ଦୁର୍ଦ୍ଦିନରେ ଦୁଗ୍ଧଚାଷୀ

0
milk man

ଭୁବନେଶ୍ୱର, (ନି.ପ୍ର) : ଚାଷୀଙ୍କଠାରୁ ଦୁଗ୍ଧ ସଂଗ୍ରହ କ୍ଷେତ୍ରରେ ଓମ୍ଫେଡର ଅଘୋଷିତ କଟକଣା ଏବେ ଘରୋଇ ଦୁଗ୍ଧ କମ୍ପାନୀ ଗୁହିକୁ ସୁହାଇଛି । ଓମ୍‌ମ୍ଫେଡ ଦ୍ୱାରା ଅନୁବନ୍ଧିତ ଚାଷୀମାନେ ବାଧ୍ୟହୋଇ ଏହି ସରକାରୀ ସଂସ୍ଥାର ହାତ ଛାଡିବାରେ ଲାଗିଛନ୍ତି ।
କରୋନା ପାଇଁ ରାଜ୍ୟରେ ଲକ୍‌ଡାଉନ୍ ଘୋଷଣା ପରଠାରୁ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ଥିବା ଓମ୍‌ମ୍ଫେଡ ଅ ।ଉ ନିୟମିତ ଭାବେ ଦୁଗ୍ଧ ସଂଗ୍ରହ କରୁନାହିଁ । କେତେବେଳେ ଦିନେ ଛାଡି ଦିନେ କ୍ଷୀର ନେଉଛି ତ ଅ ।ଉ କେତେବେଳେ ବେଳାଏ ନେଇ ଅ ।ର ବେଳାକୁ ଦେଖା ଦେଉନାହିଁ । ସବୁଠାରୁ ପରିତାପର ବିଷୟ ହେଉଛି ଯେ ଦୁଗ୍ଧ ସଂଗ୍ରହ କଟକଣା ନେଇ ଚାଷୀମାନଙ୍କୁ ଅ ।ଗୁଅ । ସୂଚନା ଓମ୍‌ମ୍ଫେଡ ଦେଇନଥିବା ଅଭିଯୋଗ କରିଛନ୍ତି ଦୁଗ୍ଧଚାଷୀମାନେ । ଫଳରେ ଯେଉଁ ଚାଷୀମାନେ ନିଜ ନିଜର କ୍ଷୀର ନେଇ ଓମ୍‌ମ୍ଫେଡ ଷ୍ଟୋରକୁ ଅ ।ସୁଛନ୍ତି ସେମାନେ ହତାଶ ହୋଇ ଫେରୁଛନ୍ତି । ଫଳରେ ଦୁଗ୍ଧଚାଷୀମାନେ ବାଧ୍ୟହୋଇ ଘରୋଇ କମ୍ପାନୀକୁ ବିକ୍ରି କରୁଛନ୍ତି ।
ତୃତୀୟ ପର୍ଯ୍ୟାୟ ଲକ୍ ଡାଉନରେ ଦୁଗ୍ଧକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ଘୋଷଣା କରିବା ସହିତ ଏହାର କାରବାରକୁ କଟକଣାମୁକ୍ତ କରାଯାଇଛି । ସେହିଭଳି ଗାଡି ଚଳାଚଳ ମଧ୍ୟ ସହଜ ହୋଇଛି । ହେଲେ ଓମ୍‌ମ୍ଫେଡ୍ କିନ୍ତୁ କ୍ଷୀର ସଂଗ୍ରହ କରିପାରୁ ନାହିଁ । ଏ ସଂକ୍ରାନ୍ତରେ ଚାଷୀଙ୍କ ନିକଟରେ କୌଣସି ସୂଚନା ନଥିବାବେଳେ ସେମାନଙ୍କର ଦୈନିକ ପ୍ରାୟ ୩୦ଲକ୍ଷ ଲିଟର କ୍ଷୀର ନଷ୍ଟ ହେଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀମାନେ ପ୍ରତିବାଦରେ ରାସ୍ତାରେ କ୍ଷୀର ଢାଳିବାରେ ଲାଗିଛନ୍ତି । ଗାଁ ଗହଳରେ ବି ଚା\’ କିମ୍ବା ମିଠା ଦୋକାନ ଖୋଲୁ ନଥିବାରୁ ଏଭଳି ଅବସ୍ଥା ଉପୁଜିଛି ।
