ଭାରତ ପୁଣି ଆର୍ଥିକ ଅଭିବୃଦ୍ଧି ପଥକୁ ଫେରିବ : ମୋଦୀ
ନୂଆଦିଲ୍ଲୀ, (ଏଜେନ୍ସି): ମହାମାରୀ କରୋନା ସଙ୍କଟ ମଧ୍ୟରେ ଦେଶର ଅ ।ର୍ଥିକ ସ୍ଥିତି ବିଗିଡି ଯାଇଛି । କେନ୍ଦ୍ର ସରକାର ଦେଶର ଅର୍ଥ ବ୍ୟବସ୍ଥାକୁ ସଜାଡିବା ପାଇଁ ଅ ।ତ୍ମର୍ନିଭର ଭାରତ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଭାରତୀୟମାନଙ୍କ କ୍ଷମତା, ଦକ୍ଷତା ଓ ପ୍ରଯୁକ୍ତିବିଦ୍ୟା ବିଶ୍ୱରେ ସବୋର୍ତ୍ତମ ଏଣୁ କେନ୍ଦ୍ର ସରକାରଙ୍କ ଅ ।ତ୍ମର୍ନିଭର ଭାରତ ଅଭିଯାନ ମାଧ୍ୟମରେ ଭାରତର ଅର୍ଥନୀତି ପୁଣି ଥରେ ଅଭିବୃଦ୍ଧି ପଥକୁ ଫେରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଆଜି ଭାରତୀୟ ଶିଳ୍ପ ମହାସଂଘ (ସିଅ ।ଇଅ ।ଇ)ର ବାର୍ଷିକ ଅଧିବେଶନକୁ ସଂମ୍ବୋଧିତ କରି ସେ କହିଛନ୍ତି କରୋନା ମହାମାରୀ ଯୋଗୁ ଦେଶର ଅ ।ର୍ଥିକ ସ୍ଥିତି ବିଗିଡିଛି ସତ କିନ୍ତୁ ସଙ୍କଟ ସମୟର ସମ୍ମୁଖୀନ ହେବା ପାଇଁ ଭାରତୀୟଙ୍କ ଦକ୍ଷତା ଉପରେ ତାଙ୍କର ପୂର୍ଣ୍ଣ ଭରସା ରହିଛି ଛ ଏଥି ସହିତ ଭାରତକୁ ଦ୍ରୁତ ବିକାଶ ପଥରେ ଫେରାଇ ଅ ।ଣିବା ପାଇଁ ଏକ ଅ ।ତ୍ମର୍ନିଭରଶୀଳ ଭାରତ ଗଠନ ପାଇଁ ୫ ଟି ଜିନିଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି । ୫ଟି ଗୁରୁôପୂର୍ଣ୍ଣ ଜିନିଷ ଗୁଡ଼ିକ ହେଉଛି – ଉଦ୍ଦେଶ୍ୟ, ଅନ୍ତର୍ଭୂକ୍ତ, ବିନିଯୋଗ, ଭିତ୍ତିଭୂମି ଏବଂ ଅଭିନବ ଛ ଭାରତୀୟମାନେ ଏହି ୫ଟି ସୁତ୍ରକୁ ମାଧ୍ୟମ କରି ଅ ।ତ୍ମର୍ନିଭର ଭାରତ ମାଧ୍ୟମରେ ଭାରତକୁ ପୁଣିଥରେ ଅ ।ର୍ଥିକ ଅଭିବୃଦ୍ଧି ପଥକୁ ଫେରାଇ ଅ ।ଣିବେ ।
