ନୂଆଗାଁ ଡିମିରିପଲ୍ଲୀ ପୁର୍ତ୍ତ ବିଭାଗ ରାସ୍ତା ମରଣଯନ୍ତା ରାସ୍ତାର ନବୀକରଣ ଦାବି
ନୟାଗଡ଼଼, (ପ୍ରବାହ ନ୍ୟୁଜ୍): ରାସ୍ତା ମରାମତି କରି ରାଜ୍ୟ ସରକାରଙ୍କ ଅର୍ଥ ଲୁଟି ଚାଲିଛନ୍ତି ବିଭାଗୀୟ ଯନ୍ତୀ ଓ ଠିକାଦାର । ଉଭୟଙ୍କ ପାଇଁ ରାସ୍ତା ପାଲଟିଛି ଭାତହାଣ୍ଡି । ଯେତେ ବେଳେ ମନ ହେବ ସେତେ ବେଳେ ୧୦, ୧୨ଲକ୍ଷ ଟଙ୍କାର ବିଲ୍ କରି ଅଳ୍ପ କିଛି କାମ କରି ଆଉ ବାକି ନିଜ ପାଈଁ ଅର୍ଥ ଜମାଟ ରଖିଥାନ୍ତି । ଏବଂ ଯାହାଫଳରେ ବାରମ୍ବାର ଉକ୍ତ ରାସ୍ତାର ମରାମତି ହେଉଥିବା ଯୋଗୁଁ ସେହି ରାସ୍ତାର ମଧ୍ୟ ନବିକରଣ କରାଯାଉ ନାହିଁ । ତେଣୁ ଉକ୍ତ ରାସ୍ତାକୁ ଦେଖିଲେ ଏବଂ ଯନ୍ତୀଙ୍କ ସୂଚନାକୁ ଯଦି ଅନୁମାନ କରାଯାଏ ତେବେ ଉକ୍ତ ପୃତ୍ତ ବିଭାଗ ରାସ୍ତା ବିଭାଗୀୟ ଅଧିକାରୀ, ବିଭାଗୀୟ ନିର୍ବାହୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଓ ଠିକାଦାରଙ୍କ ପାଇଁ ଭାତହାଣ୍ଡି ପାଲଟିଛି । ପକ୍କା ସଡ଼କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କିଛି ଦୁର୍ନୀତି ଖୋର ଯନ୍ତ୍ରୀ ଓ ଠିକାଦାର ମାନଙ୍କ ପାଇଁ ପକ୍କା ସଡ଼କ ଖାଲଖମାରେ ପରିପୂର୍ଣ୍ଣ ହୋଇଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ, ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ର ବାଣିଜ୍ୟ ପେଣ୍ଠସ୍ଥଳୀ ବାହାଡାଝୋଲାକୁ ସଂଯୋଗ କରୁଥିବା ନୂଆଗାଁ-ବାହାଡାଝୋଲା ପୃତ୍ତ ବିଭାଗ ରାସ୍ତାର ଗୁମି ପଞ୍ଚାୟତର ଡିମିରିପଲ୍ଲୀ ଠାରୁ ନୂଆଗାଁ ପର୍ଯ୍ୟନ୍ତ ଖାଲଖମାରେ ପରିପୂର୍ଣ୍ଣ ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ଉକ୍ତ ରାସ୍ତାରେ ପ୍ରତିଦିନ ହଜାର ହଜାର ସାଧାରଣ ଓ ଆଦିବାସୀ ଲୋକ ନିର୍ଭର କରୁଛନ୍ତି । ଏହି ରାସ୍ତା ଦୀର୍ଘ ବର୍ଷ ତଳେ ହୋଇଥିଲା କିନ୍ତୁ ନିମ୍ନମାନର କାମ ଯୋଗୁଁ ଉକ୍ତ ରାସ୍ତାରେ କମ୍ ସଂଖ୍ୟ ଗାଡି ମଟର ଯା, ଆସ କରିବାରେ ପିଚୁ ଉଠିଯାଇ ବଡ ବଡ ଖାଲଖମାରେ ପରୁପୂର୍ଣ୍ଣ ହୋଇଥିବା ଦେଖିବାକୁ ମିଳୁଛି । ତେଯେ ବେଳେ ନିର୍ବାଚନ ଆସୁଛି କିମ୍ବା ଯନ୍ତ୍ରୀମାନଙ୍କର ଓ ଠିକାଦାର ମାନଙ୍କ ପକେଟ୍ରୁ ମାଲ କମି ଯାଉଛି ସେତେବେଳେ ଯାଇ ବିଭାଗୀୟ ଯନ୍ତ୍ରୀଙ୍କର ନିଦ ଭାଙ୍ଗୁଛି । ଏବଂ ଉକ୍ତ ରାସ୍ତାର ନବିକରଣ କରାନଯାଇ କେବଳ ବର୍ଷକୁ ବର୍ଷ ମରାମତି କରାଯାଇଛି । ତାହା ପୁଣି ଲକ୍ଷେ କି ଦୁଇ ଲକ୍ଷ ନୁହେଁ ।
