ମହାପାତ୍ର ସବିତା ହୋତାଙ୍କ ୨ଟି ପୁସ୍ତକ ମାନ୍ୟବର ରାଜ୍ୟପାଳଙ୍କ ଦ୍ବାରା ଉନ୍ମୋଚିତ

0
JSPL.jpg

ଭୁବନେଶ୍ବର, ୨୭ ଜାନୁୟାରୀ ୨୦୨୩:କବୟତ୍ରୀ ମହାପାତ୍ର ସବିତା ହୋତାଙ୍କ ଦ୍ବାରା ରଚିତ ଦୁଇଟି କବିତା ପୁସ୍ତକ, ପଦରବିନ୍ଦରେ ଏବଂ ଆଦ୍ୟା, ଆଜି ରାଜଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ବାରା ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ କବୟତ୍ରୀ ଶ୍ରୀମତୀ ହୋତାଙ୍କ ସହିତ, ଜେଏସପିର ପ୍ରେସିଡେଣ୍ଟ ତଥା ଗ୍ରୁପ ସିଏସଆର ମୁଖ୍ୟ ଶ୍ରୀ ପ୍ରଶାନ୍ତ କୁମାର ହୋତା, ସମାଜସେବୀ ପାଟ୍ଟଜୋଶୀ ତରୁଣ କୁମାର ମହାପାତ୍ର, ଆକାଶ ହୋତା ଏବଂ ନିଳୟ ଆଧାର ହୋତା ଉପସ୍ଥିତ ଥିଲେ । 

ସାଗରିକା ପ୍ରକାଶନୀ ଦ୍ବାରା ପପ୍ରକାଶିତ ଉଭୟ ପୁସ୍ତକରେ ୨୫ଟି ଲେଖାଏ କବିତା ରହିଛି । ଆଦ୍ୟା କବିତା ପୁସ୍ତକ ମାଧ୍ୟମରେ ନାରୀ ସଶକ୍ତିକରଣ ପ୍ରସଙ୍ଗକୁ ଆଜିର ସମୟରେ ନିତାନ୍ତ ଆବଶ୍ୟକତାର ମାନ୍ଯତା ଦେଇ ତ୍ବରାନ୍ବିତ କରିବାପାଇଁ, କବୟିତ୍ରୀଙ୍କର ପ୍ରଚେଷ୍ଟା।।

‘ପଦାରବିନ୍ଦରେ’ ଭକ୍ତିର ଏକ ଅର୍ଘ୍ୟ।। ଭଗବାନଙ୍କର ସେଇ ଅକ୍ଷୟ ଉର୍ଜ୍ବାରୁ ରତିଏ ମାତ୍ର ପାଇବାପାଇଁ ସମସ୍ତ ଚିନ୍ତାର  ନିଦାନ, ପ୍ରଭୁଙ୍କ ପୟରରେ ସମ୍ପୂର୍ଣ ସମର୍ପଣର ଭାବକୁ ବାଢିଦେଇଛନ୍ତି କବି ଶ୍ରୀମତୀ ହୋତା।

Leave a Reply

Your email address will not be published. Required fields are marked *