ଅନ୍ୟ ପକ୍ଷରେ ଓମ୍‌ଫେଡ୍ ସଂଗ୍ରହ କରୁଥିବା କ୍ଷୀରକୁ ବଜାରରେ ବିକ୍ରି କରିପାରୁ ନଥିବାରୁ ଏଭଳି କଟକଣା ଲଗାଇଛି । ସହରାଞ୍ଚଳରେ ଚା\’ ସହିତ ଅନ୍ୟାନ୍ୟ ମିଠା ଦୋକାନ ଖୋଲୁନଥିବାରୁ ଓମ୍ଫେଡର ବିକ୍ରି ଅ ।ଶାତୀତ ହ୍ରାସ ପାଇଛି । ତେବେ ଦେଶର ଅ ।ଗଧାଡିର ଦୁଗ୍ଧ ସମବାୟ ସଂସ୍ଥା ଭଳି ଓମ୍‌ଫେଡର ନିଜସ୍‌୍ୱ ଗୁଣ୍ଡଦୁଗ୍ଧ କାରଖାନା ନଥିବା ଏହାର ଅନ୍ୟତମ କାରଣ ବୋଲି ଦୁଗ୍ଧ ଚାଷୀ ମହାସଂଘର ସଭାପତି ରବି ବେହେରା କହିଛନ୍ତି । ପ୍ରାୟ ଅ ।ଠବର୍ଷ ହେଲା ସରକାର ଏ ନେଇ ଯୋଜନା କରିଥିଲେ ମଧ୍ୟ କାରଖାନା ପ୍ରତିଷ୍ଠା ହୋଇପାରୁ ନାହିଁ । ଯଦି ଗୁଣ୍ଡଦୁଗ୍ଧ କାରଖାନା ଥାଅ ।ନ୍ତା ତେବେ କ୍ଷୀର ସଂଗ୍ରହରେ କୌଣସି ସମସ୍ୟା ରୁହନ୍ତା ନାହିଁ ଓ ଅନ୍ୟ ରାଜ୍ୟକୁ ମଧ୍ୟ ଗୁଣ୍ଡଦୁଗ୍ଧ ରପ୍ତାନି ହୋଇପାରନ୍ତା ।
ସେହିଭଳି ଓମ୍‌ଫେଡର ଏଭଳି ଲୁଚକାଳି ଖେଳ ଯୋଗୁଁ କ୍ଷତି ସହୁଥିବା ଗାଁ ଗହଳର ଦୁଗ୍ଧଚାଷୀମାନଙ୍କୁ କ୍ଷତିପୂରଣ ଦେବାପାଇଁ ଦାବି ହେଉଥିଲେ ମଧ୍ୟ ସେଥିପ୍ରତି କେହି କର୍ଣ୍ଣପାତ କରୁନାହାନ୍ତି । ତେବେ ଓମ୍‌ଫେଡ୍ ଛାଡି ଚାଷୀମାନେ ଯେଭଳି ଘରୋଇ କମ୍ପାନୀ ଅ ।ଡକୁ ଢଳୁଛନ୍ତି ତାହା ଜାରି ରହିଲେ କରୋନା କଟକଣା ହଟିଲା ବେକଳୁ ଏହି ସରକାରୀ ସଂସ୍ଥା ତାହାର ସ୍ଥିତି ହରାଇବ ବୋଲି ଦୁଗ୍ଧଚାଷୀମାନେ ମତ ଦେଉଛନ୍ତି ।

Leave a Reply

Your email address will not be published. Required fields are marked *