ବିଶ୍ୱାସ
ଉଦୁଉଦିଆ ଖରାବେଳ ସାଙ୍ଗକୁ ବସନ୍ତର ମୃଦୁ ପବନ ଛାଡି ଛାଡି ଯାଉଥାଏ ଠିକ୍ ଏହି ସମୟରେ ଆମ୍ବତୋଟା ଭିତରେ ଜୀବନକୁ ବାଜିଲଗାଇ ଛେଳିଟାଏ ପ୍ରାଣ ବିକଳରେ ଦୈଉଡୁ ଥାଏ । ନା ଥାଏ ବଞ୍ଚିବାର ଆଶା ନା ମରିବାର ଦୁଃଖ ତଥାପିବି ଦୈଉଡୁ ଥାଏ ବଞ୍ଚିବାର ଆଶା ରଖି । ଚିତ୍କାର ଉପରେ ଚିତ୍କାର କରି ଚାଲିଥାଏ କିନ୍ତୁ ସମସ୍ତେ ନୀରବ । ଏଇତ ସମୟର ରୀତି, ଖାଦ୍ୟ ଖାଦକର ବନ୍ଧନ ଆଉ ଦୂର୍ବଳର ଉପରେ ସବଳର ଅତ୍ୟାଚାର । କିନ୍ତୁ ଏତେ ସବୁ ବିଚରା ଛେଳିଟାଏ ବୁଝିବ ବା କେମିତି ।
ସ୍ନେହ ଶ୍ରଦ୍ଧା ଭଲପାଇବା ଭିତରେ ପରିବାର ସହ ଆସିଥିଲି । ଦୂରରୁ ଦେଖିଥିବା ଛନଛନ ଦୂବ ଘାସ ଦିଇଟା ଖାଇବାକୁ । ମାଁ ସହ କିଆରି ଭିତରେ ପସିଥିବା ବେଳେ । କିନ୍ତୁ ହେଲା କଣ? ସତେ ଯେମିତି ଏ ଦେହର ଲୋଭିଲା କଞ୍ଚା ମାଉଁସ ଗୁଡାକୁ ଖାଇବାକୁ ବସିଥିଲେ କିଆ ବୋଦା ମୂଳେ କୁକୁର ଗୁଡାକ । ଅ ।ଉ ସୁଯୋଗ ପାଇବା କ୍ଷଣି ଲମ୍ଫ ମାରିଦେଲେ … । ସରିଯାଇଥିଲା ଜୀବନ, ସେମାନଙ୍କର ନଖ ଦାନ୍ତ କବଳରୁ ରକ୍ଷା ପାଇବା ପାଇଁ ଚିତ୍କାର ଉପରେ ଚିତ୍କାର କଲି ସିନା ଭାଗଶେଷ ଶୂନ ।
ହଠାତ୍ ଦୁଇ ଚାରିଜଣ ମଣିଷର ଅ ।ବାଜ୍ ଶୁଣିବାକୁ ପାଇଲି । ବୋଧୁଏ ମାଲିକ ଆସିଗଲା! ଟିକେ ଆଶ୍ୱସ୍ତି ଲାଗିଲା ଗୋଟେ ଦୀର୍ଘ ଶ୍ୱାସ ନେଇ ରହିବା ବେଳକୁ, କୁକୁର ମଣିଷର ଲଢେଇ ପରିଣତି ମଣିଷ ଜିତିଲା । କେହିଜଣେ ମୋତେ କୋଳକୁ ନେଲା ଆଉ କ୍ଷତାକ୍ତ ଶରୀରରେ ସ୍ନେହ ଭରା ପରସ ଦେଲା । ଲାଗିଲା ଜୀବନ ବଞ୍ଚିଗଲା । ଛାତିରେ ଛାତିଏ କୋହକୁ ଚାପିରଖି ଏତେ ଖୁସି ହୋଇଗଲି ଯେ ଆନନ୍ଦର ଅଶ୍ରୁ ବହିବାରେ ଲାଗିଲା । ତଥାପି ମୁଁ ନୀରବ ।
ମାଲିକର ଘରୁ ବାହାରିଲି ମାଁ ମିଳିଗଲା ଆଉ ମାଁ କୋଳ ଛାଡିଲି… ଏମାନେ । ଖୁବ୍ ଖୁସି ଲାଗୁଥିଲା, ଦେହର କଷ୍ଟକୁ ଭୁଲି ଉଠିବାରେ ଲାଗିଲି, ସେଇ ମଣିଷଙ୍କ ଦେହରେ ଦେହ ଘସି ଖୁସି ହେଉଥିଲି । ଜଣଜଣ କରି ସମସ୍ତେ କୋଳକୁ ନେଲେ । କ୍ଷତାକ୍ତ ଶରୀରର ଅ ।ଦର କଲେ । ମୋତେ ଗଛରେ ବାନ୍ଧି ଦେଇ ଛନଛନିଅ । ଘାସ ଆଣି ଖାଇତେ ଦେଇ ଜଣକ ପରେ ଜଣେ ଘରକୁ ଗଲେ କିଛି ବୁଝି ହେଉନଥାଏ । ମୋର ଆଶା ସାର୍ଥକ ପରି ଲାଗିଲା ତଥାପି ନୀରବ ।
କିଛି ସମୟର ବ୍ୟବଧାନ ପରେ ମୋ ମାଲିକ ଆସିଲେ ଆଉ ତା ପଛକୁ ପଛ ରସି, କଟୁରୀ, ହାଣ୍ଡି କଢା,ବାଲ୍ଟି ଆସିବାରେ ଲାଗିଲା । ଏତେ ବେଳେ ବୁଝିପାରୁଥିଲି ଏତେ ସ୍ନେହ ଭଲପାଇବା ର ମାନେ । ମୁଁ ତ ଛେଳି ଟିଏ ଅ ।ବଶ୍ୟ ମୋତେ ଅ ।ହାର ସ୍ନେହ ଭଲପାଇବା ପାଇଛି ଯେତେବେଳେ ତାର ଋଣ ତ ସୁଝିବାକୁ ପଡିବନା । ଧିରେ ଧିରେ ଦିନ ଗଡିବାରେ ଲାଗିଥାଏ । କଟୁରିଟା ବେକରେ ଚାଲିବା ଅ ।ଗରୁ ମୋ ମାଁ ଛିଡା ହୋଇଥିଲା ଅ ।ଖି ଅ ।ଗରେ । ଜୀବନ ତ ସମସ୍ତଙ୍କର ଆପଣାର ହୋଇଥାଏ । ଆଉ କଷ୍ଟ ସମସ୍ତୁ ସମାନ ଲାଗେ । ଏସବୁ କେବଳ ମଣିଷ ହିଁ ବୁଝିପାରେ ।
ରାଜେଶ କୁମାର ବାରିକ୍
ଦେବେନ୍ଦ୍ର ପୁର, ଅଭଣା, ବାଲେଶ୍ୱର
ମୋ ୯୯୯୮୬୨୨୩୩୬
