ଦେଶରେ ନବୀନ ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ମୋଦୀ ଅଧିକ ଲୋକପ୍ରିୟ

0
cm PM

ଦେଶରେ ମୋଦୀଙ୍କୁ ନେଇ ୬୫ ପ୍ରତିଶତ ଲୋକ ସନ୍ତୁଷ୍ଟ
ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ପୁଣି ଥରେ ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ବିବେଚିତ ହୋଇଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛ ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟଶୈଳୀରେ ଓଡିଶାର ଲୋକ ସବୁଠୁ ଅଧିକ ସନ୍ତୁଷ୍ଟ ଛ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଶୈଳୀରେ ସନ୍ତୁଷ୍ଟ ହୋଇ ୯୫.୬ ପଏଣ୍ଟ ଦେଇଛି ଓଡିଶା ଛ ବିଜେପି ଶାସିତ ରାଜ୍ୟଠାରୁ ବି ଓଡିଶାରେ ମୋଦି ବେଶୀ ଗ୍ରହଣୀୟ ଛ ଏନେଇ ଅ ।ଇଏଏନଏସ-ସି ଭୋଟର ସର୍ଭେରେ ମୋଦି ଓଡିଶାରେ ସର୍ବାଧିକ ପ୍ରିୟ ବୋଲି ଜଣାପଡିଛି ।
ବର୍ତ୍ତମାନ ସମୟରେ ଦେଶ କରୋନା ସଙ୍କଟ ମଧ୍ୟରେ ଗତି କରୁଛି । ଏହି ସମୟରେ କରୋନା ମହାମାରୀର ମୁକାବିଲା କରିବା ସହ ସାଧାରଣ ଜନତାଙ୍କ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପମାନ ନେଉଛନ୍ତି । ଏହି ସମୟରେ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ କରୋନା ମୁକାବିଲା ସହ ସାଧାରଣ ଜନତାଙ୍କ ପାଇଁ ନେଉଥିବା ପଦକ୍ଷେପରେ ଜନତା କେତେ ସନ୍ତୁଷ୍ଟ ଅଛନ୍ତି ତାହା ଜାଣିବା ପାଇଁ ଖବର ସବରବରାହ ସଂସ୍ଥା ଅ ।ଇଏଏନଏସ୍ ଏବଂ ସି ଭୋଟରର ମିଳିତ ସର୍ବେକ୍ଷଣ କରାଯାଇଥିଲା । ଏହି ସର୍ଭେ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଲୋକପ୍ରିୟତା ୬୫% ଥିବାବେଳେ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସବୁଠାରୁ ଲୋକପ୍ରିୟ ବୋଲି ଜଣାପଡିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମସ୍ତ କାର୍ଯ୍ୟକୁ ଓଡିଶାରେ ୯୫.୬ ପ୍ରତିଶତ ଲୋକ ଗ୍ରହଣ କରନ୍ତି ବୋଲି ସର୍ଭେରେ ପ୍ରକାଶ ପାଇଛି । ୮୪.୮୭ ପ୍ରତିଶତ ଅତ୍ୟନ୍ତ ପ୍ରୀତ ଥିବା ବେଳେ ମାତ୍ର ୨.୨ ପ୍ରତିଶତ ମୋଦିଙ୍କ ଉପରେ ଖୁସି ନୁହଁନ୍ତି ବୋଲି ସୂଚନା ପ୍ରକାଶ ପାଇଛି । ଓଡିଶା ପରେ ହିମାଚଳ ପ୍ରଦେଶ, ଛତିଶଗଡ ଓ ଅ ।ନ୍ଧ୍ରରେ ବି ମୋଦୀ ଅଧିକମାତ୍ରାରେ ଗ୍ରହଣୀୟ । ହିମାଚଳରେ ୯୩.୯୫ ପ୍ରତିଶତ, ଛତିଶଗଡରେ ୯୨.୭୩ ପ୍ରତିଶତ, ଅ ।ନ୍ଧ୍ରରେ ୮୩.୬ ପ୍ରତିଶତ ଲୋକ ମୋଦୀଙ୍କ ଉପରେ ଖୁସି ରହିଛନ୍ତି । ତେବେ ଓଡିଶା ଭଳି ଛତିଶଗଡ ଓ ଅ ।ନ୍ଧ୍ରରେ ବି ଅଣବିଜେପି ସରକାର ଚାଲିଛି । ଅନ୍ୟପଟେ ମୋଦୀଙ୍କ କାର‌୍ୟ୍ୟକୁ ତାମିଲନାଡୁ ଲୋକଙ୍କ ସର୍ବନିମ୍ନ ଗ୍ରହଣୀୟତା ରହିଥିବା ସୂଚନା ମିଳିଛି । ତାମିଲନାଡୁରେ ୩୨.୧୫ ଏବଂ କେରଳରେ ୩୨.୮୯ ପ୍ରତିଶତ ଲୋକ ମୋଦୀଙ୍କୁ ପସନ୍ଦ କରନ୍ତି ବୋଲି ଉଲ୍ଲେଖ ରହିଛି ।
ଅନ୍ୟପଟେ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବରେ ଓଡିଶାର ନବୀନ ପଟ୍ଟନାୟକଛ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାମକୁ ନେଇ ୮୨.୯୬ ପ୍ରତିଶତ ଲୋକ ସନ୍ତୁଷ୍ଟ ଅଛନ୍ତି । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେବା ପାଇଁ ନବୀନଙ୍କ ସହ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ଭାଗଲେ ଓ କେରଳର ମୁଖ୍ୟମନ୍ତ୍ରୀ ପିନାରୟୀ ବିଜୟନଙ୍କ ମଧ୍ୟରେ କଡା ମୁକାବିଲା ରହିଥିଲା । ହେଲେ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କଠାରୁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଠୁ ଲୋକପ୍ରିୟ ବୋଲି ସର୍ବେକ୍ଷଣରେ ଜଣାପଡିଛି । ଅ ।ଉ ସବୁଠୁ କମ ଲୋକପ୍ରିୟତା ଭାବରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର, ଉତ୍ତରାଖଣ୍ଡର ଟିଏସ ରା୍ୱତ ଓ ପଞ୍ଜାବର ଅମରିନ୍ଦର ସିଂ ରହିଛନ୍ତି ।

Leave a Reply

Your email address will not be published. Required fields are marked *