ସେ ଆହୁରିମଧ୍ୟ କହିଛନ୍ତି ଯେ ଭାରତରେ ଲକଡାଉନ ଶେଷ ହୋଇଛି ଭାରତରେ ବର୍ତ୍ତମାନ ଅନଲକ-୧ ଅ ।ରମ୍ଭ ହୋଇଛି । ଜୁନ ୮ ପରେ ଅ ।ହୁରି ଅନେକ କିଛି ଖୋଲିଯିବ । ଭାରତ ପୁଣି ଥରେ ନିଜର ଅଭିବୃଦ୍ଧିକୁ ହାସଲ କରିନେବ ବୋଲି ତାଙ୍କର ବିଶ୍ୱାସ ରହିଛି । କାରଣ ଭାରତୀୟ ଚାଷୀ, ଭାରତୀୟ ଶିଳ୍ପଜଗତ, ଏମଏସଏମଇ କ୍ଷେତ୍ରର ଦକ୍ଷତା ଉପରେ ତାଙ୍କର ପୂର୍ଣ୍ଣ ଭରସା ରହିଛି । ବିଭିନ୍ନ ରଣନୀତି ମାମଲାରେ ଅନ୍ୟ କାହା ଉପରେ ର୍ନିଭର ନକରି ଅ ।ତ୍ମର୍ନିଭବ ଭାରତ ଅର୍ଥ ରୋଜଗାର ଓ ବିଶ୍ୱାସ ସୃଷ୍ଟି କରିବା । ଯାହା ଦ୍ୱାରା ଭାରତର ଗ୍ଲୋବାଲ ସପ୍ଲାଇ୍ ଚେନ୍ ମଜବୁତ ହେବ ବୋଲି ମୋଦୀ କହିଛନ୍ତି ।
ଭାରତୀୟ ଶିଳ୍ପ ମହାସଂଘ (ସିଅ ।ଇଅ ।ଇ)ର ବାର୍ଷିକ ଅଧିବେଶନ ଅବସରରେ ପ୍ରଧାନମନ୍ତ୍ରୀ ଅ ।ହୁରିମଧ୍ୟ କହିଛନ୍ତି ଯେ ଭାରତକୁ ଅ ।ତ୍ମନିର୍ଭରଶୀଳ କରିବାକୁ ହେଲେ ଶିଳ୍ପଜଗତର ଗୁରୁ ଭୂମିକା ରହିଛି । ଏଣୁ ସରକାର ମଧ୍ୟ ସର୍ବଦା ଶିଳ୍ପଜଗତ ସହ ରହିଥିବା ଭରସା ଦେଇଛନ୍ତି । ଶିଳ୍ପ ଜଗତ ଗୋଟିଏ ପାଦ ଅ ।ଗକୁ ବଢିଲେ ସରକାର ୪ ପାଦ ଅ ।ଗକୁ ବଢିବେ ବୋଲି ମୋଦୀ କହିଛନ୍ତି
ପ୍ରଧାନମନ୍ତ୍ରୀ ଅ ।ହୁରିମଧ୍ୟ କହିଛନ୍ତି ଯେ କରୋନା ମହାମାରୀ ମୁକାବିଲା କ୍ଷେତ୍ରରେ ଭାରତର ସ୍ଥିତି ଅନ୍ୟଦେଶ ତୁଳନାରେ ଭଲ ଅଛି । ଦେଶର ଗରିବ ଲୋକଙ୍କ ପାଖରେ ବର୍ତ୍ତମାନ ସମୟରେ ଖାଦ୍ୟ ପହଞ୍ଚାଇବା ପାଇଁ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ଉପଯୋଗ କରାଯାଇଛି । ଏହି ଯୋଜନା ଅଧୀନରେ ପ୍ରାୟ ୭୪ କୋଟି ହିତାଧିକାରୀଙ୍କୁ ରାସନ ପ୍ରଦାନ କରାଯାଇଛିଛ ପ୍ରବାସୀ ଶ୍ରମିକମାନଙ୍କୁ ମଧ୍ୟ ମାଗଣା ରାସନ ଯୋଗାଇ ଦିଅ ।ଯାଉଛି । ୮ କୋଟି ଗ୍ୟାସ୍ ସିଲିଣ୍ଡର ମାଗଣାରେ ଦିଅ ।ଯାଇଛି । ପ୍ରାଇଭେଟ୍ ସେକ୍ଟରର ୫୦ ଲକ୍ଷ କର୍ମଚାରୀଙ୍କ ୨୪ ପ୍ରତିଶତ ଇପିଏଫଓ ସରକାର ଭରିଛନ୍ତି । କରୋନା ବିରୋଧରେ ଅର୍ଥନୀତିକୁ ପୁନ ଶକ୍ତିଶାଳୀ କରିବା ଅ ।ମର ପ୍ରଥମ ପ୍ରାଥମିକତା ମଧ୍ୟରୁ ଗୋଟିଏ ହୋଇଥିବା ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।