୫ଲକ୍ଷରୁ ୨୦ଲକ୍ଷ ପର୍ଯ୍ୟନ୍ତ ଉକ୍ତ ରାସ୍ତାକୁ ମରାମତି ପାଇଁ ପୃତ୍ତ ବିଭାଗ ତରଫରୁ ଅର୍ଥ ମଞ୍ଜୁରୀ କରାଯାଉଛି । ପୁଣି ବର୍ଷକୁ ଦୁଇ, ତିନି ଥର ମରାମତି କାମ ହେଉଛି । ନିମ୍ନମାନର ମରାମତି କାମ କରି ଲକ୍ଷ ଲକ୍ଷ ଟଙ୍କା ସରକାରଙ୍କ ଅର୍ଥ ହଡପ୍ କରୁଛନ୍ତି । ତେବେ ମରାମତି ହେବାର ଦସ୍ୱବ ତିନିମାସ ପରେ ଉକ୍ତ ରାସ୍ତା ପୁଣି ଖାଲଖମାରେ ପରିପୁର୍ଣ୍ଣ ହେବାଫଳରେ ବାରମ୍ବାର ଉକ୍ତ ରାସ୍ତାରେ ଛୋଟ ବଡ ଦୁର୍ଘଟଣା ମାନ ଘଟୁଛି । ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ସ୍ଥାନୀୟ ଗ୍ରାମବାସୀ ଓ ଜନସାଧାରଣ ନୂଆଗାଁ ଓ ଗିରିଡିପଲ୍ଲୀ ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ କରାଯାଉ ବୋଲି ଦାବି କରିଛନ୍ତି । ଏନେଇ ଦଶପଲ୍ଲା ପୃତ୍ତ ବିଭାଗର ସହାକରୀ ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରୁ, ମୁଁ ଏଠାରେ ଜୟନ୍ କରିବା ଦିନ ଠାରୁ ଉକ୍ତ ରାସ୍ତାର ନବୀକରଣ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଚିଠି ଜରିଆରେ ଅବଗତ କରାଯାଇଛି । ତେଣୁ ଯେହେତୁ ଉକ୍ତ ରାସ୍ତା ଅତି କଦର୍ଯ୍ୟ ହେଉଛି, ତେଣୁ ବାଧ୍ୟ ହୋଇ ଜନସାଧାରଣଙ୍କ ସୁବିଧା ପାଇଁ ଉକ୍ତ ରାସ୍ତାର ଆବଶ୍ୟକ ହେଉଥିବା ଜାଗାରେ ମରାମତି କାମ କରାଯାଉଛି । ଏବଂ ସେଥିପାଇଁ ବର୍ଷକୁ ଦୁଇ, ତିନି ଥର ୫ଲକ୍ଷ ଲେଖାଏଁ ଅର୍ଥ ମଞ୍ଜୁର କରି କାମ କରାଯାଉଛି । ଏହି ଦୁଇ ବର୍ଷ ଭିତରେ ଉକ୍ତ ରାସ୍ତା ୩୦ଲକ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହେଲାଣି । ତେଣୁ ଯେତେ ବେଳେ ଉକ୍ତ ରାସ୍ତାର ନବୀକରଣ ପାଇଁ ବିଭାଗୀୟ କାର୍ଯ୍ୟାଳୟରୁ ଅନୁମତି ମିଳିବ ସେହି ସମୟରେ ଉକ୍ତ କାର୍ଯ୍ୟକୁ ତ୍ୱରାନ୍ୱୀତ କରାଯିବ ବୋଲି ସହକାରୀ ନିର୍ବାହୀ ଯନ୍ତ୍ରୀ ଭଗବାନ ସାହୁ କହିଛନ୍ତି । ଯଦି ସହକାରୀ ନିର୍ବାହୀ ଯନ୍ତ୍ରୀ ଦୁଇ ବର୍ଷ ହେଲା ନୂଆଗାଁ- ଡିମିରିପଲ୍ଲା ପୃତ୍ତ ବିଭାଗର ରାସ୍ତା ନବୀକରଣ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି ତେବେ କ’ଣ ପାଇଁ ନବିକରଣ ପାଇଁ ଅନୁମତି ମିଳୁନି? କ’ଣ ପାଇଁ ଉକ୍ତ ରାସ୍ତା ବାରମ୍ବାର ମରାମତି କରାଯାଉଛି ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେଣୁ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଉକ୍ତ ନୂଆଗାଁ-ଡିମିରିପଲ୍ଲୀ ୧୭କି.ମି ଖାଲଖମା ରାସ୍ତା ଉପରେ ଦୃଷ୍ଟି ପକାଇ ଏହାର ନବୀକରଣ କରିବା ପାଇଁ ଦାବି ହେଉଛି । ଏନେଇ ପୃତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ପଣ୍ଡାଙ୍କୁ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଫୋନ୍ ଉଠାଇନଥିଲେ ।

