ନବଜାତ ଶିଶୁପୁତ୍ରର ମୃତ ଶରୀର ଉଦ୍ଧାର
ନୟାଗଡ଼଼ , (ପ୍ରବାହ ନ୍ୟୁଜ): ମା’ ମମତା ମୟୀ, ମା’ ଛୁଆମାନଙ୍କ ପାଇଁ ସ୍ୱର୍ଗ, ସ୍ନେହ ଆଦର ପସରା । କିନ୍ତୁ କେତେକ ମା’ ଅଛନ୍ତି ନିଜର ପାପ କର୍ମ ଫଳକୁ ଲୁଚାଇବାକୁ ଯାଇ, ମା ପାଲଟି ଯାଉଛି ଡାହାଣି । ଯେଉଁଠି କି ଜଣେ ବିବାହିତା ମହିଳା କିମ୍ବା ଅବିବାହିତ ମହିଳା ଗୋଟିଏ ଶିଶୁ ପୁତ୍ରକୁ ଜନ୍ମ ଦେଇ ନାହି ନାଡ ଲାଗିଥିବା ଅବସ୍ଥାରେ ରାସ୍ତା କଡରେ ଫିଙ୍ଗି ଦେଇ କୁଆଡେ ମା’ ଜଣକ ଫେରାର ହୋଇଯାଇଛି । ତେବେ ଉକ୍ତ ନବଜାତ ଶିଶୁ ପୁତ୍ରର ମୃତ ଶରୀର ରାସ୍ତା କଡରେ ପଡିଥିବା ସୋମବାର ସକାଳୁ ଦେଖିବାକୁ ମିଳିଛି । ସୁଚନା ଅନୁସାରେ, ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ଉଭୟପୁର ପଞ୍ଚାୟତ ଶିଖରଗୋଚ୍ଛା ରାସ୍ତା କଡରେ ଏକ ନବଜାତ ଶିଶୁ ପୁତ୍ରର ମୃତ ଶରୀର ପଡିଥିବା, ସେହି ଗ୍ରାମର ଜଣେ ବ୍ୟକ୍ତି ଶୌଚ ହେବାକୁ ଯାଇଥିବା ସମୟରେ ଦେଖିଥିଲେ । ଉକ୍ତ ବ୍ୟକ୍ତି ଜଣକ ଦେଖିଲା ପରେ ସ୍ଥାନୀୟ ସରପଞ୍ଚଙ୍କୁ ଖବର ଦେଇଥିଲେ । ସରପଞ୍ଚ ଆସି ନୂଆଗାଁ ଥାନାକୁ ଖବର ଦେଇଥିଲେ । ଖବର ପାଇଁ ନୂଆଗାଁ ଥାନା ଅଧିକାରୀଙ୍କ ସହିତ ଥାନା କର୍ମଚାରୀ ଘଟଣା ସ୍ଥଳରେ ପହଞ୍ôଚ ନବଜାତ ଶିଶୁ ପତ୍ରର ମୃତ ଶରୀର ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ସୂଚନା ମିଳିଛି । ତେବେ କିଏ ସେ ନିର୍ଦ୍ଦୟ ମା, ଯିଏ ନିଜର ପାପ ଲୁଚାଇବାକୁ ଯାଇ ପୃଥିବୀ ଦେଖିବା ପୂର୍ବରୁ ଗୋଟିଏ ଶିଶୁ ପତ୍ରର ଜୀବନ ନେଇଗଲା । ତେଣୁ ସେହି ମମତା ମୟୀ ମା’କୁ ଆଜି ସମାଜ ନିନ୍ଦା କରୁଛି ।
