2. Abhimanyu Mohapatra

ଅଭିମନ୍ୟୁ ମହାପାତ୍ର


କରୋନା ମହାମାରୀ ଦେଶ ଓ ରାଜ୍ୟ ଅ ।ର୍ଥିକ ସ୍ଥିତିକୁ ବିଗାଡ଼ି ଦେଇଛି । କହିବାକୁ ଗଲେ ଅ ।ର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି । କର୍ମସଂସ୍ଥାନରୁ କର୍ମଚାରୀଙ୍କୁ ଛଟେଇ ଓ ଅଧା ଦରମାରେ କାମ କରିବାକୁ କୁହାଯାଉଛି । କର୍ମଚାରୀମାନଙ୍କ କିଛି ବିକଳ୍ପ ନାହିଁ । ଖଟିବାକୁ ବାଧ୍ୟ । ଏହା ଫଳରେ ଅର୍ଥିକ ସ୍ଥିତି ଅଧିକ ବିଗିଡ଼ିବ । ଖାଲି ବେସରକାରୀ ନୁହେଁ ସରକାରୀ ସଂସ୍ଥା ଗୁଡ଼ିକ ମଧ୍ୟ ଏଥିରୁ ବାଦ ପଡ଼ି ନାହାନ୍ତି । କରୋନା ରାଜ୍ୟ ସରକାରଙ୍କ ପାଇଁ ଘୋର ଅ ।ର୍ଥିକ ସମସ୍ୟା ଅ ।ଣିଛି । ଅ ।ଉ ଏହାର ପ୍ରଭାବ ପଡ଼ିଛି ବର୍ଷବର୍ଷ ଧରି ସରକାରଙ୍କ ପାଇଁ ବିଭିନ୍ନ ସେବାରେ ନିୟୋଜିତ ହୋଇଥିବା ଲକ୍ଷାଧିକ ଅସ୍ଥାୟୀ କର୍ମଚାରୀଙ୍କ ଉପରେ । ଅ ।ଉଟସୋର୍ସିଂ ଅବା ଠିକା ସଂସ୍ଥା ଦ୍ୱାରା ନିଯୁକ୍ତ କର୍ମଚାରୀଙ୍କ ଏବେ ଛଟେଇ ଅ ।ରମ୍ଭ ହୋଇଛି । ସେହିପରି ଖାଲି ଥିବା ପଦକୁ ଉଚ୍ଛେଦ କରାଯାଉଛି । ଗୋଟିଏ ପଟେ ସରକାରୀ କର୍ମଚାରୀଙ୍କ ଅଭାବ ଥିବାବେଳେ ଅନ୍ୟପଟେ ଠିକାରେ ଯେଉଁମାନେ କାମ କରୁଥିଲେ ମୋନଙ୍କୁ ବିଦା କରିବା ଦ୍ୱାରା ଲୋକଙ୍କୁ ସେବା ଯୋଗାଇବା ବାଧାପ୍ରାପ୍ତ ହେବା ନେଇ ଅ ।ଶଙ୍କା ଦେଖା ଦେଇଛି । ଓଡ଼ିଶାରେ କରୋନା ସଂକ୍ରମଣ ଅ ।ରମ୍ଭ ହେବା ପରେ ମାର୍ଚ୍ଚମାସରୁ ଲକ୍‌ଡାଉନ୍‌, ଶଟ୍‌ଡାଉନ୍ ଚାଲିଛି । ଅଫିସ୍‌, ଦୋକାନ ବଜାର ସବୁ ବନ୍ଦ । ଲଗାତାର ତିନିମାସ ଧରି କଟକଣା ଯୋଗୁଁ ସବୁ ପ୍ରକାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଏବେ ଅ ।ର୍ଥିକ କାରବାର କିଛିଟା ସ୍ୱାଭାବିକ ହୋଇଥିବା ବେଳେ ସ୍ଥିତି ସୁଧୁରିବାକୁ ଅ ।ହୁରି ସମୟ ଲାଗିବ । ଏପରିକି ଓଡ଼ିଶାରେ ସଂକ୍ରମଣ ସ୍ଥିତି ଯାହା ଅଛି ଅ ।ଗକୁ ତାହା ଅର୍ଥନୀତିକୁ ଅ ।ହୁରି ପ୍ରଭାବିତ କରିବ । ଏପରିସ୍ଥଳେ ସରକାର ହୁଅନ୍ତୁ ଅବା ବେସରକାରୀ ସଂସ୍ଥା ସବୁଠି ଅ ।ୟ ବହୁଗୁଣରେ କମି ଯାଇଛି । ପରିସ୍ଥିତିକୁ ଦେଖି ଅ ।ସନ୍ତା ଦୁଇବର୍ଷ ପର୍ଯ୍ୟନ୍ତ ନୂଅ । ନିଯୁକ୍ତି ଓ ଖର୍ଚ୍ଚ ଉପରେ କଟକଣା ଜାରି କରାଯାଇଛି । ତେବେ ଏଥିପାଇଁ ସମସ୍ୟାରେ ପଡ଼ିଛନ୍ତି ଠିକାରେ ନିଯୁକ୍ତି ପାଇ ସରକାରୀ କାମ କୁରୁଥିବା ବହୁ ସଂଖ୍ୟକ ଲୋକ । ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଭିନ୍ନ ଏନ୍‌ଏସି, ପୌରପାଳିକା, ମହାନଗର ନିଗମରେ ବହୁ ସଂଖ୍ୟକ ଦକ୍ଷ ଯୁବକ ଯୁବତୀଙ୍କୁ ନିୟୋଜିତ କରାଯାଇଥିଲା । ସେମାନେ ମୁଖ୍ୟତଃ ଏମ୍‌ଅ ।