ଭୃଶଙ୍ଗ ପତ୍ରର ଔଷଧୀୟ ଗୁଣ
ସାଧାରଣତଃ ଭୃଶଙ୍ଗ ପତ୍ରକୁ ଖାଦ୍ୟର ସ୍୍ୱାଦ ଏବଂ ବାସ୍ନାକୁ ବଢାଇବା ପାଇଁ ବ୍ୟବହାର କରାଯାଇଥାଏ । ଭୃଶଙ୍ଗ ପତ୍ରରେ ରହିଥିବା ପୋଷକ ତତ୍ତ୍ୱ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହି ପତ୍ରରେ ଔଷଧୀୟ ଗୁଣ ଭରି ରହିଛି ।
ଖାଲି ପେଟରେ ଭୃଶଙ୍ଗ ପତ୍ର ଖାଇବା ଦ୍ୱାରା ଶରୀରର ଓଜନ କମିଥାଏ । ଏଥିପାଇଁ ପାଣିରେ ୧୦ରୁ ୨୦ଟି ଭୃଶଙ୍ଗ ପତ୍ର ଫୁଟାଇ ଦିଅନ୍ତୁ । ଏହା ପରେ ଏଥିରେ ଲେମ୍ବୁ ଏବଂ ମହୁ ମିଶାଇ ପ୍ରତିଦିନ ଖାଲି ପେଟରେ ପିଇ ଦିଅନ୍ତୁ । ଭୃଶଙ୍ଗ ପତ୍ରକୁ ବାଟି ଏହାର ରସକୁ କ୍ଷୀରରେ ମିଶାଇ ଦିନକୁ ଦୁଇ ତିନିଥର ପିଇବା ଦ୍ୱାରା ମଧ୍ୟ ତରଳ ଝାଡ଼ାରୁ ଉପଶମ ମିଳିଥାଏ । ଏଥିସହିତ ପେଟର ପିତ୍ତ ଦୋଷକୁ ଏହା ଦୂର କରିଥାଏ ।
ଭୃଶଙ୍ଗ ପତ୍ରରେ ଅ ।ଣ୍ଟି ଅକ୍ସିଡାଣ୍ଟ, ଅ ।ଣ୍ଟି ବ୍ୟାକ୍ଟେରିଅ । ଏବଂ ଅ ।ଣ୍ଟି ଫଙ୍ଗସର ଗୁଣ ରହିଥାଏ, ଯାହା ତ୍ୱଚାକୁ ବିଭିନ୍ନ ପ୍ରକାରର ସଂକ୍ରମଣରୁ ରକ୍ଷା କରିଥାଏ ।
ଏଥିରେ ଭିଟାମିନ୍-ଏ ରହିଛି ଯାହା ଅ ।ମ ଅ ।ଖି ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ । ଭିଟାମିନ୍-ଏ ଅଭାବରେ ଅନ୍ଧାରକଣା ରୋଗ ହୋଇଥାଏ । ଏହା ଦ୍ୱାରା ଅ ।ଖିର ଦୃଷ୍ଟିଶକ୍ତି କମି ଯାଇଥାଏ ।ଖାଲି ପେଟରେ ଭୃଶଙ୍ଗ ପତ୍ର ଖାଇବା ଦ୍ୱାରା ଅ ।ଖିର ଦୃଷ୍ଟି ଶକ୍ତି ବଢିଥାଏ ।
ଭୃଶଙ୍ଗ ପତ୍ର କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ଦୂରରେ ରଖିଥାଏ । ଭୃଶଙ୍ଗ ପତ୍ର ଅ ।ଣ୍ଟିବ୍ୟାକ୍ଟେରିଅ । ଭଳି କାମ କରିଥାଏ । ଯେଉଁଥିରେ ସମସ୍ତ ପ୍ରକାର ପେଟ ରୋଗ ଭଲ ହୋଇଯାଇଥାଏ ।
ଏହି ପତ୍ରରେ ଥିବା ପୋଷକ ତତ୍ତ୍ୱ ଦ୍ୱାରା ଶୀଘ୍ର କେଶ ପାଚି ନଥାଏ । ଏଥିସହିତ କେଶ ଝଡ଼ିବା ସମସ୍ୟା ମଧ୍ୟ କମିଯାଇଥାଏ । ଏହା ରୁପି ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ ।
