶାସନିକ କ୍ଷେତ୍ରରେ କମ୍ ପ୍ରତିନିଧିତ୍ୱକୁ ଦର୍ଶାଯାଇଥିଲା । ହେଲେ ଦଦ୍ୟ ପ୍ରକାଶିତ ହୋଇଥିବା ପ୍ରଶାସନିକ ସେବା ପରୀକ୍ଷା ଫଳ ବର୍ତ୍ତମାନ ମୁସଲମାନ୍ ଯୁବ ବର୍ଗର ପରିବର୍ତ୍ତିତ ପ୍ରାଥମିକତା,ଆଶା ଓ ନୂତନ ଆକାଂକ୍ଷାକୁ ଦର୍ଶାଉଛି । ଦେଶର ଅନେକ କୋଚିଂ ସେଣ୍ଟର ଯେଉଁମାନେ କି ମୁସଲିମ୍ ପ୍ରାର୍ଥୀ ମାନଙ୍କୁ ନିଃଶୁଳ୍କ ଓ ରିହାତିରେ କୋଚିଂ ଯୋଗାଇବା ସହିତ ଅନ୍ୟାନ୍ୟ ଆନୁସଙ୍ଗିକ ସହାୟତା ଯୋଗାଇ ଦେଉଛନ୍ତି ଯାହା ଫଳରେ ଆଜି ତାହା ଫଳପ୍ରଦ ହୋଇଛି । ଭାରତୀୟ ମୁସଲମାନ ଯେଉଁମାନେ ଦେଶର ସମୁଦାୟ ଜନସଂଖାର ୧୫ ପ୍ରତିଶତ । ସେମାନଙ୍କୁ ଅନ୍ୟ ପ୍ରତିଯୋଗୀମାନଙ୍କ ସହିତ ଆନୁପାତିକ ଭାବରେ ପ୍ରତିସ୍ପର୍ଦ୍ଧା କରିବାକୁ ହେଲେ ଆହୁରି ପ୍ରଚେଷ୍ଟା କରିବାକୁ ହେବ ଏବଂ ଏହାର ସଫଳ ରୂପାୟନ ପାଇଁ ଅନ୍ୟ ମୁସଲମାନ ବୁଦ୍ଧିଜିବୀ ଓ ଅମଲାତନ୍ତ୍ରୀ ମାନଙ୍କ ଯୋଗଦାନ ଅପରିହାର୍ଯ୍ୟ ଅଟେ କାରଣ ସେମାନେ ଆଗକୁ ଆଗେଇ ଆସି ମୁସଲମାନ ଯୁବ ସମାଜକୁ ଏକ ନୂତନ ଓ ପ୍ରଗତିଶୀଳ ଭବିଷ୍ୟତ ପାଇଁ ପ୍ରେରିତ କରିବା ଉଚିତ୍ କାରଣ ସମସ୍ତ ବର୍ଗର ପ୍ରଗତି ବିନା ଦେଶର ପୂର୍ଣ୍ଣାଙ୍ଗ ବିକାଶ ଅସମ୍ଭବ ।