ଇଏସ୍‌, କମ୍ୟୁନିଟି ଅର୍ଗାନାଇଜର୍‌, ଡ଼ାଟା ଏଞ୍ଚ୍ରିଅପରେଟର୍‌, କିରାଣି, ଟିକସ ସଂଗ୍ରହ, ପ୍ରକଳ୍ପ ପରିଚାଳନା ସେଲ୍ ଅ ।ଦିରେ ନିଯୁକ୍ତି ପାଇଛନ୍ତି । ୧୦ ବର୍ଷରୁ ଅଧିକ ସମୟ ଧରି ସେମାନେ ଏସବୁ ଦାୟିତ୍ୱରେ ଅଛନ୍ତି । ପ୍ରାୟତଃ ସବୁ ବିଭାଗରେ ଠିକା କର୍ମଚାରୀ ନିଯୁକ୍ତ ହୋଇଛନ୍ତି । ଏମାନଙ୍କ ସଂଖ୍ୟା ଏକ ଲକ୍ଷ ଉପରେ ହେବ । ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଠିକା ଅବଧି ଶେଷ ହେବା ପରେ ଅ ।ଉ ସେମାନଙ୍କର ଚୁକ୍ତି ନବୀକରଣ କରାଯିବ ନାହିଁ । ସେମାନଙ୍କ ଦରମା ଦେବାକୁ ଅର୍ଥ ବିଭାଗ ମନା କରିଦେଇଛି । ଅନଲାଇନରେ ଅ ।ଧାର କାର୍ଡ ଏଞ୍ଚ୍ରି ଠାରୁ ଅ ।ରମ୍ଭ କରି ସ୍ୱଚ୍ଛ ଭାରତ, ଭତ୍ତା ପ୍ରଦାନ, ଶୌଚାଳୟ ନିର୍ମାଣ, ପରିମଳ ଭଳି ପ୍ରାୟ ସବୁ କାମ ଠିକା କର୍ମଚାରୀମାନେ ୧୬୮୦୦ ଟଙ୍କା ଦରମାରେ କାମ କରିଥାନ୍ତି । କିନ୍ତୁ କରୋନା ମାନ୍ଦାବାସ୍ଥା ଯୋଗୁଁ ଏମାନଙ୍କ ଚୁକ୍ତି ନବୀକରଣ ହେବା ନେଇ ସନ୍ଦେହରେ ରହିଛି । ଏପରି ସମୟରେ ଯଦି ଏହି ଠିକା କର୍ମଚାରୀମାନେ ଛଟେଇ ହୁଅନ୍ତୁ ତେବେ ଲକ୍ଷଲକ୍ଷ ଯୁବତୀଯୁବକ ବେକାରୀ ହୋଇ ପଡ଼ିବେ । ସେମାନଙ୍କ ଜୀବନ ଜୀବିକା ନେଇ ସୃଷ୍ଟି ହେବ ସମସ୍ୟା । ସରକାରୀ କର୍ମଚାରୀଙ୍କ ଅଭାବ ଓ ଅନ୍ୟ କାରଣ ପାଇଁ ଲୋକଙ୍କୁ ଠିକ୍ ଭାବେ ସରକାରୀ ସେବା ମିଳି ପାରୁନଥିଲା । ଏଥିପାଇଁ ସରକାର ଅ ।ଉଟ୍ସୋର୍ସିଂରେ ଠିକା କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲେ । କିନ୍ତୁ ଏବେ ଯଦି ଲକ୍ଷାଧିକ ଠିକା କର୍ମଚାରୀ ବିଦା ହୁଅନ୍ତି ତା ହେଲେ ଜନସାଧାରଣଙ୍କୁ କିପରି ସରକାରୀ ସେବା ଯୋଗାଇ ଦିଅ ।ଯିବ ତାହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାର ସିଧା ସଳଖ ଜୀବନ ଜୀବିକା ଉପରେ ପ୍ରଭାବ ପଡ଼ିବ । ସରକାର ପ୍ରଥମେ ନିଯୁକ୍ତି ସୃଷ୍ଟି କରିବାର ଅ ।ବଶ୍ୟକତା ରହିଛି । ଲୋକଙ୍କ ରୋଜଗାର ବଢ଼ଇଲେ ରାଜ୍ୟର ଅର୍ଥନୀତି ସୁଧୁରିବ । ତେଣୁ ସର୍ବ ପ୍ରଥମେ ସରକାରୀ ବା ବେସରକାରୀସ୍ତରରେ ନିଯୁକ୍ତି ସୃଷ୍ଟି କରାଯାଉ । ମାନବ ସମ୍ବଳକୁ ସଠିକ୍ ବିନିଯୋଗ କରାଗଲେ ଯାଇ ରାଜ୍ୟ ବା ଦେଶର ଅର୍ଥନୈତିକ ସ୍ଥିତିରେ ସୁଧାର ଅ ।ସିପାରିବ ।

Leave a Reply

Your email address will not be published. Required fields are marked *