ଭୁବନେଶ୍ୱରରେ ପ୍ରଥମ ପୁରସ୍କାରପ୍ରାପ୍ତ ହେଲ୍ଥ ଏବଂ ୱେଲନେସ୍ ଏଟିଏମ୍ ଉଦ୍ଘାଟିତ
ଭୁବନେଶ୍ୱର: ଆଇଏଚ୍ଏଲ୍ ପକ୍ଷରୁ ଭୁବନେଶ୍ୱରଠାରେ ପ୍ରଥମ ପୁରସ୍କାରପ୍ରାପ୍ତ ହେଲ୍ଥ ଏବଂ ୱେଲନେସ୍ ଏଟିଏମ୍ ଉଦ୍ଘାଟିତ ହୋଇଯାଇଛି । ବର୍ତ୍ତମାନ, ଓଡିଶାରେ ଏହି ହେଲ୍ଥ ଏଟିଏମ୍ ୧୦ଟି ସ୍ଥାନରେ ଅବସ୍ଥାପିତ ହୋଇଥିବା ବେଳେ ଆଗାମୀ ୩ ମାସ ମଧ୍ୟରେ ଆଉ ୧୦୦ ଟି ଏଟିଏମ୍ ଅବସ୍ଥାପିତ କରାଯିବ ଯାହା ଓଡିଶାର ସ୍ୱାସ୍ଥ୍ୟ ସେବାକୁ ମଜବୁତ୍ କରି ପାରିବ । ଏହି ଏଟିଏମ୍ ଏକ ଚମତ୍କାର ସ୍ୱାସ୍ଥ୍ୟ ଏଟିଏମ୍ ଏବଂ ସ୍ୱୟଂ-ସେବା ପ୍ରତିଷେଧକ ସ୍୍ରିନିଂ ମେସିନ୍ । ଏହା ବିଜ୍ଞାନର ଏକ ସ୍ୱାଗତଯୋଗ୍ୟ ଉଦ୍ଭାବନ ଯାହା ସାଧାରଣ ଲୋକମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇପାରିବ । ଓଡିଶାର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ରହୁଥିବା ଲୋକମାନେ ସେମାନଙ୍କ ଇସିଜି, ରକ୍ତଚାପ, ଶରୀର ତାପମାତ୍ରା, ପଲ୍ସ ଏବଂ ବିଏମ୍ଆଇ ସହିତ ମେଟାବୋଲିଜିମ୍ର
ଭାଇଟାଲ ସ୍କ୍ରିନିଂ ଅତି ସହଜରେ ଏହି ମେସିନ୍ ମାଧ୍ୟମରେ ପାଇପାରିବେ । ମାତ୍ର ୫ ମିନିଟ୍ ବ୍ୟବଧାନରେ ଏହି ହେଲ୍ଥ ଏଟିଏମ୍ ସ୍ୱାସ୍ଥ୍ୟ ସମ୍ପର୍କୀତ ରିପୋର୍ଟ ଯେଗାଇଦେବ ଯାହା ଲୋକମାନଙ୍କ ପାଇଁ ଅତ୍ୟନ୍ତ ଉପାଦେୟ
ହେବ ବୋଲି ଆଶା କରାଯାଉଛି । ରୋଟାରି କ୍ଲବ ଅଫ୍ ଫେଲୋସିପ୍ ଭୁବନେଶ୍ୱର ତରଫରୁ ୧୦୦ଟି ହେଲ୍ଥ ଏଟିଏମ୍ ମେସିନ୍ ବସା ଯିବାର ଯୋଜନା କରାଯାଇଛି । ଏହା ରୋଟାରି କ୍ଲବ ଅଫ୍ ଫେଲୋସିପ୍ ଭୁବନେଶ୍ୱରର ସଭାପତି ତଥା ବିମ୍ବାଧର ବେହେରା, ପୂର୍ବ ସଭାପତି ପି.କେ ମିଶ୍ର, ସମ୍ପାଦକ ଗିରିଶ ପ୍ରସାଦ ମିଶ୍ର, ମେମ୍ବର ଏବଂ ଓଡିଶାର ଡିଷ୍ଟ୍ରିବ୍ୟୁଟର ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।
