ତିନି ବର୍ଷର ପିଲା ପୂର୍ବଜନ୍ମର ହତ୍ୟାକାରୀଙ୍କୁ ଧରାଇଲା
ଠାବ କଲା ମୃତ ଶରୀର ଲୁଚାଇଥିବା ସ୍ଥାନ
ମୁମ୍ବାଇ- ଅନେକ ଲୋକ ପୁନର୍ଜନ୍ମକୁ ବିଶ୍ୱାସ କରନ୍ତି ନାହିଁ । ହେଲେ ବେଳେ ବେଳେ ଏପରି ଘଟଣା ଅନେକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥାଏ । ଏପରି ଏକ ଘଟଣା ଗୋଲାନ୍ ହାଇଟସରେ ଘଟିଛି । ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ମିଡିଆରେ ଏହି ଖବର ପ୍ରକାଶିତ ହୋଇଛି । ତିନି ବର୍ଷର ବାଳକ ଟିକେ କଥାବାର୍ତ୍ତା ଆରମ୍ଭ କରିବା ବେଳେ ଏଣୁ ତେଣୁ ଗପୁଥିଲା । ପରିବାର ଲୋକ ଏହାକୁ ମଜାରେ ନେଉଥିଲେ । ହେଲେ ଯେତେବେଳେ ତାକୁ ତିନି ବର୍ଷ ହେଲା ତାର ପୂର୍ବଜନ୍ମରେ ହତ୍ୟା କରାଯାଇଥିବା କଥା କହିଥିଲା । ସେ କେତକ ସ୍ଥାନର ନାମ କହିଥିଲା । ପୂର୍ବରୁ ସେ ସେହି ସ୍ଥାନକୁ କେବେବି ଯାଇ ନଥିଲା
ତାର ପରିବାର ଲୋକଙ୍କୁ ଗୋଲାନ ହାଇଟସ୍ ନିକଟରେ ତାକୁ ହତ୍ୟା କରାଯାଇଥିବା କଥା କହିଥିଲା । ସେ ତା ପୂର୍ବ ଜନ୍ମ କଥା ସେ ମନେ ପକାଇଥିଲା । ତା କପାଳରେ ଜନ୍ମରୁ ଥିବା ନାଲି ରଙ୍ଗର ଚିହ୍ନ ତାଙ୍କୁ ପୂର୍ବ ଜନ୍ମରେ ହତ୍ୟା ପାଇଁ ଯେଉଁ ଅ ।କ୍ରମଣ କରାଯାଇଥିଲା ତାହାର ଚିହ୍ନ ବୋଲି କହିଥିଲା ।
ତାର ମୁଣ୍ଡକୁ ହତ୍ୟାକାରୀ କୁରାଢୀରେ ହାଣି ଦେଇଥିବା କଥା କହିଥିଲା । ହତ୍ୟାକାରୀ କୁରାଢୀରେ ତା ମୁଣ୍ଡକୁ ଅ ।କ୍ରମଣ କରିବା ପରେ ତାର ମୃତ ଶରୀରକୁ ଲୁଚାଇବା ପାଇଁ ଚେଷ୍ଟା କରିଥିଲା । ପରିବାର ଲୋକମାନେ ଏହା ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତାକୁ ସେମାନେ ସେ ବତାଉଥିବା ସ୍ଥାନକୁ ନେଇଥିଲେ । ପିଲାଟି ପୂର୍ବଜନ୍ମର କଥା ମନେ ପକାଇ ପାରୁଥିଲା । ତା ପୂର୍ବ ଜନ୍ମସ୍ଥାନ ଗାଁ ଲୋକମାନଙ୍କୁ ସେହି କଥା କହିବାରୁ, ସେପରି ଜଣେ ବ୍ୟକ୍ତି ତାଙ୍କ ଗାଁ ରେ ଥିବା କଥା କହିଥିଲେ । ମାତ୍ର ୪ ବର୍ଷ ପୂର୍ବରୁ ସେ କେଉଁଅ ।ଡେ ନିଖୋଜ ହୋଇଯାଇଥିଲେ ।
ପିଲାଟୁ ତାକୁ ହତ୍ୟା କରିଥିବା ହତ୍ୟାକାରୀର ନାମ ବି ମନେ ପକାଇ ପାରିଥିଲା । ସେ ବ୍ୟକ୍ତକୁ ଗାଁ ଲୋକ ସେଠାକୁ ଡାକିଥିଲେ । ମାତ୍ର ସେ ହତ୍ୟାକାରୀ ସେ କଥା ମାନିବା ପାଇଁ ପ୍ରସ୍ତୁତ ନଥିଲା । ମାତ୍ର ପିଲାଟି ସେହି ସ୍ଥାନକୁ ଗାଁର ସମସ୍ତ ଲୋକଙ୍କୁ ନେଇଯିବ ବୋଲି କହିଥିଲା । ଯେଉଁଠାରେ ହତ୍ୟାପରେ ତାକୁ ପ୍ରମାଣ ନଷ୍ଟ ପାଇଁ ପୋତି ଦିଅ ।ଯାଇଥିଲା । ଏହାପରେ ଗାଁଲୋକମାନେ ସେହି ସ୍ଥାନକୁ ଯିବେ ବୋଲି ବାହାରିଥିଲେ । ସେହି ସ୍ଥାନର ପହଞ୍ଚି ଖୋଳିବା ଆରମ୍ଭ କରିଥିଲେ । ସେଠାରୁ କଙ୍କାଳ ଉଦ୍ଧାର କରାଯାଇଥିଲା । ପିଲାର କପାଳରେ ଯେପରି ଚିହ୍ନ ଥିଲା ସେପରି କଟା ଚିହ୍ନ କଙ୍କାଳ ମୁଣ୍ଡରେ ଥିଲା । ସେହି ସ୍ଥାନରେ କୁରାଢୀଟି ମଧ୍ୟ ପୋତା ଯାଇଥିଲା । ଏହାପରେ ହତ୍ୟାକାରୀକୁ ଗାଁ ଲୋକ ସେ ବିଷୟରେ ଜେରା କରିଥିଲେ । ସେ ହତ୍ୟା କରିଥିବା କଥା ମାନିଥିଲା । ଏହି ଘଟଣା ପ୍ରଚାରିତ ହେବା ପରେ ଜର୍ମାନ ଗବେଷକ ଟୁର୍ଜ ହାର୍ଡୋ ଏବିଷୟରେ ଗବେଷଣା କରିଥିଲେ ତାଙ୍କର ପୁନର୍ଜନ୍ମ ପୁସ୍ତକରେ ମଧ୍ୟ ଏହି କଥା ଉଲ୍ଲେଖ କରିଛନ୍ତି ।
